ଭୁବନେଶ୍ବର,୩/୮ : ଆନ୍ଧ୍ରପ୍ରଦେଶର ଏକ ପଥର ଖଣିରେ ଆଜି ପୂର୍ବାହ୍ନରେ ବିସ୍ଫୋରଣ ଘଟିଛି । ଆନ୍ଧ୍ରପ୍ରଦେଶର ବାଲିକୁରୁମା ପଥର ଖଣିରେ ବିସ୍ଫୋରଣ। ଏଥିରେ ୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ୪ ଓ ଗଜପତି ଜିଲ୍ଲା ମୋହନାର ୨ ଜଣ ବୋଲି ଜଣାପଡ଼ିଛି ।
ଗାଁ ରେ କାନ୍ଦ ବୋବାଳି । ବାହୁନି ବାହୁନି କାନ୍ଦୁଛନ୍ତି, ଝୁରୁଛନ୍ତି ଆତ୍ମୀୟ ସ୍ୱଜନକୁ । ମୂଲର ରୋଜଗାରକୁ ଚାହିଁ ବସିଥିବା ପରିବାରବର୍ଗ ମୃତ୍ୟୁ ଖବର ଶୁଣି ବେହୋସ ହୋଇ ପଡୁଛନ୍ତି । ପାଦ ତଳୁ ଖସି ଯାଇଛି ମାଟି । ରବିବାର ଆନ୍ଧ୍ରପ୍ରଦେଶର ଏକ ଗ୍ରାନାଇଟ୍ ଖଣିରେ ବଡ଼ ବଡ଼ ପଥର ଖସି ପଡ଼ିବାରୁ ୯ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ବାପତଲା ଜିଲ୍ଲାର ବାଲିକୁରାଭା ନିକଟରେ ଏକ ଘରୋଇ ଖଣିରେ ନିୟମିତ କାର୍ଯ୍ୟ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ରବିବାର ସକାଳ ୯ଟାରେ ଶ୍ରମିକମାନେ ଡ୍ୟୁଟିରେ ଆସିଥିଲେ ଏବଂ କିଛି ମିନିଟ୍ ପରେ ବ୍ଲାଷ୍ଟିଂ କାର୍ଯ୍ୟ ସମୟରେ ସେମାନଙ୍କ ଉପରେ ପଥର ପଡ଼ିଥିଲା । ଖଣିର କଡ଼ ଭୁଶୁଡ଼ି ପଡ଼ିବା ସମୟରେ ପ୍ରାୟ ୧୫-୨୦ ଜଣ ଶ୍ରମିକ ସେଠାରେ ଥିଲେ। ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ମୃତକମାନେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳ ଓ ଗଜପତି ଜିଲ୍ଲା ମୋହନା ଅଞ୍ଚଳର ଶ୍ରମିକ ବୋଲି ଜଣାପଡ଼ିଛି। ଦିଗପହଣ୍ଡି ଅଂଚଳ ଭୀଷ୍ମଗିରି ମଣ୍ଡଳ ନିକଟସ୍ଥ ଚଷା ନିମଖଣ୍ଡି - କୁରୁବୁଲି - ସିଂଧବା ଗ୍ରାମର ୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ଗଜପତି ଜିଲ୍ଲା ମୋହନା ଥାନା ଢେପାଗୁଡା ପଞ୍ଚାୟତ ଅଲେରା ଗାଁର ଦୁଇ ଜଣ ଶ୍ରମିକ ଙ୍କ ମୃତ୍ୟୁ ଘଟିଛି l ମୃତକ ଶ୍ରମିକ ଦୁଇଜଣ ଭାସ୍କର ବିଷୋୟୀ ଏବଂ ଟୁକୁନା ଦଳାଇ l ସେମାନେ ଗତ ଏକ ମାସ ହେଲେ ସେହି ପଥର ଖାଦାନରେ କାମ କରୁଥିଲେ l ଦୁଇ ଜଣଙ୍କ ମୃତ୍ୟୁରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ଳ ଅନ୍ୟ କିଛି ଶ୍ରମିକ ଆହତ ହୋଇଥିବା ଏବଂ ସେମାନଙ୍କୁ ବିଭିନ୍ନ ହସ୍ପିଟାଲକୁ ନିଆଯାଇଥିବା ଜଣାପଡ଼ିଛି।
ଗୁରୁତରମାନଙ୍କୁ ନରସରାଓପେଟାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ରାଜସ୍ୱ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ପୋଲିସକୁ ସହାୟତା କରୁଥିଲେ। ମୃତଦେହଗୁଡ଼ିକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଗ୍ରାନାଇଟ୍ ଖଣିରେ ହୋଇଥିବା ଦୁର୍ଘଟଣାରେ ମର୍ମାହତ ପ୍ରକାଶ କରିଛନ୍ତି। ସେ ବରିଷ୍ଠ ଅଧିକାରୀଙ୍କ ସହ କଥା ହୋଇ ତୁରନ୍ତ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସୁନିଶ୍ଚିତ କରିବାକୁ ମଧ୍ୟ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଏବଂ ଏପରି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ଅଧିକାରୀମାନଙ୍କୁ ମଧ୍ୟ କହିଛନ୍ତି। ବାପତଲା ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିଥିବା ବେଳେ ମୃତକଙ୍କ ମର ଶରୀର କିଭଳି ଗାଁକୁ ପହଂଚିବ ସେ ନେଇ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (ଉଗଜୠ) ମାଧ୍ୟମରେ ପ୍ରତି ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।