ଭୁବନେଶ୍ବର, ୯।୨ : ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଡଃ ଅରବିନ୍ଦ କୁମାର ପାଢ଼ୀ ଦାୟିତ୍ବ ଗ୍ରହଣ କରଛନ୍ତି। ରାଜସ୍ୱ ପ୍ରଶାସନକୁ ସୁଦୃଢ଼ କରିବା ସହ ଏହାକୁ ଅଧିକ ଲୋକାଭିମୁଖୀ କରିବା ଦିଗରେ ସେ ଗୁରୁତ୍ୱାରୋପ କରିଛନ୍ତି l ଏଥିପାଇଁ ବିଭାଗର ରାଜ୍ୟ ମୁଖ୍ୟାଳୟ, ଜିଲ୍ଲା ଏବଂ ତହସିଲ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ପ୍ରେରଣ କରିଛନ୍ତି।
ରାଜସ୍ବ ପ୍ରଶାସନକୁ ଅଧିକ ସୁଦୃଢ କରିବା ପାଇଁ ୧୦ଟି ବିନ୍ଦୁ ଉପରେ ସେ ଫୋକସ ଦେଇଛନ୍ତି।
୧. ରାଜସ୍ବ ପ୍ରଶାସନକୁ ଜନମୁଖୀ, ଉତ୍ତରଦାୟୀ ତଥା ବିଶ୍ବସନୀୟ କରିବା ଆମର ପ୍ରାଥମିକ ଦାୟିତ୍ବ
୨. ପ୍ରତ୍ୟେକ କାର୍ଯ୍ୟ ଓ ନିଷ୍ପତ୍ତିରେ ସଚ୍ଚୋଟତା, ବୃତ୍ତିଗତ ନିଷ୍ଠା ଓ ସମ୍ବେଦନଶୀଳତା ନୀତିକୁ ଦୃଢତାର ସହିତ ଅନୁସରଣ । ସଚ୍ଚୋଟତା ସହ କୌଣସି ପରିସ୍ଥିତିରେ ସାଲିସ କରନ୍ତୁ ନାହିଁ। ଲୋକମାନଙ୍କ ସହିତ ବ୍ୟବହାରରେ ସମ୍ବେଦନଶୀଳତା ଆମର ଧ୍ୟେୟ ହେବା ଉଚିତ।
୩ ସାଧାରଣ ନାଗରିକଙ୍କର ଅଭିଯୋଗକୁ ସମୁଚିତ ସମୟରେ ଓ ସଫଳତା ସହ ସମାଧାନ କରିବା ପ୍ରାଥମିକତାକୁ ଦେବା
୪ ସ୍ବଚ୍ଛତା, ପାରଦର୍ଶିତା, କାର୍ଯ୍ୟଦକ୍ଷତା ଏବଂ ସେବା ପ୍ରଦାନରେ ଗୁଣାତ୍ମକ ମୂଲ୍ୟବୃଦ୍ଧି ନିମନ୍ତେ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ପ୍ରଯୁକ୍ତିବିଦ୍ୟାର ବ୍ୟାପକ ବ୍ୟବହାର କରିବା। ନାରଗିକଭ୍କ ସମସ୍ୟାକୁ ହ୍ରାସ କରିବା ଆମର ପ୍ରଥମ ଲକ୍ଷ୍ୟ ହେବା ଉଚିତ।
୫ ସମସ୍ତ ଅଧିକାରୀ ସପ୍ତାହରେ ଗୋଟିଏ ଦିନ ହନ୍ତତନ୍ତ ଲୁଗା ପରିଧାନ କରିବା ଆଗ୍ରହ ପ୍ରକାଶ କରିବା। ରାଜ୍ୟର ସମସ୍ତ ରାଜସ୍ବ କାର୍ଯ୍ୟାଳୟରେ ଶୁକ୍ରବାର ହସ୍ତତନ୍ତର ଲୁଗା ପରିଧାନ କରିବା।
୬ : ଲୋକସେବାରେ ନିଜର କର୍ତ୍ତବ୍ୟ ପାଳନ ସମୟରେ ଶିଷ୍ଟାଚାର ଓ ଶୃଙ୍ଖଳା ରକ୍ଷା କରିବାକୁ ଆମେ ସମସ୍ତେ ସର୍ବଦା ସଚେତନ ରହିବା ଆବଶ୍ୟକ।
୭ କୌଣସି ଅଧିକାରୀ ଓ କର୍ମଚାରୀ ସାର୍ବଜନୀନ ସ୍ଥାନରେ କିମ୍ବା ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ସମୟରେ ପାନ, ତମାଖୁ ଜାତୀୟ ଦ୍ରବ୍ୟ ସେବନ , ଧୂମପାନ କିମ୍ବା ମଦ୍ୟପାନ କରିବେ ନାହିଁ। ଏପରି କାର୍ଯ୍ୟ କଲେ କଠୋର କାର୍ଯ୍ୟାନୁଷ୍ଶନା ଗ୍ରହଣ କରାଯିବ।
୮ ଦୁର୍ନୀତି ପ୍ରତି ଆମର ଶୂନ୍ୟ ସହନଶୀଳତା ନୀତିକୁ ଦୃଢ ଭାବେ ପାଳନ କରିବାକୁ ଗୁରୁତ୍ବ ।ରାଜସ୍ବ ବିଭାଗରେ ଦୁର୍ନୀତିକୁ ଆଦୌ ପ୍ରଶୟ ଦିଆଯିବ ନାହିଁ । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
୯ ଶ୍ରଜଗନ୍ନାଥ ମହାପ୍ରଭୁଙ୍କ ସମସ୍ତ ଜମିଜମା ସମେତ ସମସ୍ତ ସରକାରୀ ଜମିର ସୁରକ୍ଷା କରିବା ବିଭାଗର ଏକ ପ୍ରମୁଖ ଅନିବାର୍ଯ୍ୟ ଦାୟିତ୍ବ
୧୦ ସରକାରୀ କାର୍ଯ୍ୟରେ ଓଡିଆ ଭାଷାର ବ୍ୟବହାର ଉପରେ ଗୁରୁତ୍ବ ଦେବା।