ପ୍ରମୂଖ ଖବର
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଟ୍ରମ୍ପ-ଜେଲେନସ୍କିଙ୍କ ଲଢ଼େଇରେ ମଜା ନେଉଛି ରୁଷ, ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କୁ କଲା ତାତ୍ସଲ୍ୟ

Published By : Tapas Panda | March 1, 2025 9:39 PM

Image Courtesy: jagran

ନୂଆଦିଲ୍ଲୀ: ଶୁକ୍ରବାର ହ୍ୱାଇଟ୍ ହାଉସରେ ହୋଇଥିବା ହାଇଡ୍ରାମାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ଘଟଣା ସାରା ବିଶ୍ବରେ ଚହଳ ସୃଷ୍ଟି କରିଛି । ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ସବୁଆଡ଼ୁ ଘେରିବାକୁ ଚେଷ୍ଟା କରିଥିଲେ । ଜେଲେନସ୍କି ମଧ୍ୟ ଟ୍ରମ୍ପଙ୍କୁ ଜବାବ ଦେବାକୁ ପଛାଇ ଦେଇନଥିଲେ । ସେପଟେ ହ୍ୱାଇଟ୍ ହାଉସରେ ଘଟିଥିବା ଘଟଣା ଲାଗି ଜେଲେନସ୍କିଙ୍କୁ ତାତ୍ସଲ୍ୟ କରିଛି ରୁଷ । ହ୍ୱାଇଟ୍ ହାଉସରେ ଟ୍ରମ୍ପ ଏବଂ ଜେଲେନସ୍କିଙ୍କ ମଧ୍ୟରେ ହୋଇଥିବା କଡ଼ା ବିତର୍କ ଉପରେ ରୁଷ  ଖୁସି ପ୍ରକାଶ କରିଛି ଏବଂ କହିଛି ସେ ଏଥିପାଇର୍ ଯୋଗ୍ୟ । ରୁଷ କହିଛି ଯେ, ଏହି ଲଢ଼େଇ ମସ୍କୋ ପାଇଁ ଏକ ଉପହାର, ଯାହା ଟ୍ରମ୍ପଙ୍କ ନୂତନ ପ୍ରଶାସନ ସହିତ ଉତ୍ତମ ସମ୍ପର୍କ ଗଠନ ପାଇଁ କାର୍ଯ୍ୟ କରୁଛି । 

ରୁଷ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ମେଦଭେଦେବ ମଧ୍ୟ ଏ ବିଷୟରେ ଏକ ବିବୃତ୍ତି ଦେଇଛନ୍ତି । ଟେଲିଗ୍ରାମରେ ପୋଷ୍ଟ କରି ସେ ଲେଖିଛନ୍ତି, 'ଓଭାଲ ଅଫିସରେ ଜେଲେନସ୍କିଙ୍କ ଉପରେ ନିର୍ମମ ଆକ୍ରମଣ ହୋଇଛି।' ରୁଷିଆ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି, ୟୁକ୍ରେନୀୟ ରାଷ୍ଟ୍ରପତି ରକ୍ଷା ପାଇଗଲେ କାରଣ ଟ୍ରମ୍ପ ଏବଂ ଭାନ୍ସ ବିତର୍କ ସମୟରେ ଜେଲେନସ୍କିଙ୍କୁ ଆକ୍ରମଣ କରିନଥିଲେ। ଚ୍ୟାନେଲଗୁଡ଼ିକରେ ସବୁକିଛି ସମସ୍ତେ ଦେଖିଲେ । କିଭଳି ଜେଲେନ୍ସକି ତାଙ୍କୁ ଖାଇବାକୁ ଦେଉଥିବା ହାତକୁ କାଟୁଥିଲେ ।

ପୂର୍ବତନ ରୁଷ ରାଷ୍ଟ୍ରପତି ଦିମିତ୍ରୀ ମେଦଭେଦେବ ଟ୍ରମ୍ପଙ୍କ ପ୍ରତିକ୍ରିୟାକୁ ଜେଲେନସ୍କିଙ୍କ ପ୍ରତି "ଗାଲରେ ଏକ ଚାପୁଡ଼ା" ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଜେଲେନସ୍କି ବଡ଼ ବଡ଼ କଥା କହୁଛନ୍ତି, କିନ୍ତୁ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କୁ ଆମେରିକାର ଅସମ୍ମାନ କରୁଥିବାର ଅଭିଯୋଗ କରିଛନ୍ତି । ହ୍ୱାଇଟ୍ ହାଉସରେ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ଏବଂ ଜେଲେନ୍ସକିଙ୍କ ମଧ୍ୟରେ ରୁଷ ସହିତ ଯୁଦ୍ଧକୁ ନେଇ ପ୍ରବଳ ବିତର୍କ ହୋଇଥିଲା । ଟ୍ରମ୍ପ କହିଥିଲେ ଯେ, ଜେଲେନସ୍କି ଯୁଦ୍ଧବିରତି ସ୍ୱାକ୍ଷର ନକରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ସହିତ ଖେଳୁଛନ୍ତି ।

ଟ୍ରମ୍ପ ଏହା ମଧ୍ୟ କହିଥିଲେ ଯେ ଜେଲେନସ୍କି ତୃତୀୟ ବିଶ୍ୱଯୁଦ୍ଧ ପାଇଁ ଜୁଆ ଖେଳୁଛନ୍ତି ଏବଂ ଶେଷରେ ତାଙ୍କୁ ରୁଷ ସହିତ ବୁଝାମଣା କରିବାକୁ ପଡିବ। ଏହାର ଜବାବରେ ଜେଲେନ୍ସକି କହିଥିଲେ ଯେ, ଆମକୁ ଯୁଦ୍ଧବିରତିର ଆବଶ୍ୟକତା ନାହିଁ। ସେପଟେ ଜେଲେନସ୍କି ୱାଶିଂଟନରେ ଆମେରିକାକୁ ଅସମ୍ମାନ କରିଛନ୍ତି । ଏବେ ସେ ଶାନ୍ତି ପାଇଁ ପ୍ରସ୍ତୁତ ହେଲେ ହିଁ ଏଠାକୁ ଫେରିପାରିବେ ବୋଲି ଟ୍ରମ୍ପ କହିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.