ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଆରଜିକର ପୀଡିତାଙ୍କ ପାଇଁ ନ୍ୟାୟ ମାଗୁଥିଲା, ହେଲେ ନିଜେ ଦୁଷ୍କର୍ମକାରୀ: ଲ’ କଲେଜ ଦୁଷ୍କର୍ମ ମାମଲା ମୁଖ୍ୟ ଅଭିଯୁକ୍ତର ପୋଷ୍ଟ ଭାଇରାଲ

Published By : Harapriya Biswal | June 29, 2025 8:49 PM

କୋଲକାତା,୨୯।୬:  ପଶ୍ଚିମବଙ୍ଗର କଲିକତା ଲ’ କଲେଜରେ ଘଟିଥିବା ଗଣଦୁଷ୍କର୍ମ ମାମଲା ଗତ ବର୍ଷ କୋଲକାତାରେ ଘଟିଥିବା ଆରଜି କର ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ମନେପକାଇ ଦେଇଛି  ୮ ଏବଂ ୯ ଅଗଷ୍ଟ, ୨୦୨୪ ରାତିରେ ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିଲା। ତେବେ ସେ ଦିନ ଆରଜିକର ପୀଡିତା ପାଇଁ ନ୍ୟାୟ ମାଗୁଥିବା ଲୋକଙ୍କ ଭିତରେ ଥିବା ବ୍ୟକ୍ତି  ନିକଟରେ ଲ’ କଲେଜ ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର। ସେ  ଆରଜି କର ମାମଲାରେ ମାମଲାର ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରିଥିଲା।

ଲ’ କଲେଜ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ରର ଏକ ପୁରୁଣା ଫେସବୁକ୍ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗତ ବର୍ଷ କୋଲକାତାରେ ଆରଜି କର ଘଟଣା ପରେ ମନୋଜିତ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ଦାବି କରିଥିଲା। ସେ ନିଜ ଫେସବୁକ୍ ପୋଷ୍ଟରେ ଲେଖିଥିଲା, 'ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯାଉ, ମୁଁ ନ୍ୟାୟ ଚାହୁଁଛି, ନାଟକ ନୁହେଁ, ମୁଁ ତୁରନ୍ତ ନ୍ୟାୟ ଚାହୁଁଛି,  ଦୋଷୀମାନଙ୍କୁ ଫାଶୀ ଦିଆଯାଉ।'

ଉଲ୍ଲେଖନୀୟ ଯେ, କୋଲକାତା  ଲ’ କଲେଜରେ ୨୫ ଜୁନରେ ଘଟିଥିବା ଗଣଦୁଷ୍କର୍ମ ମାମଲାରେ ଏପର୍ଯ୍ୟନ୍ତ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିରେ କଲେଜର ପୂର୍ବତନ ଛାତ୍ର ଏବଂ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର, ଦୁଇ ଛାତ୍ର ପ୍ରମିତ ମୁଖାର୍ଜୀ ଏବଂ ଜାଇଦ ଅହମ୍ମଦଙ୍କ ସାମିଲ ଅଛନ୍ତି। ଏହା ବ୍ୟତୀତ ଏହି ମାମଲାରେ ଜଣେ ଗାର୍ଡଙ୍କୁ ମଧ୍ୟ ଗିରଫ କରାଯାଇଛି। ଅଭିଯୋଗ ହୋଇଛି ଯେ ମନୋଜିତ ସେହି ସମୟରେ ସେଠାରେ ଉଭୟ ଛାତ୍ର  ସହ ମିଶି ଦୁଷ୍କର୍ମ କରିଥିଲା।

ଅଭିଯୋଗ ଅନୁଯାୟୀ, ୨୪ ବର୍ଷୀୟ ଆଇନ କଲେଜ ଛାତ୍ରୀଙ୍କୁ କ୍ୟାମ୍ପସର ଡି ୱାର୍ଡରେ ଥିବା ଗାର୍ଡ ରୁମକୁ ଡକାଯାଇଥିଲା, ଯେଉଁଠାରେ ପୂର୍ବରୁ ତିନି ଜଣ ଲୋକ ଉପସ୍ଥିତ ଥିଲେ। ଏହା ପରେ, ଏହି ଲୋକମାନେ ତାଙ୍କୁ ଗାର୍ଡ ରୁମରେ  ବନ୍ଧକ ରଖିଥିଲେ। ପ୍ରାୟ ତିନି ଘଣ୍ଟା ଧରି ପୀଡିତାଙ୍କୁ ନିର୍ଯାତନା ସହ ଦୁଷ୍କର୍ମ କରାଯାଇଥିଲା।  ଡାକ୍ତରୀ ରିପୋର୍ଟ ଅନୁଯାୟୀ, ପୀଡିତାଙ୍କ ବେକରେ କ୍ଷତ ଚିହ୍ନ ମିଳିଛି, ଜଙ୍ଘ ଏବଂ ଛାତିରେ ମଧ୍ୟ ଆଘାତ ଲାଗିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.