ବହ୍ମପୁର, ୨୨।୧୦  :  ସମ୍ଭାବ୍ୟ ବାତ୍ୟା, ବର୍ଷା ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପରୀକ୍ଷା ସ୍ଥଗିତ କରାଯାଇଛି।  ଉଚ୍ଚ ଶିକ୍ଷା ବିଭାଗ ନିର୍ଦେଶ କ୍ରମେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନରେ  ହେବାକୁ ଥିବା ପରୀକ୍ଷା ସ୍ଥଗିତ  କରାଯାଇଛି।   

ଆସନ୍ତା ୨୨ ରୁ ୨୫ ତାରିଖ ମଧ୍ୟରେ ହେବାକୁ ଥିବା ସମସ୍ତ ପରୀକ୍ଷା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ଥଗିତ ରଖିଛନ୍ତି।  ପରୀକ୍ଷା କେବେ ହେବ ପରବର୍ତ୍ତୀ ସମୟରେ  ଛାତ୍ରଛାତ୍ରୀ ଜଣାଇ ଦିଆଯିବ। ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ଼ଃ. ସତ୍ୟ ନାରାୟଣ କୁଣ୍ଡ ସୂଚନା ଦେଇଛନ୍ତି।