ନୂୂଆଦିଲ୍ଲୀ,୧୮।୧୦: ପାକିସ୍ତାନକୁ ପୁଣିଥରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଚେତାବନୀ। ସେ କହିଛନ୍ତି, ‘ଅପରେସନ୍ ସିନ୍ଦୂର’ କେବଳ ମାତ୍ର ଟ୍ରେଲର ଥିଲା। ଆଗକୁ ପୁରା ଫିଲ୍ମ ବାକି ଅଛି। ‘ବ୍ରହ୍ମୋସ’ର ରେଞ୍ଜ ଭିତରେ ଏବେ ପୁରା ପାକିସ୍ତାନ ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ ଥିବା ବ୍ରହ୍ମୋସ ଏରୋସ୍ପେସ୍ ୟୁନିଟ୍ ରୁ ସୁପରସୋନିକ୍ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପ୍ରଥମ ବ୍ୟାଚ୍ କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଜନାଥ ଏହି କଡା ଚେତାବନୀଙ୍କ ଆତଙ୍କୀସ୍ଥାନକୁ ଦେଇଛନ୍ତି।
ରାଜନାଥ କହିଛନ୍ତି, ସେହି ୟୁନିଟ୍ ଯାହାର ଭିତ୍ତିପ୍ରସ୍ତର ଡିସେମ୍ବର ୨୦୨୧ ରେ ସ୍ଥାପନା କରାଯାଇଥିଲା। ତାହା ୨୦୨୫ ମଇ ୧୧ ରେ ଆନୁଷ୍ଠାନିକ ଭାବରେ ଉଦଘାଟନ କରାଯାଇଥିଲା। କେବଳ ମାତ୍ର ୫ ମାସ ଭିତରେ ନିଜର ପ୍ରଥମ ଉତ୍ପାଦନକୁ ପୂରା କରିଛି, ଯାହାକି ଭାରତର ପ୍ରତିରକ୍ଷା ନିର୍ମାଣ କ୍ଷେତ୍ରରେ ଏକ ନୂଆ କୀର୍ତ୍ତିମାନ। ଏହି ୟୁନିଟ୍ର ଲକ୍ଷ୍ୟ ପ୍ରତି ବର୍ଷ ୮୦ ରୁ ୧୦୦ ବ୍ରହ୍ମୋସ ମିସାଇଲର ଉତ୍ପାଦନ କରିଥାଏ। ଏହି ପ୍ରୋଜେକ୍ଟ ଉତ୍ତର ପ୍ରଦେଶର ଡିଫେନ୍ସ ଇଣ୍ଡଷ୍ଟ୍ରିଆଲ କରିଡରର ୬ଟି ନୋଡସ୍ ଭିତରୁ ଗୋଟିଏ। ଯାହାକୁ ଲକ୍ଷ୍ନୌରେ ସ୍ବତନ୍ତ୍ର ଭାବରେ ତିଆରି କରାଯାଇଛି।
କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ବ୍ରହ୍ମୋସ ଏବେ କେବଳ ଏକ ମିସାଇଲ ନୁହେଁ, ବଂର ଭାରତର ବହୁଥିବେ ସ୍ବଦେଶୀ ସାମରିକ କ୍ଷମତାର ପ୍ରତୀକ, ଏଥିରେ ପାରମ୍ପାରିକ ଓ୍ବାରହେଡ୍, ଆଡଭାନ୍ସ ଗାଇଡେଡ୍ ମିସାଇଲ ସିଷ୍ଟମ ଓ ସୁପର ସୋନିକ୍ ସ୍ପିଡ୍ର ଏଭଳି କମ୍ବିନେସନ୍ ରହିଛି, ଯାହାକି ଏହାକୁ ଦୁନିଆର ସର୍ବଶ୍ରେଷ୍ଠ ମିସାଇଲରେ ସାମିଲ କରିଥାଏ। ସେ କହିଛନ୍ତି, ବ୍ରହ୍ମୋସ ମିସାଇଲ ଏବେ ସ୍ଥଳସେନା, ନୌସେନା ଓ ବାୟୁସେନାର ମେରୁଦଣ୍ଡ ପାଲଟି ସାରିଛି। ଦେଶର ନାଗରିକଙ୍କ ମତରେ ବ୍ରହ୍ମୋସ ନାଁରେ ଏକ ବିଶ୍ବାସ ଓ ଭାବନା ରହିଛି। ଲକ୍ଷ୍ନୌରେ ବ୍ରହ୍ମୋସ ୟୁନିଟ୍ ସ୍ଥାପନା ଏହି କଥାର ପ୍ରମାଣ ଯେ, ଭାରତ ଏବେ କେବଳ ଉପଭୋକ୍ତା ନୁହେଁ ,ବଂର ପ୍ରତିରକ୍ଷା ଟେକ୍ନୋଲୋଜିରେ ଉତ୍ପାଦକ ଦେଶ ପାଲଟି ସାରିଛି। ଅପରେସନ୍ ସିନ୍ଦୁରରେ ବ୍ରହ୍ମୋସର ସଫଳତା ପ୍ରମାଣ କରିଛି ଯେ ଆମର କ୍ଷେପଣାସ୍ତ୍ର କେବଳ ଏକ ପରୀକ୍ଷଣ ନୁହେଁ, ବରଂ ଶକ୍ତିର ଏକ ବ୍ୟବହାରିକ ପ୍ରମାଣ। ‘ଅପରେସନ୍ ସିନ୍ଦୁର୩ କେବଳ ଏକ ଟ୍ରେଲର ଥିଲା, ପାକିସ୍ତାନର ସମଗ୍ର ଅଞ୍ଚଳ ବ୍ରହ୍ମୋସର ପରିସର ମଧ୍ୟରେ ଅଛି। ବିଜୟ ଆଉ ଭାରତ ପାଇଁ ଏକ ଘଟଣା ନୁହେଁ, ବରଂ ଏକ ଅଭ୍ୟାସ, ଯାହାକୁ ଆହୁରି ମଜବୁତ କରିବାକୁ ପଡିବ।