ନୂଆଦିଲ୍ଲୀ,୧୧/୦୩: ଭାରତରେ ଇଚ୍ଛାମୃତ୍ୟୁ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ସାମ୍ନାକୁ ଆସିଛି। ଗାଜିଆବାଦର ଏକ ଦମ୍ପତିଙ୍କ ଦ୍ୱାରା ଦାୟର ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ତାଙ୍କ ରାୟରେ ଦମ୍ପତିଙ୍କ ପୁଅ ପାଇଁ ଇଚ୍ଛାମୃତ୍ୟୁକୁ ମଞ୍ଜୁରୀ ଦେଇଛନ୍ତି। ଏହି ମାମଲା ଉତ୍ତର ପ୍ରଦେଶର ଗାଜିଆବାଦର। ରାଣା ଦମ୍ପତି ପ୍ରାୟ ୧୨ ବର୍ଷ ଧରି କୋମାରେ ଥିବା ତାଙ୍କ ପୁଅ ହରିଶ ରାଣା ପାଇଁ ଇଚ୍ଛାମୃତ୍ୟୁ ଆବେଦନ କରିଥିଲେ। କୋର୍ଟ କହିଛନ୍ତି ଯେ ତାଙ୍କ ଆରୋଗ୍ୟ ପାଇଁ କୌଣସି ଆଶା ନାହିଁ। ଏହି ନିଷ୍ପତ୍ତି ଜଷ୍ଟିସ ଜେ.ବି. ପାରଦିୱାଲା ଏବଂ କେ.ଭି. ବିଶ୍ୱନାଥନଙ୍କ ଖଣ୍ଡପୀଠ ପ୍ରଦାନ କରିଛନ୍ତି। ଏହି ନିଷ୍ପତ୍ତି ପରେ ନିଶ୍ଚୟ ଏକ ପ୍ରଶ୍ନ ମନକୁ ଆସେ, କ'ଣ ଏହି ଇଚ୍ଛାମୃତ୍ୟୁ ଏବଂ ଭାରତ ଏବଂ ସାରା ବିଶ୍ୱରେ ଏହା ଉପରେ କେଉଁ ଆଇନ ସବୁ ରହିଛି? ଆସନ୍ତୁ ଜାଣିବା...
ଇଛାମୃତ୍ୟୁ କ'ଣ?
ଇଛାମୃତ୍ୟୁ ବା ୟୁଥାନେସିଆ ହେଉଛି, ଜଣେ ରୋଗୀର ଜୀବନ ଶେଷ କରିବାର ପ୍ରକ୍ରିୟା ଯିଏକି ଦୀର୍ଘକାଳୀନ, ଅସହ୍ୟ ଯନ୍ତ୍ରଣା କିମ୍ବା ଗମ୍ଭିର ରୋଗର ଶିକାର ହୋଇଥିବେ, ଯାହାଙ୍କର ସୁସ୍ଥ ହେବାର କୌଣସି ବାଟ ବା ଆଶା ନଥିବ। ଏହି କ୍ଷେତ୍ରରେ ସାଧାରଣତଃ, ରୋଗୀ କିମ୍ବା ପରିବାରର ଅନୁରୋଧରେ, ଡାକ୍ତରମାନେ ଚିକିତ୍ସା ବନ୍ଦ କରିଦିଅନ୍ତି କିମ୍ବା ଏମିତି କିଛି ଇଞ୍ଜେକ୍ସନ ଦିଅନ୍ତି, ଯାହାଦ୍ବାରା ରୋଗୀ ଜଣକର ମୃତ୍ୟୁ ହୁଏ।
ଅଧିକ ପଢ଼ନ୍ତୁ: ଦେଶରେ ପ୍ରଥମ 'ଇଚ୍ଛାମୃତ୍ୟୁ'କୁ ଅନୁମତି ଦେଲେ ସୁପ୍ରିମକୋର୍ଟ, ଜାଣନ୍ତୁ ୧୩ ବର୍ଷ ଧରି ଅଚେତ୍ ହରିଶଙ୍କ ଯନ୍ତ୍ରଣାଦାୟକ କାହାଣୀ
ଇଛାମୃତ୍ୟୁ ଦୁଇ ପ୍ରକାରର:
୧. ଆକ୍ଟିଭ ବା ସକ୍ରିୟ ଇଛାମୃତ୍ୟୁ:
ଏଥିରେ ଏପରି ଔଷଧ କିମ୍ବା ଇଞ୍ଜେକ୍ସନ ଦିଆଯାଏ, ଯାହାଦ୍ବାରା ରୋଗୀର ତୁରନ୍ତ ମୃତ୍ୟୁ ଘଟେ। ଏହାକୁ ଏବେ ବି ଅନେକ ଦେଶରେ ବେଆଇନ ବୋଲି ବିବେଚନା କରାଯାଏ।
୨. ପାସିଭ୍ ବା ସକ୍ରିୟ ଇଛାମୃତ୍ୟୁ:
ଏଥିରେ ରୋଗୀର ଚିକିତ୍ସା ବନ୍ଦ କରିଦିଆଯାଏ କିମ୍ବା ଭେଣ୍ଟିଲେଟର ଭଳି ଲାଇଫ ସପୋର୍ଟ ମେସିନକୁ ବାହାର କରିଦିଆଯାଏ, ଏହାର କିଛି ସମୟ ପରେ ରୋଗୀର ମୃତ୍ୟୁ ହୋଇଯାଏ।
ଭାରତରେ କ'ଣ ରହିଛି ଆଇନ?
