ମାଞ୍ଚେଷ୍ଟର,୨୨/୦୭: ଚତୁର୍ଥ ଟେଷ୍ଟ  ପାଇଁ  ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ ଘୋଷଣା  କରିଛି । ଲର୍ଡ୍ସରେ ତୃତୀୟ ଟେଷ୍ଟ ଖେଳିଥିବା ଦଳରୁ କେବଳ ସୋହେବ ବସିର ବାଦ ପଡ଼ିଛନ୍ତି ଓ ତାଙ୍କ ସ୍ଥାନରେ ଲାଏମ ଡାଓସନଙ୍କୁ  ସ୍ଥାନ ମିଳିଛି । ବାକି ୧୦ ଖେଳାଳିଙ୍କ ସ୍ଥାନ  ଅପରିବର୍ତ୍ତିତ ରହିଛି । 

ଲର୍ଡ୍ସରେ ବସିର ଆହତ  ହୋଇଥିଲେ । ଆଘାତ ଗୁରୁତର ଥିବାରୁ ତାଙ୍କୁ  ଶେଷ ୨ଟି ଟେଷ୍ଟରୁ ବାଦ ଦିଆଯାଇଥିଲା ଓ  ଡାଓସନଙ୍କୁ ସାମିଲ କରାଯାଇଥିଲା । ୮ ବର୍ଷ  ପରେ ଡାଓସନ ଟେଷ୍ଟ କ୍ରିକେଟ୍‌ ଖେଳିବା  ନିଶ୍ଚିତ ହୋଇଛି । ସେ ଶେଷ ଥର ପାଇଁ ୨୦୧୭  ଜୁଲାଇରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ  ଖେଳିଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ  ସେ ୩୭୧ଟି ୱିକେଟ୍‌ ନେଇ ସାରିଛନ୍ତି । ମାତ୍ର  ୨୦୨୧ ପରଠୁ ତାଙ୍କ ପ୍ରଦର୍ଶନରେ ବେଶ୍‌  ଉନ୍ନତି ହୋଇଛି । ଗତ ୪ ବର୍ଷ ମଧ୍ୟରେ ସେ  ୧୨ଥର ୫ ୱିକେଟ୍‌ ସଫଳତା ଅର୍ଜନ କରିଛନ୍ତି  ଓ ବ୍ୟାଟିଂ କରି ୯ଟି ଶତକ ଅର୍ଜନ କରିଛନ୍ତି ।  

ଚୂଡ଼ାନ୍ତ ଏକାଦଶ: ଜ୍ୟାକ୍‌ କ୍ରଲି, ବେନ  ଡକେଟ୍‌, ଓଲି ପୋପ, ଜୋ ରୁଟ୍‌, ହ୍ୟାରୀ  ବ୍ରୁକ୍‌, ବେନ ଷ୍ଟୋକ୍ସ (ଅଧିନାୟକ), ଜାମି  ସ୍ମିଥ୍‌, ଲାଏମ ଡାଓସନ, କ୍ରିସ ୱକ୍ସ, ବ୍ରାଇଡନ  କାର୍ସ, ଜୋଫ୍ରା ଆର୍ଚର ।