ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

୨୦୨୫ରୁ ଏଟିଏମ୍‌ରୁ ପିଏଫ୍‌ ଟଙ୍କା ଉଠାଇପାରିବେ ଉପଭୋକ୍ତା

Published By : Prameya | December 12, 2024 2:45 PM

ନୂଆଦିଲ୍ଲୀ,୧୨/୧୨: ଖୁବ୍‌ଶୀଘ୍ର ଏଟିଏମ୍‌ରୁ ହେବ ପିଏଫ୍‌ ଉଠାଣ । ୨୦୨୫ରୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି  ସଂଗଠନ(ଇପିଏଫ୍‌ଓ) ଉପଭୋକ୍ତାମାନେ ସିଧାସଳଖ ଏଟିଏମ୍‌ରୁ ପିଏଫ୍‌ ଟଙ୍କା ଉଠାଇପାରିବେ । ଏଥିପାଇଁ ଶ୍ରମ  ମନ୍ତ୍ରାଳୟ ଏହାର ସୂଚନା ପ୍ରଯୁକ୍ତି ଭିତ୍ତିଭୂମିର ଆଧୁନିକୀକରଣ  କରୁଛି । ଉଦ୍ଦେଶ୍ୟ ହେଉଛି ଦେଶର ବୃହତ୍‌ ଭାଗ କାର୍ଯ୍ୟବଳଙ୍କୁ  ଉତ୍ତମ ସେବା ପ୍ରଦାନ କରିବା । 

ଶ୍ରମ ସଚିବ ସୁମିତା ଦାୱରା  କହିଛନ୍ତି ଯେ, ଆସନ୍ତା ବର୍ଷ ଆରମ୍ଭରୁ ଇପିଏଫ୍‌ଓ ସଦସ୍ୟମାନେ  ଏଟିଏମ୍‌ ମେଶିନ୍‌ ଜରିଆରେ ସେମାନଙ୍କ ଭବିଷ୍ୟନିଧି ପାଣ୍ଠି ବା  ପିଏଫ୍‌କୁ ଆକ୍ସେସ୍‌ କରିବାର କ୍ଷମତା ଲାଭ କରିବେ । ଶ୍ରମ ସଚିବ  କହିଛନ୍ତି ଯେ, ଆମେ କ୍ଲେମ୍‌ଗୁଡ଼ିକର ତୁରନ୍ତ ସେଟେଲ୍‌ କରୁଛୁ  ଏବଂ ଜୀବନଶୈଳୀକୁ ଉନ୍ନତ କରିବା ପାଇଁ ଏ ପ୍ରକ୍ରିୟାକୁ ଆହୁରି  ସହଜ କରିବା ପାଇଁ କାର୍ଯ୍ୟ ଜାରି ରଖିଛୁ । ଆଗକୁ ଏଟିଏମ୍‌  ଜରିଆରେ ସଦସ୍ୟମାନେ ସହଜରେ ସେମାନଙ୍କ କ୍ଲେମ୍‌କୁ  ଆକ୍ସେସ୍‌ କରିପାରିବେ । ଫଳରେ ମାନବ ହସ୍ତକ୍ଷେପ କମ୍‌  ରହିବ । ସିଷ୍ଟମ୍‌ ବଦଳୁଛି । ପ୍ରତି ୨ରୁ ୩ ମାସରେ ବ୍ୟବସ୍ଥାରେ  ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳିବ । ଜାନୁଆରୀ ସୁଦ୍ଧା  ଇପିଏଫ୍‌ଓ ବଡ଼ ଧରଣର ପରିବର୍ତ୍ତନ ଆଣିପାରେ ବୋଲି  ଶ୍ରମ ସଚିବ ସୂଚନା ଦେଇଛନ୍ତି । ଶ୍ରମ ସଚିବ ସୁମିତା ଦାୱରା  ଆହୁରି କହିଛନ୍ତି ଯେ, ନାଗରିକଙ୍କ ହିତ ପାଇଁ ଇପିଏଫ୍‌ଓ  ସେବାକୁ ମଜଭୂତ କରାଯାଉଛି । ଆମର କାର୍ଯ୍ୟଶକ୍ତି ବଢୁଛନ୍ତି ।  ଦେଶରେ ଶ୍ରମଶକ୍ତି ଯୋଗଦାନ ହାର ବଢୁଛି । ୨୦୧୭ରେ  ଦେଶରେ ବେକାରି ହାର ୬% ଥିଲା । ଏବେ ତାହା ୩.୨%କୁ  ଖସିଆସିଥିବା ସେ ସୂଚନା ଦେଇଛନ୍ତି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.