ଭୁବନେଶ୍ବର,୧୭।୧୨ ଭୁବନେଶ୍ଵରରେ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ର ଅଫିସିଆଲ ୱେବସାଇଟ୍ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଉନ୍ମୋଚନ କରିଛନ୍ତି । ରାଜ୍ୟର ସବୁ ଶିଳ୍ପସଂଘ ପ୍ରତିନିଧିଙ୍କ ଉପସ୍ଥିତିରେ ଉନ୍ମୋଚନ ହେଲା ଉତ୍କର୍ଷ ଓଡ଼ିଶା ୱେବସାଇଟ । ଆସନ୍ତା ଜାନୁଆରୀ ୨୮-୨୯ ରେ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅନୁଷ୍ଠିତ ହେବ ।
ୱେବସାଇଟରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଯୋଗଦାନ ଓ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ନାମ ପଞ୍ଜିକରଣ ବ୍ୟବସ୍ଥା ତଥା ସମ୍ମିଳନୀ ସମ୍ପର୍କିତ ସମସ୍ତ ତଥ୍ୟ ଉପଲବ୍ଧ ଅଛି । ଏମିତିକି ଏଥର ୱେବସାଇଟରେ ନିବେଶକଙ୍କ ଲାଗି ନିବେଶ ଆଗ୍ରହ ନେଇ ପଞ୍ଜିକରଣ ବ୍ୟବସ୍ଥା ସହ ସରକାରୀ ଅଧିକାରୀଙ୍କ ସହ ଆଲୋଚନା ପାଇଁ ବ୍ୟବସ୍ଥା ରହିଛି । ଯାହାକି ଶିଳ୍ପ ସଂସ୍ଥାଙ୍କ ଲାଗି ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଦୀର୍ଘମିଆଦୀ ନିୟୋଜନ ସହ ପୁଞ୍ଜି ନିବେଶକୁ ଅଧିକ ସରଳ ଓ ସ୍ୱଚ୍ଛ କରିବ । ୱେବସାଇଟରେ ପଞ୍ଜିକରଣ ପରେ QR କୋଡ ସ୍କାନ କରି ଉତ୍କର୍ଷ ଓଡ଼ିଶା ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ ନିବେଶକ ଓ ଅଂଶଗ୍ରହଣକାରୀ । ସବୁ ଶିଳ୍ପସଂଘ CII ଏଥର ଉତ୍କର୍ଷ ଓଡ଼ିଶା କନକ୍ଲେଭର ନ୍ୟାସନାଲ ଇଣ୍ଡଷ୍ଟ୍ରି ପାର୍ଟନର ରହିଛି । ୧୨ ରାଷ୍ଟ୍ର ରହିବେ କଣ୍ଟ୍ରି ଇନ୍ ଫୋକସ । ନୂଆ ସରକାର ଆସିବା ପରେ ରୋଡ ସୋ ଜରିଆରେ ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆସିଛି ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଶିଳ୍ପ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ।