ରାଉରକେଲା, ୩୦/୦୫ : ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖାଦାନ ନିକଟରୁ ମାଓବାଦୀମାନେ ୪ ଟନ୍ ବିସ୍ଫୋରକ ଲୁଟି ନେବା ଘଟଣାକୁ ବିତିଗଲାଣି ୪ ଦିନ। ବିସ୍ଫୋରକ ଗୁଡ଼ିକୁ ସୁରକ୍ଷିତ ଉଦ୍ଧାର ପାଇଁ ସରଣ୍ଡା ଜଙ୍ଗଲରେ ଚାଲିଛି କମ୍ବିଂ ଅପରେସନ। ମାତ୍ର ବର୍ତ୍ତମାନ ଯାଏ ଲୁଟ୍ ହୋଇଥିବା ବିସ୍ଫୋରକ ଉଦ୍ଧାର କରାଯାଇ ପାରିନାହିଁ। ଅନ୍ୟପକ୍ଷରେ ଲୁଟ୍ ଘଟଣାର ତଦନ୍ତ ପାଇଁ ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ଵରେ ଜଣେ ଡିଏସପି ଓ ଦୁଇ ଜଣ ଇନ୍ସପେକ୍ଟରଙ୍କୁ ନେଇ ଏସଆଇଟି ଟିମ୍ ଗଠନ କରାଯାଇଛି। ଏନେଇ ରାଉରକେଲା ଏସପି ସୂଚନା ଦେଇଛନ୍ତି। ଏହି ଟିମ୍ ଲୁଟ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଏସଆଇଟି ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ସେହିପରି ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଛାନଭିନ୍ କରିଛନ୍ତି। ଏନ୍ଆଇଏ ପକ୍ଷରୁ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଓ ଟ୍ରକ୍ ଚାଳକ ଦେଓନାଥ ଟପୋଙ୍କୁ ଅଲଗା ଅଲଗା ଜେରା କରାଯାଇଛି।

‘ବେଙ୍ଗଲ କେବେ ବି' ବିଜେପି ହାତକୁ ଯିବ ନାହିଁ, ମୋଦୀଙ...