ଝାରସୁଗୁଡ଼ା,୨୦/୦୧: ବହୁ ଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ହତ୍ୟା ମାମଲାକୁ ନେଇ ରାଜନୈତିକ ତମ୍ବିତୋଫାନ ଥମିବାର ନାଁ ନେଉନାହିଁ । ଏହାରି ଭିତରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟ କର ତଥ୍ୟ। ହତ୍ୟା ତଦନ୍ତରେ ସଂଘାତିକ ତ୍ରୁଟି ଦେଖିବାକୁ ମିଳିଛି। କ୍ରାଇମବ୍ରାଞ୍ଚ ତଦନ୍ତରେ ବଦଳିଯାଇଛି ସାକ୍ଷୀର ସାକ୍ଷ୍ୟ। ଧଳା ହୋଇଯାଇଛି  ସାକ୍ଷୀଙ୍କ ହଳଦିଆ ସାର୍ଟର ରଙ୍ଗ।  ଏନେଇ ମୁଖ୍ୟ ସାକ୍ଷୀ ଥିବା ଶୁଭେନ୍ଦୁ ପଟ୍ଟନାୟକଙ୍କ ଗଣମାଧ୍ୟମ ସମ୍ମୁଖରେ ବିସ୍ଫୋରକ ବୟାନ ଦେଇଛନ୍ତି । 

ଶୁଭେନ୍ଦୁ ପଟ୍ଟନାୟକଙ୍କ ବୟାନ ଅନୁସାରେ, ଯେଉଁ ଦିନ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେଦିନ ମୁଁ ଘଟଣାସ୍ଥଳରେ ଉପସ୍ଥିତ ହିଁ ଥିଲି । ମୁଁ ନବ ଦାସଙ୍କୁ ଉଠାଇ ଗାଡିରେ ରଖିଥିଲେ । ହେଲେ ସେଦିନ ମୁଁ ହଳଦିଆ ସାର୍ଟ ପିନ୍ଧିଥିଲି । କିନ୍ତୁ ଚାର୍ଜ ସିଟ୍‌ରେ  ଭୁଲ୍ ତଥ୍ୟ ରହିଛି  ଯେ, ମୁଁ ଏକ ଧଳା ରଙ୍ଗର ସାର୍ଟ ପିନ୍ଧିଛି ବୋଲି କୁହାଯାଇଛି ।

ପ୍ରକାଶଯୋଗ୍ୟ ପୂର୍ବତନ ମନ୍ତ୍ରୀ ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟକ ନବ  କିଶୋର ଦାସଙ୍କୁ ଗତ ୨୯ ଜାନୁଆରୀ ୨୦୨୩ ଦିନ ପୁଲିସ୍‌ ଏଏସ୍‌ଆଇ ଗୋପାଳ ଦାସ  ଗୁଳି କରି ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଥିଲା । ଏହି ଘଟଣାର ଗୁରୁତ୍ୱକୁ  ଦେଖି ତତ୍କାଳୀନ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ପ୍ରଦାନ କରିଥିଲେ ।  ଏହି ଘଟଣାକୁ ଦୁଇ ବର୍ଷ ପୂରିବାକୁ ବସିଛି । ଏହାରି ଭିତରେ ଝାରସୁଗୁଡ଼ା କୋର୍ଟରେ  ଏହି ମାମଲାର ଶୁଣାଣି ଜାରି ରହିବା ସହ ସାକ୍ଷ୍ୟ ଗ୍ରହଣ ଆଗେଇଛି ।  ଏଭଳି ପରିସ୍ଥିତିରେ କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ବିରୋଧୀ ତଥା ପ୍ରତିପକ୍ଷ  ଗୋଷ୍ଠୀ ପ୍ରଶ୍ନ ଉଠାଇବା ସହ ସିବିଆଇ ତଦନ୍ତ ଉପରେ ଗୁରୁତ୍ୱାରୋପ କରିବା ପରେ  ପରିବାର ସିବିଆଇ ତଦନ୍ତ ନେଇ ନିଜ ଆଡ଼ୁ ସବୁଜ ସଂକେତ ଦେଇଥିବାରୁ ଏବେ ନବ  ଦାସ ପରିବାରର ସମାଲୋଚକ କେଉଁ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହାକୁ ଅପେକ୍ଷା ।