ନୂଆଦିଲ୍ଲୀ : ଚାଲିଛି ଆଇପିଏଲ ମହାସମର । ପ୍ରତି ମ୍ୟାଚ୍ ବେଶ ରୋମାଞ୍ଚକ ହେବାରେ ଲାଗିଛି । ବିଶାଳ ସ୍କୋରକୁ ମଧ୍ୟ ବିପକ୍ଷ ଦଳମାନେ ଚେଜ୍ କରି ଦେଉଛନ୍ତି । ଏଣୁ ପ୍ରତି ମ୍ୟାଚ ବେଶ ଦର୍ଶନୀୟ ହେବାରେ ଲାଗିଛି । ଏହାରି ଭିତରେ ହାଇଦ୍ରାବାଦର ତିନି ବିଦେଶୀ ଖେଳାଳି ନିଜ ଦେଶକୁ ଫେରିଛନ୍ତି । ଶ୍ରୀଲଙ୍କାର ତିନି ଜଣ ଖେଳାଳି ଏହି ଦଳରେ ରହିଥିବାବେଳେ ଅଚାନକ ଦେଶକୁ ଫେରିଥିବାର ଖବର ଆସିଛି ।

ଶ୍ରୀଲଙ୍କା ଫେରିଥିବା ତିନି ଖେଳାଳି ହେଲେ ଇଶାନ ମଲିଙ୍ଗା, ଦିଲଶାନ ମଦୁଶଙ୍କା ଏବଂ କାମିନ୍ଦୁ ମେଣ୍ଡିସ୍ । ଇଶାନ ମଲିଙ୍ଗା ଏବେ ପର୍ପଲ କ୍ୟାପ୍ ହୋଲଡର ରହିଛନ୍ତି । ଆଘାତ କିମ୍ବା କୌଣସି ସିରିଜ ପାଇଁ ଏହି ଖେଳାଳିମାନେ ଦେଶକୁ ଯାଇନାହାନ୍ତି । ବରଂ ସେମାନଙ୍କର କିଛି କାଗଜପତ୍ର କାମ ରହିଥିବାବେଳେ ଘରକୁ ଯାଇଛନ୍ତି । ପୁଣି ଫେରିବା ସହ ଦଳରେ ସାମିଲ ହେବେ । ରିପୋର୍ଟକୁ ଯଦି ବିଶ୍ବାସ କରିବା ତାହେଲେ ତିନି ଖେଳାଳିଙ୍କୁ ଭିସା ଔପଚାରିକତା ପୂରଣ କରିବା ପାଇଁ ଦେଶକୁ ଫେରିବାକୁ ପଡିଲା।

ଶ୍ରୀଲଙ୍କା ଦଳ ଆଇପିଏଲ ପରେ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବାର କାର୍ଯ୍ୟକ୍ରମ ଅଛି। ଏଥିପାଇଁ ଖେଳାଳିମାନଙ୍କୁ ବାୟୋମେଟ୍ରିକ୍ ଭିସା ପ୍ରକ୍ରିୟା ସମାପ୍ତ କରିବାକୁ ପଡିବ। ଏହି କାରଣରୁ ସେମାନଙ୍କୁ ଆଇପିଏଲର ମଝିରେ ଫେରିବାକୁ ପଡିଲା। ତଥାପି, ଏହା ସେମାନଙ୍କର ଆଇପିଏଲ ଅଂଶଗ୍ରହଣକୁ ପ୍ରଭାବିତ କରିବ ନାହିଁ, କାରଣ ଏହି ତିନି ଜଣ ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ ଦଳରେ ପୁନର୍ବାର ଯୋଗଦେବେ। ପରବର୍ତ୍ତୀ ମ୍ୟାଚ୍ କୋଲକାତା ବିପକ୍ଷରେ ଖେଳିବ ହାଇଦ୍ରାବାଦ ।

ଏହାସହ ପଢ଼ନ୍ତୁ : RCB VS GT: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଗୁଜୁରାଟ, ପ୍ରଥମେ ବ୍ୟାଟିଂ କରିବ RCB