ଭାରତରେ ଇଚ୍ଛାମୃତ୍ୟୁ ସମ୍ପୂର୍ଣ୍ଣ ଆଇନଗତ ନୁହେଁ, କିନ୍ତୁ କିଛି କଠୋର ସର୍ତ୍ତାବଳୀ ଅନୁଯାୟୀ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ବା ପାସିଭ୍ ୟୁଥାନେସିଆକୁ ଅନୁମତି ଦିଆଯାଇଛି। ୨୦୧୮ ମସିହାରେ, ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତିରେ ନିଷ୍କ୍ରିୟ ଇଚ୍ଛାମୃତ୍ୟୁକୁ ଅନୁମୋଦନ କରିଥିଲେ। ଏଥିପାଇଁ ଏକ ମେଡିକାଲ୍ ବୋର୍ଡ ଯାଞ୍ଚ ଆବଶ୍ୟକ। ରୋଗୀଙ୍କ ଆରୋଗ୍ୟ ହେବାର ସମ୍ଭାବନା ଅଛି କି ନାହିଁ ତାହା ଡାକ୍ତରଙ୍କ ଦଳ ନିର୍ଣ୍ଣୟ କରନ୍ତି। ପରିବାରର ସମ୍ମତି ମଧ୍ୟ ଆବଶ୍ୟକ।
ଆହୁରି ପଢ଼ନ୍ତୁ: ରୁଷଠାରୁ ତେଲ କିଣିବାକୁ ଭାରତକୁ କାହିଁକି ଅନୁମତି ଦେଲା ଆମେରିକା ? କହିଲା ପ୍ରକୃତ କାରଣ
ଇଚ୍ଛାମୃତ୍ୟୁ ପାଇଁ କ’ଣ ସର୍ତ୍ତ ରହିଛି?
ଯେଉଁ ଦେଶରେ ଇଚ୍ଛାମୃତ୍ୟୁ ଆଇନଗତ, ସେଠାରେ କିଛି ସର୍ତ୍ତ ପୂରଣ କରାଯାଏ:
- ରୋଗୀଙ୍କ ରୋଗ ଅସହନୀୟ ଏବଂ ଆରୋଗ୍ୟ ନହେବା
- ଜଣେ ଡାକ୍ତରଙ୍କୁ ପ୍ରମାଣପତ୍ର ଦେବାକୁ ପଡ଼ିବ ଯେ ଚିକିତ୍ସାରେ ଉନ୍ନତି ହେବାର ସମ୍ଭାବନା ନାହିଁ।
- ରୋଗୀ କିମ୍ବା ପରିବାରର ଲିଖିତ ଅନୁମତି ରହିବା ଆବଶ୍ୟକ।
- ଅନେକ କ୍ଷେତ୍ରରେ, ଦୁଇଜଣ ଡାକ୍ତରଙ୍କ ଅନୁମୋଦନ ଆବଶ୍ୟକ।
ଅଧିକାଂଶ ଦେଶରେ, ୧୮ ବର୍ଷରୁ କମ୍ ବୟସର ରୋଗୀଙ୍କ ପାଇଁ ଇଚ୍ଛାମୃତ୍ୟୁ ଅନୁମତି ନାହିଁ। ତଥାପି, ନେଦରଲ୍ୟାଣ୍ଡ ଏବଂ ବେଲଜିୟମରେ, ନାବାଳକ ରୋଗୀମାନେ କିଛି ସର୍ତ୍ତରେ ଇଛାମୃତ୍ୟୁ ଆବେଦନ କରିପାରିବେ।
ପ୍ରମେୟ ପୃଷ୍ଠାକୁ ପ୍ରମୁଖ ଖବର: ଦେଶବ୍ୟାପୀ ହୋଟେଲ, ରେସ୍ତୋରାଁ ପ୍ରଭାବିତ; ଜମାଖୋରୀ ରୋକିବାକୁ ଏସ୍ମା ଲାଗୁ କଲା କେନ୍ଦ୍ର