ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୧୯୫ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନରୁ ବାହାରିଲା ଧୂଆଁ , ପୋର୍ଟୋ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ

Published By : Anindita Ratha | March 12, 2025 8:47 AM

ନୂଆଦିଲ୍ଲୀ,୧୨/୦୩:ଉଡ଼ାଣ ଭରିବାର କିଛି ସମୟ ପରେ   ଜରୁରୀକାଳୀନ ଅବତରଣ କରିଲା ବିମାନ । ବିମାନରେ ହଠାତ୍ ଧୂଆଁରେ ଭର୍ତ୍ତି ହୋଇଯିବାରୁ ପରିସ୍ଥିତି ଦେଖି ପାଇଲଟ୍ ତୁରନ୍ତ ATC ସହିତ ଯୋଗାଯୋଗ କରିଥିଲେ । ଏଥିସ ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲେ। ଅନୁମତି ମିଳିବା ମାତ୍ରେ ବିମାନଟିକୁ ପର୍ତ୍ତୁଗାଲର ପୋର୍ଟୋ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା।

ଏହା ମଧ୍ୟ ପଢନ୍ତୁ-  Manipur: ମଣିପୁରରେ ଅଘଟଣ, ସେନା ଗାଡି ପଲଟିଯିବାରୁ ୩ ଯବାନ ସହୀଦ

ଲିସବନରୁ ଲଣ୍ଡନ ଯାଉଥିବା ବିମାନଟିରେ କ୍ରୁ ସଦସ୍ୟଙ୍କ ସମେତ ୧୯୫ ଜଣ ଯାତ୍ରା କରୁଥିଲେ। ବିମାନ ଅବତରଣ କରିବା ମାତ୍ରେ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଭଳି ଜରୁରୀକାଳୀନ ସେବା ରନୱେରେ ପହଞ୍ଚିଥିଲା। ଯାତ୍ରୀମାନଙ୍କୁ ଜରୁରୀକାଳୀନ ଗେଟରୁ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା। ତେବେ ବର୍ତ୍ତମାନ ବିମାନରେ ହଠାତ୍ ଧୂଆଁ ହେବା ପଛର କାରଣ ତଦନ୍ତ କରାଯାଉଛି। ପର୍ତ୍ତୁଗାଲର ନାଗରିକ ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଘଟଣାଟି ଅପରାହ୍ନ ପ୍ରାୟ ୪ଟା ୪୫ ମିନିଟ ସମୟରେ ଘଟିଥିଲା। ଫ୍ଲାଇଟ୍ TAP1356 ପ୍ରାୟ ଅପରାହ୍ନ ୩ ଟା ୪୬ ରେ ଲିସବନରୁ ଲଣ୍ଡନର ହିଥ୍ରୋ ବିମାନବନ୍ଦର ପାଇଁ ଉଡ଼ାଣ ଆରମ୍ଭ କରିଥିଲା । ହେଲେ କିଛି ସମୟ ପରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.