ପ୍ରମୂଖ ଖବର
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଏହି ଦେଶରେ ରହିଛି ‘ଅମ୍ବା ୟାଲୁ କାନ୍ଦାଲାମା’ ରିସୋର୍ଟ, ଯେଉଁଠାରେ ସବୁ କର୍ମଚାରୀ ମହିଳା

Published By : Swapna Ray | April 23, 2025 7:58 PM

ନୂଆଦିଲ୍ଲୀ, ୨୩।୪: ବର୍ତ୍ତମାନ ସବୁ କ୍ଷେତ୍ରରେ ଆଗରେ ମହିଳା । ସେ ଚାକିରି ହେଉ କି ବ୍ୟବସାୟ । ଏପରିକି ମହାକାଶ ଯାତ୍ରାରେ ବି ମହିଳା ନିଜ ନାଁରେ ରେକର୍ଡ କରିଛନ୍ତି । ସେହିପରି ଏକ ଏଭଳି ରିସୋର୍ଟ ରହିଛି, ଯେଉଁଠାରେ ସମସ୍ତ ସମସ୍ତ କର୍ମଚାରୀ ମହିଳା । ଅହି ରିସୋର୍ଟରି ଭାରତରେ ନୁହଁ, ଶ୍ରୀଲଙ୍କାରେ ରହିଛି । ଶ୍ରୀଲଙ୍କାର ‘ଅମ୍ବା ୟାଲୁ କାନ୍ଦାଲାମା’ ରିସୋର୍ଟ । ସେଠାରେ ସବୁ କର୍ମଚାରୀ ମହିଳା । ରାଜଧାନୀ କଲୋମ୍ବୋରୁ ପ୍ରାୟ ୧୬୦ କିଲୋମିଟର ଦୂରରେ ଅବସ୍ଥିତ ଏହି ରିସୋର୍ଟ । ସଫେଇରୁ ଆରମ୍ଭ କରି ରୋଷେଇ ଓ ଅଭ୍ୟର୍ଥନା ପର୍ଯ୍ୟନ୍ତ ସମସ୍ତେ ମହିଳା । ଏପରିକି ରିସୋର୍ଟରେ ଅତିଥିଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସେନାରେ କାମ କରିଥିବା ୭ ଜଣ ମହିଳାଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । 

ରିସୋର୍ଟରେ ସବୁ କର୍ମଚାରୀ ମହିଳା କାହିଁକି ? ଶ୍ରୀଲଙ୍କାର ଆତିଥ୍ୟ ସେବା କ୍ଷେତ୍ର ସମେତ ନାରୀ ସଶକ୍ତୀକରଣର ଏକ ଉଲ୍ଲେଖନୀୟ ଅଗ୍ରଗତିକୁ ସୂଚାଉଛି । ପର୍ଯ୍ୟଟନ ଶିଳ୍ପରେ ଲିଙ୍ଗଗତ ଅସମାନତା ଦୂର କରିବା ଏହି ରିସୋର୍ଟର ମୂଳ ଲକ୍ଷ୍ୟ । ୪୨ ବର୍ଷୀୟା ଜଣେ ଅଧିକାରୀ ଏହି ରିସୋର୍ଟ ଖୋଲିଛନ୍ତି । ଏବେ ସେଠାରେ ୭୫ ଜଣ ମହିଳା କାମ କରୁଛନ୍ତି ଏବଂ ସେମାନଙ୍କୁ ଦକ୍ଷତା ବୃଦ୍ଧିର ପ୍ରଶିକ୍ଷଣ ଦିଆଯାଉଛି । ଶ୍ରୀଲଙ୍କାର ଆତିଥ୍ୟ ବା ହସ୍‌ପିଟାଲିଟି ଶିଳ୍ପରେ କାର୍ଯ୍ୟରତ ମାତ୍ର, ୧୦% କର୍ମଚାରୀ ହେଉଛନ୍ତି ମହିଳା । ୨୦୧୯ର ଇଷ୍ଟର ବିସ୍ଫୋରଣ ଓ କୋଭିଡ କାରଣରୁ ଶ୍ରୀଲଙ୍କାର ଜିଡିପିରେ ଆତିଥ୍ୟ ଶିଳ୍ପର ଅବଦାନ ୨୦୧୮ରେ ୫%ରୁ ଖସି ୨୦୨୩ରେ ମାତ୍ର ୨.୩%ରେ ପହଞ୍ଚିଥିଲା । ତେଣୁ ମହିଳାଙ୍କ ଶୂନ୍ୟସ୍ଥାନ ପୂରଣ କରିବା ସହିତ ଅର୍ଥନୀତିକୁ ସୁଦୃଢ଼ କରିବା ଲାଗି ‘ଅମ୍ବା ୟାଲୁ କାନ୍ଦାଲାମା’ ଦିଗ୍‌ଦର୍ଶନ ପ୍ରଦାନ କରିବ ବୋଲି ରିସୋର୍ଟର ପରିଚାଳକ ଆଶା କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.