ଭୁବନେଶ୍ବର,୨୧/୧୧ : ରାଜ୍ୟର ୩ଟି ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳକୁ ବୃଦ୍ଧି । ଏ ନେଇ ଆଜି ରାଜଭବନ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ୩ ବିଶ୍ବବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଆଉ ୬ ମାସ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢାଯାଇଛି ।
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ ଓ ଗଙ୍ଗାଧର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସରଙ୍କ କାର୍ଯ୍ୟକାଳ ୬ମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ନୂଆ କୁଳପତି ନିଯୁକ୍ତି ପର୍ଯ୍ୟନ୍ତ କିମ୍ବା ୬ ମାସ ପର୍ଯ୍ୟନ୍ତ କୁଳପତି ଭାବେ ସେମାନେ କାର୍ଯ୍ୟ କରିପାରିବେ ବୋଲି କୁହାଯାଇଛି।