ପ୍ରମୂଖ ଖବର
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ମସ୍ତିଷ୍କକୁ ସଂକ୍ରମିତ କରୁଛି ଏନ୍‌ସେଫାଲାଇଟିସ୍‌, ଜାଣନ୍ତୁ କେମିତି ରକ୍ଷା ପାଇବେ

Published By : Prameya | February 28, 2025 2:04 PM

ଭୁବନେଶ୍ୱର ୨୮/୦୨: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିକଟରେ ଏକ ଜରୁରି  ରିପୋର୍ଟରେ ଜଣାଇଛି ଯେ ଇନ୍‌ସୋଫଲାଇଟିସ୍‌  ସହ ଯୋଡ଼ି ହୋଇଥିବା ସମସ୍ୟା ଏବଂ ଯତ୍ନ କେତେ  ଗୁରୁତ୍ୱପୂର୍ଣ୍ଣ । ଏହା ମସ୍ତିଷ୍କକୁ ଆକ୍ରମଣ କରୁଥିବା ଏକ ଗମ୍ଭୀର  ସମସ୍ୟା । ଏହି ରୋଗ ଅଚାନକ୍‌ ମସ୍ତିଷ୍କ ଉପରେ  ଆକ୍ରମଣ କରିଥାଏ ।  

ଏନ୍‌ସେଫାଲାଇଟିସ୍‌ କ'ଣ ? 

ଏହା ଏକ ମସ୍ତିଷ୍କ ସଂକ୍ରମଣ । ଯାହା ମୁଖ୍ୟତଃ ୨ଟି  କାରଣରୁ ହୋଇଥାଏ ।  ସଂକ୍ରାମକ ସଂକ୍ରମଣ ଯେତେବେଳେ କୌଣସି ଭାଇରସ୍‌, ବ୍ୟାକ୍ଟେରିଆ  କିମ୍ବା ପାରାସାଇଟ୍‌ ମସ୍ତିଷ୍କ ଉପରେ ଆକ୍ରମଣ  କରିଥାଏ । ଜାପାନୀ ଏନ୍‌ସେଫାଲାଇଟିସ୍‌ ଏବଂ ସ୍କ୍ରବ  ଟାଇଫସ୍‌ର ଭାରତରେ ଖୁବ୍‌ ସାଧାରଣ କାରଣ ।  

ଅଟୋଇମ୍ୟୁନ୍‌ ଏନ୍‌ସେଫାଲାଇଟିସ୍‌

ଯେତେବେଳେ ଶରୀରର ରୋଗ ପ୍ରତିରୋଧକ ଶକ୍ତି  ଭୁଲ୍‌ରେ ମସ୍ତିଷ୍କ ଉପରେ ହିଁ ଆକ୍ରମଣ କରିଥାଏ । ଏହି ରୋଗ ଖୁବ୍‌ ଶୀଘ୍ର ସଂପ୍ରସାରିତ ହୋଇଥାଏ ।  ଯଦି ଠିକ୍‌ ସମୟରେ ଏହାର ଚିକିସା କରା ନଯାଏ, ତେବେ ରୋଗୀ କୋମାରେ ଯାଇପାରେ କିମ୍ବା  ମୃତ୍ୟୁର କାରଣ ସାଜିପାରେ । ସେହି ସ୍ଥିତିରେ ଯଦି  ରୋଗୀ ବଞ୍ଚିଯାଏ, ତେବେ ସ୍ମୁତିଶକ୍ତିରେ ସମସ୍ୟା  କିମ୍ବା କଥା କହିବାରେ ସମସ୍ୟା ଉପୁଜିପାରେ। ଏହା ରୋଗ ପିଲା ଓ ବୟସ୍କମାନଙ୍କ ପାଇଁ ଖୁବ୍‌  କ୍ଷତିକାରକ । କାରଣ ଏମାନଙ୍କଠାରେ ରୋଗ  ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ । ୨୦୨୪ରେ ଦେଶରେ ୧୫୪୮ ଜାପାନୀ ଏନ୍‌ସେଫାଲାଇଟିସ୍‌ ମାମଲା ଆସିଥିଲା ।  ବିଶେଷକରି ଗରମ ଓ ବର୍ଷାଦିନେ ଏହି ରୋଗ ବଢିଥାଏ ।  

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶେଷଜ୍ଞଙ୍କ କହିବା  ଅନୁସାରେ ଏହି ରୋଗକୁ ଆରମ୍ଭରୁ ଧ୍ୟାନ ଦେବା  ଆବଶ୍ୟକ । ନଚେତ୍‌ ରୋଗୀ ମୃତ୍ୟୁ କିମ୍ବା ବିକଳାଙ୍ଗର ଶିକାର ହୋଇପାରନ୍ତି ।  

କେମିତି ରକ୍ଷା ପାଇବେ? 

ଭ୍ୟାକ୍ସିନ୍‌ ନିଅନ୍ତୁ- ଏହି ରୋଗର ସୁରକ୍ଷା ପାଇଁ ଟୀକା  ନେବା ଜରୁରି ।  

ମଶାଠାରୁ ଦୂରେଇ ରୁହନ୍ତୁ- ବିଶେଷକରି ବର୍ଷା  ଦିନେ ମଶାଙ୍କଠାରୁ ଦୂରେଇ ରହିବାକୁ ପ୍ରୟାସ  କରନ୍ତୁ । 

ସ୍ୱଚ୍ଛତାକୁ ଧ୍ୟାନ ଦିଅନ୍ତୁ- ସଂକ୍ରମିତ ଖାଦ୍ୟ ଓ ପାଣିଠାରୁ ନିଜକୁ ଦୂରେଇ ରଖନ୍ତୁ । ନଚେତ୍‌  ଇନ୍ସୋଫାଲାଇଟି୍‌ସର କାରଣ ହୋଇପାରେ । ଲକ୍ଷଣକୁ ଅଣଦେଖା କରନ୍ତୁନି- ଯଦି ଜ୍ୱର,  ମୁଣ୍ଡବିନ୍ଧା, ବାନ୍ତି ଲାଗିବା, ଦୁର୍ବଳ ଲାଗିବା ପରି  ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତର ପରାମର୍ଶ କରାଇ ନିଅନ୍ତୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.