ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଅବକାରୀ ଓ ଟ୍ରାଫିକ୍ ଏସଆଇ ପରୀକ୍ଷା ବାତିଲ, ଜୁଲାଇ ୬ରେ ସାନି ପରୀକ୍ଷା କରିବ OSSC

Published By : Rasmita Pradhan | May 6, 2025 8:13 AM

ଭୁବନେଶ୍ୱର, ୦୬/୦୫ : ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ପକ୍ଷରୁ ଗତ ୨୭ ତାରିଖରେ ହୋଇଥିବା ଅବକାରୀ ଓ ଟ୍ରାଫିକ୍‌ ଏସ୍‌ଆଇ ପରୀକ୍ଷା ବାତିଲ୍‌ ହୋଇଛି । ସିଲାବସ୍‌ ବାହାରୁ ପ୍ରଶ୍ନପତ୍ର ଆସିଥିବା ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ଓଏସ୍‌ଏସ୍‌ସି ପକ୍ଷରୁ ପରୀକ୍ଷା ବାତିଲ କରାଯାଇଛି । ଏହି ପରୀକ୍ଷା ଆସନ୍ତା ଜୁଲାଇ ୬ ତାରିଖରେ ପୁଣି ଥରେ ହେବ ବୋଲି ଓଏସ୍‌ଏସ୍‌ସି ପକ୍ଷରୁ କୁହାଯାଇଛି । 

ସୂଚନାଯୋଗ୍ୟ, ଗତ ମାସ ୨୭ ତାରିଖରେ ଅବକାରୀ ଓ ଟ୍ରାଫିକ୍‌ ଏସ୍‌ଆଇ ପରୀକ୍ଷା ହୋଇଥିଲା । ଏଥିରେ ସିଲାବସ୍‌ ବାହାରୁ ପ୍ରଶ୍ନ ଆସିଥିବା ପିଲାମାନେ ଅଭିଯୋଗ କରିଥିଲେ । ଏହି ତ୍ରୁଟିକୁ ଓଏସ୍‌ଏସ୍‌ସି ମଧ୍ୟ ସ୍ୱୀକାର କରିଥିଲା । ତ୍ରୁଟି ସୁଧାର କରିବା ନେଇ ବିକଳ୍ପ ପଦକ୍ଷେପ ନେବା ପାଇଁ ମତାମତ ଦେବାକୁ ଆହ୍ୱାନ କରାଯାଇଥିଲା । ବହୁ ପରୀକ୍ଷାର୍ଥୀ ପରୀକ୍ଷା ବାତିଲ କରି ନୂଆ ପରୀକ୍ଷା କରିବାକୁ ଦାବି କରିଥିବା ନେଇ ଓଏସ୍‌ଏସ୍‌ସି ଦର୍ଶାଇଛି । ଏହି ଆଧାରରେ ପରୀକ୍ଷା ବାତିଲ କରି ଆସନ୍ତା ଜୁଲାଇ ୬ ତାରିଖରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି । ପରୀକ୍ଷାରେ ଓଡ଼ିଆ ଓ ଇଂରାଜୀ ବିଷୟରୁ ୩୫ଟି ଲେଖାଏଁ, ସାଧାରଣ ଜ୍ଞାନରୁ ୫୦ ଏବଂ ଗଣିତ, ରିଜୋନିଂ, କମ୍ପ୍ୟୁଟର ବିଷୟରୁ ୧୦ ନମ୍ବର ଲେଖାଏଁ ପ୍ରଶ୍ନ ଆସିବାର ଥିଲା । ଏପରିକି ପୂର୍ବ ପରୀକ୍ଷାରେ ଏହି ଢାଞ୍ଚାରେ ପ୍ରଶ୍ନ ଆସିଥିଲା । ହେଲେ ଚଳିତବର୍ଷ ପରୀକ୍ଷାରେ କମ୍ପ୍ୟୁଟର, କରେଣ୍ଟ ଆଫେୟାର୍ସ, ଗଣିତ, ରିଜୋନିଂ ଓ ଡିଆଇ ବିଷୟରୁ ୩୦ଟି ଲେଖାଏଁ ପ୍ରଶ୍ନ ଆସିଥିଲା । 

ଓଡ଼ିଆ, ଇଂରାଜୀ ଓ ସାଧାରଣ ଅଧ୍ୟୟନ ବିଷୟରୁ ଗୋଟିଏ ହେଲେ ପ୍ରଶ୍ନ ଆସି ନଥିବା ବେଳେ ଡିଆଇରେ ସିଲାବସ୍‌ ବାହାରୁ ପ୍ରଶ୍ନ ଆସିଥିଲା । ଏପରି ତ୍ରୁଟି ପାଇଁ ପରୀକ୍ଷାକୁ ବାତିଲ କରି ଦୁଇ ମାସ ପରେ କରିବାକୁ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ପରୀକ୍ଷାର୍ଥୀଙ୍କ ଅଭିଯୋଗ, ତ୍ରୁଟି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.