ନୂଆଦିଲ୍ଲୀ, ୧୫/୦୫ : ୭ କୋଟି ଲୋକଙ୍କ ପାଇଁ ଖୁସିଖବର। EPFOରେ ହେବ ବଡ଼ ପରିବର୍ତ୍ତନ। ଏଟିଏମ୍-ୟୁପିଆଇ ମାଧ୍ୟମରେ କାଢିପାରିବେ ପିଏଫ୍ ଟଙ୍କା। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ଏହାର ସଦସ୍ୟମାନଙ୍କ ସୁବିଧା ପାଇଁ ଲଗାତର କ୍ଲେମ ସେଟଲମେଣ୍ଟ ପ୍ରକ୍ରିୟାକୁ ସରଳ କରୁଛି। ଏଥିପାଇଁ ATM ଏବଂ UPI ମାଧ୍ୟମରେ PF ଉଠାଣର ସୁବିଧା ଆରମ୍ଭ ହେବାକୁ ଯାଉଛି। ସେହିପରି ମରିଟାୟାରମେଣ୍ଟ ଫଣ୍ଡକୁ ନେଇ ମଧ୍ୟ ଖୁବ୍ ଶୀଘ୍ର ଆଉ ଏକ ବଡ଼ ପରିବର୍ତ୍ତନ ହେବ। ଏହା କାର୍ଯ୍ୟକାରୀ ହେବା ପରେ ଜଣେ କର୍ମଚାରୀ ଚାକିରି ଛାଡିବା ପରେ PF ଟଙ୍କାକୁ ସହଜରେ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିପାରିବ। 

ବର୍ତ୍ତମାନ EPFO ଦ୍ଵାରା ୫ ଲକ୍ଷ ପର୍ଯ୍ୟନ୍ତ ​​ଆଂଶିକ କିମ୍ବା ଅଗ୍ରୀମ ଦାବି ସେଟଲମେଣ୍ଟ ସ୍ୱୟଂଚାଳିତ ସିଷ୍ଟମ ମାଧ୍ୟମରେ କରାଯାଇପାରିବ। ଏଥିପାଇଁ କ୍ଲେମ କରିବାର ତାରିଖରୁ ତିନି ଦିନ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି। EPFO ​​ଦ୍ୱାରା ଏହି ନୂତନ ପରିବର୍ତ୍ତନର ଦ୍ଵାରା ଚାକିରିଆମାନେ ଚାକିରି ଛାଡିବା ପରେ ସେମାନଙ୍କର ସମ୍ପୂର୍ଣ୍ଣ PF ବାଲାନ୍ସ ଉଠାଇବା ପାଇଁ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ। ଏନେଇ ଜଣେ ଇପିଏଫଓ କର୍ମଚାରୀ ସୂଚନା ଦେଇଛନ୍ତି। 

ନୂତନ ଲେବର କୋଡ୍ ଉପରେ ଏସୋଚ୍ୟାମ ଦ୍ୱାରା ଆୟୋଜିତ ଏକ ଜାତୀୟ ସେମିନାରରେ ଭାଷଣ ଦେଇ EPFO ​​କେନ୍ଦ୍ରୀୟ ଭବିଷ୍ୟନିଧି ପାଣ୍ଠି କମିଶନର ରମେଶ କୃଷ୍ଣମୂର୍ତ୍ତି କହିଛନ୍ତି ଯେ, ଆମେ ବର୍ତ୍ତମାନ ଯେତିକି ସମ୍ଭବ ହୋଇପାରିବ ଅଟୋମେଟେଡ ସେଟଲମେଣ୍ଟ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛୁ। ଏହି ସୁବିଧା କେବଳ ଆଗୁଆ ଟଙ୍କା ଉଠାଣ ପାଇଁ ଉପଲବ୍ଧ ଥିଲା। ହେଲେ ଖୁବଶୀଘ୍ର ଫାଇନାଲ PF ସେଟଲମେଣ୍ଟ ପାଇଁ ମଧ୍ୟ ସ୍ୱୟଂଚାଳିତ ପ୍ରକ୍ରିୟା ଆରମ୍ଭ ହେବ। ଆଉ କୌଣସି ଫର୍ମ ପୂରଣ କରିବାକୁ ପଡିବନି। ନୂତନ ପରିବର୍ତ୍ତନ ଅନୁଯାୟୀ, ତିନୋଟି ଯୋଜନା, EPF ସ୍କିମ୍ ୧୯୫୨, କର୍ମଚାରୀ ଜମା ବୀମା ଯୋଜନା ୧୯୭୬ ଏବଂ କର୍ମଚାରୀ ପେନସନ ଯୋଜନା ୧୯୯୫ କୁ ମଧ୍ୟ ପୁନଃ ଅଧିସୂଚିତ କରାଯିବ।..

ଏହି ଖବରଟିକୁ ପଢନ୍ତୁଗୁଗଲ୍ ଷ୍ଟୋରେଜ୍ ନିୟମରେ ବଡ଼ ପରିବର୍ତ୍ତନ ! ଆଉ ମିଳିବନି ସିଧାସଳଖ 15GB ଷ୍ଟୋରେଜ୍