ଭୁବନେଶ୍ୱର ୦୯/୦୯: ବିଜୁ ଜନତା ଦଳକୁ ଡବଲ ଝଟକା। ବିଜେଡି ଛାଡ଼ିଲେ ଦୁଇ ହେଭିଓ୍ବେଟ୍ ନେତା। ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ ଏବଂ ପୂର୍ବତନ ମନ୍ତ୍ରୀ ଲାଲ୍‌ ବିହାରୀ ହିମିରିକା ଇସ୍ତଫା ଦେଇଛନ୍ତି ।  ଉଭୟ ବିଜେଡିର ପ୍ରାଥମିକ ସଦସ୍ୟ ପଦ ଛାଡ଼ିଥିବା ନେଇ ଘୋଷଣା କରିଛନ୍ତି। ନିଜ ସମର୍ଥକଙ୍କ ସହ ଆଲୋଚନା ପରେ ଇସ୍ତଫା ଦେଇଛନ୍ତି ଦୁଇ ନେତା। ସେପଟେ ଏନ୍‌ ଭାସ୍କର ରାଓ ବିଜୁ ସ୍ବାଭିମାନ ମଞ୍ଚ ଗଠନ ନେଇ କରିଥିବା ନେଇ ଚର୍ଚ୍ଚା ହେଉଛି।

ବିଜେଡିର ବରିଷ୍ଠ ନେତା ଓ ଦୃଢ ସଂଗଠକଙ୍କ ମଧ୍ୟରେ ଏନ୍‌.ଭାସ୍କର ଜଣେ ଥିଲେ । ଯେଉଁଥିପାଇଁ ଦଳ ତାଙ୍କୁ ୨୦୧୬ ମସିହାରେ ରାଜ୍ୟସଭା ସାଂସଦ ପାଇଁ ମନୋନୀତ କରିଥିଲା । ଏହାପରେ ସେ ୨୦୧୬ରୁ ୨୦୨୨ ଯାଏ ରାଜ୍ୟସଭା ସାଂସଦ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ହେଲେ ଏବେ ବିଜେଡିକୁ ବାଏ ବାଏ କହିଛନ୍ତି ଏନ୍‌ ଭାସ୍କର ରାଓ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଏନ୍‌ ଭାସ୍କର ରାଓ ।

ସେହିପରି ବିଜେଡିର ଆଉ ଜଣେ ବରିଷ୍ଠ ନେତା ଲାଲ ବିହାରୀ ହିମିରିକା ମଧ୍ୟ ଦଳ ଛାଡ଼ିଛନ୍ତି । ଉଭୟ ନେତା ଦଳ ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି । ତେବେ ଉଭୟେ ବିଜୁ ସ୍ୱାଭିମାନ ମଞ୍ଚ ନାଁରେ ଏକ ନୂଆ ଦଳ ଗଢ଼ିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।...