ଭୁବନେଶ୍ୱର, ୦୮/୧୦ : ରାଜଧାନୀରେ ଚାଲିଲା ବୁଲ୍ଡୋଜର । ଭୁବନେଶ୍ୱରର ମାଳିସାହି କବାଡ଼ି ବସ୍ତିରେ ବୁଲିଛି ବୁଲ୍ଡୋଜର । ୟୁନିଟ-୩ ଅଞ୍ଚଳରେ ବିଏମ୍ସି ପକ୍ଷରୁ ବଡ଼ଧରଣର ଉଚ୍ଛେଦ ଆରମ୍ଭ ହୋଇଛି ।
ସୂଚନା ମୁତାବକ, ମାଳିସାହି କବାଡ଼ି ବସ୍ତି ଅଞ୍ଚଳରେ ଅନେକ କବାଡ଼ିଆ ଦୋକାନ ଖୋଲିଛି । ଏପିରିକି ଏହି ଦୋକାନଗୁଡ଼ିକ ରାସ୍ତାକୁ ଅବରୋଧ କରି ରଖିଛନ୍ତି । ଯାହାଫଳରେ ଲୋକଙ୍କୁ ଯିବା ଆସିବା ବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏନେଇ ବିଏମ୍ସି ନିକଟରେ ମଧ୍ୟ ବାରମ୍ବାର ଅଭିଯୋଗ ହୋଇଥିଲା । ଶେଷରେ ବୁଧବାର ଦିନ ବିଏମ୍ସି ପକ୍ଷରୁ କବାଡ଼ି ବସ୍ତି ଅଞ୍ଚଳରେ ବୁଲିଛି ବୁଲ୍ଡୋଜର । ରାସ୍ତାକୁ ଅବରୋଧ କରି ରଖିଥିବା ଦୋକାନ ସବୁକୁ ଉଚ୍ଛେଦ କରିଛି ବିଏମ୍ସି । ତେବେ ଏହି ଉଚ୍ଛେଦ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାସହିତ ବିଏମ୍ସିର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଛନ୍ତି ।