ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା; କାରଣ ଅସ୍ପଷ୍ଟ, ପୁଲିସର ତଦନ୍ତ ଜାରି

Published By : Bijay Swain | March 29, 2025 11:38 PM

ଜୟପୁର,୨୯/୩(ବ୍ୟୁରୋ): ବେକରେ ଓଢଣି ବାନ୍ଧି ଜଣେ ଇଞ୍ଜିନିୟରିଂ ଛାତ୍ରୀ କଲେଜ ହଷ୍ଟେଲ୍‌ରେ ଆତ୍ମହତ୍ୟା କରିଛନ୍ତି। ସେ ହେଉଛନ୍ତି ନବରଙ୍ଗପୁର ଉମରକୋଟ ଭାମିନୀ ପୂଜାରୀଗୁଡ଼ାର ୨୦ ବର୍ଷିୟ ଯୁବତୀ ଶୁକଳ ଭତ୍ରା। ଡିପ୍ଲୋମା ପରେ ସେ ଗୋପାଳକୃଷ୍ଣ କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍‌ନୋଲୋଜି(ଜିକେସିଇଟି)ରେ ସିଭିଲ୍‌ରେ ବିଟେକ୍‌ କରୁଥିଲେ। ଏ ସମ୍ପର୍କରେ ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। କଲେଜ କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀଙ୍କୁ ପୋଲିସ ପଚରାଉଚରା ଜାରି ରଖିଛି। ରବିବାର କୋରାପୁଟରୁ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ଆଇଆଇସି ସଚ୍ଚୀନ୍ଦ୍ର ପ୍ରଧାନ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଶୁକଳଙ୍କ ଘର ଉମରକୋଟ ଅଞ୍ଚଳରେ। ଆଜି ମଧ୍ୟାହ୍ଣରେ କଲେଜ ୟୁନିଫର୍ମ ପିନ୍ଧି ହଷ୍ଟେଲ୍‌ ରୁମ୍‌ ନମ୍ବର-୧୭କୁ ଯାଇଥିଲେ। ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ଅନ୍ୟମାନେ ହଷ୍ଟେଲକୁ ଆସିଥିଲେ। ଭିତର ପଟୁ କବାଟ ବନ୍ଦ ଥିଲା। ବାରମ୍ବାର ଡାକିବା ଏବଂ କବାଟ ବାଡ଼େଇବା ପରେ ବି ଭିତରୁ କୌଣସି ଉତ୍ତର ମିଳିନଥିଲା। ଛାତ୍ରୀମାନେ ଝରକା ପଟେ ଭିତରକୁ ଦେଖିଥିଲେ। ବେକରେ ଓଢଣି ବନ୍ଧା ଅବସ୍ଥାରେ ଫ୍ୟାନ୍‌ରେ ଶୁକଳ ଝୁଲୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ କଲେଜ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ। 

ପ୍ରଶାସନିକ ଅଧିକାରୀ ହିମାଂଶୁ ଶେଖର ନାହାକ ସଦର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ଶ୍ରୀ ପ୍ରଧାନ, ଗାଗନାପୁର ଫାଣ୍ଡି ଅଧିକାରୀ ଏସ୍‌ଆଇ ରାଜକିଶୋର ବାରିକ, ଏଏସ୍‌ଆଇ ପଙ୍କଜିନୀ ଶବର ଏବଂ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ କୋଠରୀ ଖୋଲାଯାଇଥିଲା। ସାଇଣ୍ଟିଫିକ୍‌ ଟିମ୍‌କୁ ମଧ୍ୟ ଖବର ଦିଆଯାଇଥିଲା। ଏହି ଘଟଣାରେ ଏଏସ୍‌ଆଇ ପଙ୍କଜିନୀ ମାମଲାର ଅନୁସନ୍ଧାନକାରୀ ଅଧିକାରୀ ଅଛନ୍ତି। ସୂଚନାଥାଉକି, କିଛିବର୍ଷ ଆଗରୁ ଶୁକଳଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା। ବର୍ଷକ ତଳେ ତାଙ୍କ ଭାଇ ବି ଆରପାରିକୁ ଚାଲି ଯାଇଥିଲେ ବୋଲି ସୂଚନା ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.