ଭୁବନେଶ୍ବର, ୨୧।୫ : ଚିଟଫଣ୍ଡ ସଂସ୍ଥା ଖୋଲି ୩୪ ହଜାର ଜମାକାରୀଙ୍କ ଠାରୁ ୧୨୩ କୋଟି ଟଙ୍କା ଠକେଇ କରିବା ଅଭିଯୋଗରେ ପଶ୍ଚିମବଙ୍ଗର ୨ ଜଣ ମହିଳାଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ। ଗିରଫ ୨ ମହିଳା ହେଲେ  ପଶ୍ଚିମବଙ୍ଗର ମେଦିନାପୁରର ଦୀପିକା ଭଞ୍ଜ ଏବଂ  ତନ୍ଦ୍ରା ଭଞ୍ଜ। ସଂସ୍ଥାର ମୁଖ୍ୟ ତୁଷାର ଭଞ୍ଜଙ୍କ ଗିରଫ ପରେ  ସ୍ତ୍ରୀ ଦୀପିକା  ଓ ଝିଅ ତନ୍ଦ୍ରାଙ୍କୁ ଇଓଡବ୍ଲୁ୍ୟ ଗିରଫ କରିଛି। 

ହରିତ କ୍ରିସୀ ନିଧି ଲିମିଟେଡ଼ ନାମରେ ଚିଟଫଣ୍ଡ ସଂସ୍ଥା ଖୋଲି ଲୋକଙ୍କୁ ଅଧିକ ସୁଧରପ୍ରଲୋଭନ ଦେଖାଇ ଠକୁଥିଲେ। ଓଡ଼ିଶା, କୋଲକାତା,ଗୋହାଟି,ଆସାମ ଓ ଝାଡ଼ଖଣ୍ଡରରେ ସଂସ୍ଥା ଖୋଲିଥିଲେ। ତୁଷାର ଭଞ୍ଜ ସଂସ୍ଥାର ମୁଖ୍ୟ ରହିଥିଲେ। I   ତୁଷାର ଭଞ୍ଜଙ୍କ ସ୍ତ୍ରୀ ଦୀପିକା  ଡାଇରେକ୍ଟର  ଏବଂ ସଂସ୍ଥାର ଜଏଣ୍ଟ ସେକ୍ଟ୍ରେଟାରୀ ଥିଲେ ତାଙ୍କ ଝିଅ ତନ୍ଦ୍ରା ରହିଥିଲେ  । ୪ଲକ୍ଷ ଦେଲେ, ମାସକୁ୪ ହଜାର ଟଙ୍କା ମିଳିବ ଲୋଭ ଦେଖାଇ ଲୋକଙ୍କୁ ଠକୁଥିଲା ସଂସ୍ଥା। ୫ଟି ରାଜ୍ୟର ମୋଟ ୩୪ ହଜାର ଜମାକାରୀଙ୍କ ଠାରୁ ୧୨୩ କୋଟି ଠକେଇ କରିଥିଲା ସଂସ୍ଥା। ଭୁବନେଶ୍ବରର ଜଣେ ଜମାକାରୀ ଏ ନେଇ ଅଭିଯୋଗ କରିଥିଲେ। ଇଓଡବ୍ଲୁ୍ୟ ତଦନ୍ତ କରି   ଦୀପିକା ଓ ତନ୍ଦ୍ରାଙ୍କୁ ଗିରଫ କରିଛି। କମ୍ପାନୀ ଆକାଉଣ୍ଟରୁ ଦୀପିକାଙ୍କ ଆକାଉଣ୍ଟକୁ ୪୧ ଲକ୍ଷ ଏବଂ ଝିଅ ତନ୍ଦ୍ରା ଆକାଉଣ୍ଟକୁ ୪୩ ଲକ୍ଷ ନେଇଥିଲେ I ଏଥିସହ  ନିଉ ଆଲିପୁରରେ ଆଲିସାନ ଫ୍ଲାଟ ଏବଂ ପଶ୍ଚିମ ମେଦିନାପୁରରେ ଥିବା ଦାମୀ ପ୍ଲଟକୁ ଇଓଡବ୍ଲୁ୍ୟ ଜବତ କରିଛି।