ଭୁବନେଶ୍ୱର,୧୧/୦୧: ଦେଶୀ ମଦ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଚଢାଉ । ଘଟଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଗିରଫ କଲା ଅବକାରୀ ଟିମ୍‌ । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଦେଶୀ ମଦ, ଗୋଟିଏ କାର୍‌ ଏବଂ ଏକ ସ୍କୁଟି ଜବତ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ଏହି ଚଢାଉ କରାଯାଇଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ଭୁବନେଶ୍ୱରରେ ଦେଶୀ ମଦ ଚୋରା ମଦ ଚାଲାଣ କରାଯାଉଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗର ଟିମ୍‌ । ଖବର ପାଇ ହଠାତ ଚଢାଉ କରିଥିଲା । ଚଢାଉ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି । କେବଳ ସେତିକି ନୁହେଁ, ମଦ ଚାଲାଣରେ ବ୍ୟବହୃତ କାର୍‌ ଓ ସ୍କୁଟିକୁ ମଧ୍ୟ ଜବତ କରିଛି ଅବକାରୀ ଟିମ୍‌ ।