ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ପ୍ରଥମ ଟି-୨୦ ଲାଗି ଚୁଡ଼ାନ୍ତ ଏକାଦଶ ଘୋଷଣା କଲା ଇଂଲଣ୍ଡ

Published By : Gurupada Nath | January 21, 2025 4:41 PM

ନୂଆଦିଲ୍ଲୀ, ୨୧/୧ :  ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ଲାଗି ନିଜ ଚୁଡ଼ାନ୍ତ ଏକାଦଶ ଘୋଷଣା କରିଛି । ବେନ ଡକେଟ ଏବଂ ଫିଲ ସାଲ୍ଟ ପାଳିର ଶୁଭାରମ୍ଭ କରିବେ । ସେହିଭଳି ଅଧିନାୟକ ଜୋସ ବଟଲର ୩ନମ୍ବରରେ ଖେଳିବେ । ଟିମକୁ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଫେରିଛନ୍ତି । ଇଂଲଣ୍ଡର ଚୁଡ଼ାନ୍ତ ଏକାଦଶରେ ବ୍ୟାଟିଂ ବିଭାଗ ବହୁ ମଜବୁତ ଦେଖାଯାଉଛି । ୬ବ୍ୟାଟର ଟି-୨୦ର ସ୍ପେଶାଲିଷ୍ଟ ଖେଳାଳୀ ଅଟନ୍ତି । ସେହିଭଳି ୭ନମ୍ବରରେ ଖେଳୁଥିବା ଅଲରାଉଣ୍ଡର ଜ୍ୟାମି ଓବରଟନ ବ୍ୟାଟିଂରେ ଶାନଦାର ଫର୍ମରେ ଅଛନ୍ତି । ଏହି ଟିମକୁ ଦେଖି ଏହା କହିବା ଭୁଲ ହେବ ନାହିଁ କି ଇଡେନ ଗାର୍ଡେନ୍ସରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ । 

କୋଲକାତାରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ରେ ବିସ୍ଫୋଟକ ବ୍ୟାଟର ଫିଲ ସାଲ୍ଟ ଏବଂ ବାମ ହାତୀର ହାଇ ହିଟର ବେନ ଜକେଟ ପାଳିର ଆରମ୍ଭ କରିବେ । ଏହାପରେ ୩ନମ୍ବରରେ ଟି-୨୦ର ସ୍ପେଶାଲିଷ୍ଟ ଜୋସ ବଟଲର ଆସିବେ । ଯୁବ ବ୍ୟାଟର ଜ୍ୟାକବ ବୀଥଲ ଏବଂ ହ୍ୟାରି ବୃକ ମଧ୍ୟମ ଅର୍ଡରରେ ଦେଖାଯିବେ । ଏହି ଦୁଇ ଖେଳାଳୀ କୌଣସି ବି ବୋଲିଂ ଆଟାକକୁ ଧ୍ବସଂ କରିପାରନ୍ତି ।

ଶେଷରେ ଲିୟାମ ଲିଭିଂଗଷ୍ଟେନ ଏବଂ ଅଲରାଉଣ୍ଡର ଜ୍ୟାମି ଓବରଟରଙ୍କ ଉପରେ ମ୍ୟାଚ୍ ଫିନିଶର ଦାୟିତ୍ବ ରହିବ । ଉଭୟ ଖେଳାଳୀ ଭଲ ଫର୍ମରେ ଅଛନ୍ତି । ବାକି ଜୋଫ୍ରା ଆର୍ଚର ବି ତଳ ଅର୍ଡ଼ରରେ ଦ୍ରୁତ ଗତିରେ ରନ୍ ବନାଇପାରିବେ । ଏଭଳି ସ୍ଥଳେ ଏହା କହିବା ଭୁଲ୍ ହେବ ନାହିଁ କି ଇଂଲଣ୍ଡର ବ୍ୟାଟିଂ ବିଭାଗ ବହୁ ଭଲ ଅଛନ୍ତି । ଯଦି ଆମେ ବୋଲିଂ କଥା କହିବା ତେବେ ଗାସ ଏଟକିଂସନ, ମାର୍କ ବୁଡ ଏବଂ ଜୋଫ୍ରା ଆର୍ଚରଙ୍କ ରୂପରେ ୩ମୁଖ୍ୟ ଫାଷ୍ଟ ବୋଲର ଅଛନ୍ତି । ଏହା ବ୍ୟତୀତ ଜ୍ୟାମି ଓବରଟନ ବି ଦ୍ରୁତ ବୋଲିଂ କରିଥାନ୍ତି । ଆଦିଲ ରଶିଦ ମୁଖ୍ୟ ସ୍ପିନର ଅଟନ୍ତି । ବାକି ତାଙ୍କ ସାଥ ଦେବା ଲାଗି ଲିୟାମ ଲିଭିଂଗଷ୍ଟେନ ବି ଅଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.