ମୁମ୍ବାଇ,୨୩/୬ : ଭାରତ ବିପକ୍ଷ ୫ମ୍ୟାଚର ଘରୋଇ ଟି-୨୦ ସିରିଜ ଲାଗି ଇଂଲଣ୍ଡ ଏଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡ଼(ECB) ୧୭ସଦସ୍ୟ ଟିମର ଘୋଷଣା କରିଛି । ଏହି ଟିମରେ ୩ ଷ୍ଟାର ଖେଳାଳୀଙ୍କୁ ସ୍ଥାନ ମିଳିନାହିଁ । ସ୍ପିନ ଅଲରାଉଣ୍ଡର ଲିୟାମ ଲିଭିଂଷ୍ଟୋନ, ଦ୍ରୁତ ବୋଲର ଅଲରାଉଣ୍ଡର ଜେମୀ ଓଭରଟନ ଏବଂ ବ୍ରାୟଡନ କାର୍ସ ଭାରତ ବିପକ୍ଷ ଟି-୨୦ ସରିଜରେ ଦେଖାଯିବେ ନାହିଁ। ହ୍ୟାରି ବ୍ରୁକଙ୍କୁ ଟିମର ଅଧିନାୟକତ୍ବ ଦାୟିତ୍ବ ଦିଆଯାଇଛି। ପ୍ରକାଶ ଯେ, ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୧ ଜୁଲାଇରୁ ୫ମ୍ୟାଚର ଟି-୨୦ ସିରିଜ ଖେଳାଯିବ ।

ଇଂଲଣ୍ଡର ଟି-୨୦ଟିମରେ ଜାର୍ଡ଼ନ କାକ୍ସ, ସୋନୀ ବେକର ଏବଂ ସାକିବ ମହମୁଦ ଫେରିଛନ୍ତି । ଏହି ୩ ଖେଳାଳୀ ଏହି ବର୍ଷର ଆରମ୍ଭରେ ଖେଳାଯାଇଥିବା ଆଇସିସି ମ୍ରାଚ୍ ଟି-୨୦ ବିଶ୍ବକପରେ ଖେଳି ନ ଥିଲେ । ୨୨ବର୍ଷର ଜେମ୍ସ କୋଲ୍ସ ୨୦୨୬ ମେସ ହଣ୍ଡେ୍ରଡ ପ୍ରତିଯୋଗିତାରେ ସବୁଠାରୁ ମହଙ୍ଗା ଖେଳାଳୀ ଥିଲେ। ସେ ଏସଏ ୨୦ରେ ସନରାଇଜର୍ସ ଇଷ୍ଟର୍ନ କ୍ୟାପ୍ ଏବଂ ଇଂଲଣ୍ଡ ଲାୟନ୍ସ ଲାଗି ଖେଳି ସାରିଛନ୍ତି । କୋଲ୍ସ ନିଜ ଟି-୨୦ କ୍ୟାରିୟରର ୭୧ପାଳିରେ ୨୮.୬୦ର ପ୍ରତିଶତ ସହ ୧,୩୭୩ରନ୍ କରିଛନ୍ତି । ଯେଉଁଥିରେ ୭ଅର୍ଦ୍ଧଶତକ ସାମିଲ ରହିଛି ।

ଭାରତ ବିପକ୍ଷ ୫ମ୍ୟାଚର ଟି-୨୦ସିରିଜ ଲାଗି ଇଂଲଣ୍ଡ ଟିମ୍

ହ୍ୟାରି ବ୍ରୁକ(ଅଧିନାୟକ), ରୋହନ ଅହମଦ, ଜୋଫ୍ରା ଆର୍ଚର, ସୋନୀ ବେକର, ଟମ୍ ବ୍ୟାଣ୍ଟନ, ଜ୍ୟାକବ ବେଥେଲ, ଜୋସ ବଟଲର, ଜେମ୍ସ କୋଲ୍ସ, ଜାର୍ଡନ କାକ୍ସ, ସ୍ୟାମ୍ କରନ, ଲିୟାମ ହାସନ, ବିଲ ଜ୍ୟାକ୍ସ, ସାକିବ ମହମୁଦ, ଆଦିଲ ରଶିଦ, ଫିଲ ସାଲ୍ଟ, ଜୋଶ ଟଙ୍ଗ ଏବଂ ଲ୍ୟୁକ ବୁଡ଼ ।