ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

ଆଇଏଏସ ସ୍ତରରେ ପୁଣି ଅଦଳବଦଳ : ରାଜେଶ ପ୍ରଭାକର ପାଟିଲ ହେଲେ ସମବାୟ ସଚିବ

Published By : Suraj Kumar | July 24, 2025 8:30 PM

ଭୁବନେଶ୍ବର,୨୪। ୭ : ଆଇଏଏସ ସ୍ତରରେ ରାଜ୍ୟ ସରକାର  ଗୁରୁବାର ପୁଣି  ଅଦଳବଦଳ କରିଛନ୍ତି।  ମଙ୍ଗଳବାର ୪୯ ଜଣ ଆଇଏଏସଙ୍କୁ ବଦଳି କରିଥିବା ବେଳେ ଗୁରୁବାର ପୁଣି ୧୩ ଜଣ ଆଇଏଏସଙ୍କୁ ବଦଳି କରିଛନ୍ତି। ଏନେଇ  ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୦୫ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ବିଏମସିର ପୂର୍ବତନ କମିଶନର ରାଜେଶ ପ୍ରଭାକର ପାଟିଲଙ୍କୁ  ସମବାୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି  ବିଜୟ  କେତେନ ଉପାଧ୍ୟୟଙ୍କୁ ସଂସ୍କୃତି ସଚିବ, ସମର୍ଥ ବର୍ମାଙ୍କୁ ଲଘୁ ଖଣିଜ ବିଭାଗ ନିର୍ଦେଶକ ଦାୟିତ୍ବ ଦିଆଯାଇଛି।  ଦୀପଙ୍କର ମହାପାତ୍ରଙ୍କୁ ହକି ପ୍ରମୋଶନ  କାଉନସିଲର ସିଇଓ ଭାବେ ନିଯୁକ୍ତି ଦିଆଯାଇଛି। 

ସେହିପରି ଉପଜିଲ୍ଲାପାଳ କ୍ଷେତ୍ରରେ ଅଦଳବଦଳ କରାଯାଇଛି। ଧର୍ମଗଡ ଉପଜିଲ୍ଲାପାଳ ଭାବେ ପ୍ରେକ୍ଷା  ଅଗଓ୍ବାଲଙ୍କୁ ଦାୟିତ୍ବ ଦିଆଯାଇଛି। ପ୍ରଣିତା ଦାସଙ୍କୁ ବାଲିଗୁଡା ଉପଜିଲ୍ଲାପାଳ,  କସ୍ତୁରୀ ପଣ୍ଡାଙ୍କୁ ପଞ୍ଚୁପୀଡ, କରଞ୍ଜିଆ ଉପଜିଲ୍ଲାପାଳ,  ଅଭିଶେଷକ ଦୀପକଙ୍କୁ ଗୁଣପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଇଛି।


ଏ.ଏଲ ଅଶ୍ବନୀଙ୍କୁ ନବରଙ୍ଗପୁର ଉପଜିଲାପାଳ, ସି.  ସରବଣାଙ୍କୁ କୁଚିଣ୍ଡା, ତେଜେସ୍ବନୀ ବେହେରାଙ୍କୁ ସୁନ୍ଦରଗଡ ଉପଜିଲାପାଳ, ଶିବ ମାଲ୍ୟବଙ୍କୁ ଆନନ୍ଦପୁର ଉପଜିଲ୍ଲାପାଳ, ଅଭିନାଶ କୁମାରଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.