ଭୁବନେଶ୍ୱର ୨୮/୦୨: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିକଟରେ ଏକ ଜରୁରି  ରିପୋର୍ଟରେ ଜଣାଇଛି ଯେ ଇନ୍‌ସୋଫଲାଇଟିସ୍‌  ସହ ଯୋଡ଼ି ହୋଇଥିବା ସମସ୍ୟା ଏବଂ ଯତ୍ନ କେତେ  ଗୁରୁତ୍ୱପୂର୍ଣ୍ଣ । ଏହା ମସ୍ତିଷ୍କକୁ ଆକ୍ରମଣ କରୁଥିବା ଏକ ଗମ୍ଭୀର  ସମସ୍ୟା । ଏହି ରୋଗ ଅଚାନକ୍‌ ମସ୍ତିଷ୍କ ଉପରେ  ଆକ୍ରମଣ କରିଥାଏ ।  

ଏନ୍‌ସେଫାଲାଇଟିସ୍‌ କ'ଣ ? 

ଏହା ଏକ ମସ୍ତିଷ୍କ ସଂକ୍ରମଣ । ଯାହା ମୁଖ୍ୟତଃ ୨ଟି  କାରଣରୁ ହୋଇଥାଏ ।  ସଂକ୍ରାମକ ସଂକ୍ରମଣ ଯେତେବେଳେ କୌଣସି ଭାଇରସ୍‌, ବ୍ୟାକ୍ଟେରିଆ  କିମ୍ବା ପାରାସାଇଟ୍‌ ମସ୍ତିଷ୍କ ଉପରେ ଆକ୍ରମଣ  କରିଥାଏ । ଜାପାନୀ ଏନ୍‌ସେଫାଲାଇଟିସ୍‌ ଏବଂ ସ୍କ୍ରବ  ଟାଇଫସ୍‌ର ଭାରତରେ ଖୁବ୍‌ ସାଧାରଣ କାରଣ ।  

ଅଟୋଇମ୍ୟୁନ୍‌ ଏନ୍‌ସେଫାଲାଇଟିସ୍‌

ଯେତେବେଳେ ଶରୀରର ରୋଗ ପ୍ରତିରୋଧକ ଶକ୍ତି  ଭୁଲ୍‌ରେ ମସ୍ତିଷ୍କ ଉପରେ ହିଁ ଆକ୍ରମଣ କରିଥାଏ । ଏହି ରୋଗ ଖୁବ୍‌ ଶୀଘ୍ର ସଂପ୍ରସାରିତ ହୋଇଥାଏ ।  ଯଦି ଠିକ୍‌ ସମୟରେ ଏହାର ଚିକିସା କରା ନଯାଏ, ତେବେ ରୋଗୀ କୋମାରେ ଯାଇପାରେ କିମ୍ବା  ମୃତ୍ୟୁର କାରଣ ସାଜିପାରେ । ସେହି ସ୍ଥିତିରେ ଯଦି  ରୋଗୀ ବଞ୍ଚିଯାଏ, ତେବେ ସ୍ମୁତିଶକ୍ତିରେ ସମସ୍ୟା  କିମ୍ବା କଥା କହିବାରେ ସମସ୍ୟା ଉପୁଜିପାରେ। ଏହା ରୋଗ ପିଲା ଓ ବୟସ୍କମାନଙ୍କ ପାଇଁ ଖୁବ୍‌  କ୍ଷତିକାରକ । କାରଣ ଏମାନଙ୍କଠାରେ ରୋଗ  ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ । ୨୦୨୪ରେ ଦେଶରେ ୧୫୪୮ ଜାପାନୀ ଏନ୍‌ସେଫାଲାଇଟିସ୍‌ ମାମଲା ଆସିଥିଲା ।  ବିଶେଷକରି ଗରମ ଓ ବର୍ଷାଦିନେ ଏହି ରୋଗ ବଢିଥାଏ ।  

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶେଷଜ୍ଞଙ୍କ କହିବା  ଅନୁସାରେ ଏହି ରୋଗକୁ ଆରମ୍ଭରୁ ଧ୍ୟାନ ଦେବା  ଆବଶ୍ୟକ । ନଚେତ୍‌ ରୋଗୀ ମୃତ୍ୟୁ କିମ୍ବା ବିକଳାଙ୍ଗର ଶିକାର ହୋଇପାରନ୍ତି ।  

କେମିତି ରକ୍ଷା ପାଇବେ? 

ଭ୍ୟାକ୍ସିନ୍‌ ନିଅନ୍ତୁ- ଏହି ରୋଗର ସୁରକ୍ଷା ପାଇଁ ଟୀକା  ନେବା ଜରୁରି ।  

ମଶାଠାରୁ ଦୂରେଇ ରୁହନ୍ତୁ- ବିଶେଷକରି ବର୍ଷା  ଦିନେ ମଶାଙ୍କଠାରୁ ଦୂରେଇ ରହିବାକୁ ପ୍ରୟାସ  କରନ୍ତୁ । 

ସ୍ୱଚ୍ଛତାକୁ ଧ୍ୟାନ ଦିଅନ୍ତୁ- ସଂକ୍ରମିତ ଖାଦ୍ୟ ଓ ପାଣିଠାରୁ ନିଜକୁ ଦୂରେଇ ରଖନ୍ତୁ । ନଚେତ୍‌  ଇନ୍ସୋଫାଲାଇଟି୍‌ସର କାରଣ ହୋଇପାରେ । ଲକ୍ଷଣକୁ ଅଣଦେଖା କରନ୍ତୁନି- ଯଦି ଜ୍ୱର,  ମୁଣ୍ଡବିନ୍ଧା, ବାନ୍ତି ଲାଗିବା, ଦୁର୍ବଳ ଲାଗିବା ପରି  ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତର ପରାମର୍ଶ କରାଇ ନିଅନ୍ତୁ ।