ମାଲକାନଗିରି,୧/୩ (ଆପ୍ର ). ମାଲକାନଗିରି ଥାନା ସ୍ଥ କଦବାହଲ ଛକ ନିକଟରେ ଅବକାରୀ ପୋଲିସ ଏକ ଅଟୋକୁ ଯାଞ୍ଚ କରି ୬୦ କେଜି ଗଞ୍ଜେଇ ଜବତ କରବା ସହ  ୨ ଜଣଙ୍କୁ ଗିରଫ କରିଛି। ମାଲକାନଗିରିରୁ ତେଲଙ୍ଗନାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଗିରଫ ଅଭିଯୁକ୍ତ ହେଲେ ନିଃସନ୍ତା ମେଟାପାଲି ଓ ଦୁଃପତ୍ତି ମୋହନ।ସେମାନଙ୍କ ଘର ତେଲେଙ୍ଗାନା ରେ ବୋଲି ଜଣା ପଡିଛି।

 ସୂଚନା ଯୋଗ୍ୟଯେ ଶନିବାର ସକାଳେ ଅବକାରୀ ବିଭାଗ ମୋବାଇଲ ୟୁନିଟ ମାଲକାନଗିରି ଥାନାସ୍ଥ କଦବାହଲ ଛକ ନିକଟରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ବାଲିମେଳା ପଟୁ ଗୋଟେ ଅଟୋ ଦ୍ରୁତ ଗତିରେ ଆସୁଥିବା ଦେଖି ସନ୍ଦେହ ହେବାରୁ ଅଟକାଇ  ଯାଞ୍ଚ କରିଥିଲେ ଅବକାରୀ କର୍ମଚାରୀ। ଅଟୋ ମଧ୍ୟରେ ଜରି ବସ୍ତାରେ ୬୦କେଜି ଗଞ୍ଜେଇ ଥିବାର ଦେଖିବାକୁ ପାଇଥିଲେ। ଗଞ୍ଜେଇ ଓ ଅଟୋକୁ  ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିଲେ।  ଏହି ଗଞ୍ଜେଇ ସେମାନେ ଚିତ୍ରକୋଣ୍ଡା ଅଞ୍ଚଳରୁ ଆଣି ମାଲକାନଗିରି କାଲିମେଳା ବାଟଦେଇ ତେଲେଙ୍ଗାନା  ଅଭିମୁଖେ ନେଉଥିବାର ସ୍ବୀକାର କରିଛନ୍ତି। ଏହାର ଆନୁମାନିକ ମୂଲ୍ୟପ୍ରାୟ ୬ଲକ୍ଷ ଟଙ୍କା ହେବ। ଏହି ଚଢାଉରେ ଅବକାରୀ ସବ ଇନିସପେକ୍ଟର ଅଶେଷ କୁମାର ନାୟକ, ଜ୍ଞାନରଞ୍ଜନ ସାହୁ,ପ୍ରଦୀପ ନାୟକ, ପାଣ୍ଡଵ ଟୁଡୁ, ଚନ୍ଦନ ଚେଟି ପ୍ରମୁଖ ସାମିଲ ଥିଲେ।