ନୀଳଗିରି,୨୧/୮ : ଦେଶ ସ୍ବାଧୀନତାର ୭୯ବର୍ଷ ପାଳନ କରୁଛି । ହେଲେ ଆଦିବାସୀ ବହୁଳ ଅଞ୍ଚଳ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ସରକାରଙ୍କ ବିକାଶ ମୂଳକ ଯୋଜନା ଅପହଞ୍ଚ ହୋଇଥିବା ନଜରକୁ ଆସିଛି । ରୋଗୀଙ୍କୁ ପାଇଁ ଯାଇଥିବା ଆମ୍ବୁଲାନ୍ସ ଠିକଣା ସ୍ଥଳରେ ନ ପହଂଚି ପାରିବାରୁ ଶେଷରେ କାଦୁଅ ରାସ୍ତାରେ ଖଟିଆରେ ବୁହା ହେବା ଭଳି ଚିତ୍ର ପଦାକୁ ଆସିଛି ।
ଏଭଳି ଘଟଣା ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ସିଆଡିମାଳ ପଞ୍ଚାୟତ ଡେଉଁଚଖାଲ ଗ୍ରାମରେ ଘଟିଛି । ଏହି ଗ୍ରାମରେ ୪ଶହରୁ ଊର୍ଦ୍ଧ୍ଵ ଲୋକ ବସବାସ କରୁଥିବାବେଳେ ବର୍ଷା ଦିନ ଆସିଲେ ଗ୍ରାମ ପାଇଁ ଅଭିଶାପ ପାଲଟିଥାଏ। ଗୋଟିଏ କିଲୋମିଟର ପାଖାପାଖି ରାସ୍ତା କାଦୁଅ ହୋଇଥାଏ । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ମେଗା ପାନୀୟଜଳ ଯୋଗାଣ ପାଇଁ ରାସ୍ତା ତାଡିବା ପାଇଁ ମାଟି ରାସ୍ତାଟି ବର୍ଷା ପାଇଁ ମରଣଯନ୍ତା ପାଲଟିଛି । ରାସ୍ତାଟି ଅଧିକ କାଦୁଅ ହୋଇଥିବାରୁ ସେଠାକାର ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି।
ଗୁରୁବାର ଡେଉଁଚଖାଲ ଗ୍ରାମର ରୂପି ସିଂ(୬୦)ଙ୍କ ଦେହ ଅସୁସ୍ଥ ହେବାରୁ ୧୦୮ଆମ୍ବୁଲାନ୍ସ ଡାକିଥିଲେ । ହେଲେ ରାସ୍ତାଟି କାଦୁଅ ପାଇଁ ଗାଁ ଭିତରକୁ ଯାଇ ପାରିନଥିଲା । ଗ୍ରାମବାସୀ ତାଙ୍କୁ ଏକ ଖଟିଆରେ ବୋହି ୧୦୮ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ । ପରେ ଆମ୍ବୁଲାନ୍ସ ରୋଗୀଙ୍କୁ ନୀଳଗିରି ହସ୍ପିଟାଲକୁ ନିଆଯାଇଥିଲା। ଯୋଗେ ନୀଳଗିରି ମେଡିକାଲକୁ ନେଇଥିଲେ। ଏଭଳି ରାସ୍ତା ସମସ୍ୟା ପାଇଁ କେଉଁଦିନ ଗୁରୁତର ରୋଗୀ ସଠିକ ସମୟରେ ଆମ୍ବୁଲାନ୍ସରେ ଯାଇ ନ ପାରି ଜୀବନ ଯେ ନ ହରାଇବ ତାହା ଏଡାଇ ଦିଆଯାଇନପାରେ। ତେଣୁ ପ୍ରଶାସନିକ ସ୍ତରରେ ବେଳ ହୁ ସାବଧାନ ହୋଇ ପ୍ରତିକାର ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।