ଭଦ୍ରକ, ୨୪।୧୦ : ବାତ୍ୟା ଦାନା ମାଡି ଆସୁଛି। ବାତ୍ୟା ଯେତିକି ପାଖେଇ ଆସୁଛି ସ୍ଥାନାନ୍ତର ପ୍ରକ୍ରିୟା ଆହୁରି ତ୍ରୀବ କରାଯାଉଛି। ଭଦ୍ରକର ବସ୍ତି ଅଞ୍ଚଳରୁ ଏବେ ମଧ୍ୟ ଚାଲିଛି ସ୍ଥାନାନ୍ତର ପ୍ରକ୍ରିୟା । ଅନେକ ଲୋକ ଘର ଛାଡି ନାହାନ୍ତି । ସେମାନଙ୍କୁ ବୁଝାସୁଝା କରି ପୋଲିସ ଟିମ ଆଶ୍ରୟସ୍ଥଳୀକୁ ନେଉଛନ୍ତି।
ଭଦ୍ରକରେ ସିଟି ଡିଏସପି ଅଂଶୁମାନ ଦ୍ବିବେଦୀ ନିଜେ ଗୋଟିଏ ଟିମ କରି ବସ୍ତି ଅଞ୍ଚଳରେ ଘର ଘର ବୁଲି ଯାଞ୍ଚ କରୁଛନ୍ତି । କେହି ରହି ଯାଉଥିଲେ ସେମାନଙ୍କୁ ଘରୁ ବାହାର କରି ବୁଝାସୁଝା କରି ଆଶ୍ରୟ ସ୍ଥଳୀ କୁ ପଠାଇଛନ୍ତି ।