ବୁଡାପେଷ୍ଟ (ହଙ୍ଗେରୀ) : ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଆମେରିକାର ରାଷ୍ଟ୍ରପତି ହେବା ପରେ ସାରା ବିଶ୍ୱରେ ଅନେକ ଦେଶରେ ଚିନ୍ତାର ସ୍ଥିତି ଉପୁଜିଛି। ୨୭ଟି ଦେଶର ୟୁରୋପୀୟ ୟୁନିୟନ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ପୂର୍ବରୁ ଆର୍ଥିକ ସଙ୍କଟର ସାମ୍ନା କରୁଥିବା ୟୁରୋପୀୟ ୟୁନିୟନକୁ ଚିନ୍ତା ଘାରିଛି କି, ଟ୍ରମ୍ପ ପ୍ରଶାସନ ଅନୁସାରେ ତାକୁ ଆହୁରି ଆର୍ଥିକ ଚ୍ୟାଲେଞ୍ଜର ସାମନା କରିବାକୁ ପଡିପାରେ, କାରଣ ଟ୍ରମ୍ପ ନିଜର ନିର୍ବାଚନ ଅଭିଯାନ ବେଳେ ବାରମ୍ୱାର ଟାରିଫ୍ ବଢାଇବା ଓ ରପ୍ତାନୀ ଉପରେ ଉଚ୍ଚ ଶୁଳ୍କ ଲଗାଇ ଆମେରିକାକୁ ଲାଭ ଦେବାର ଘୋଷଣା କରି ସାରିଛନ୍ତି। ଏହା ବ୍ୟତୀତ ସେ ରୁଷ୍-ୟୁକ୍ରେନ୍ ଯୁଦ୍ଧର ଶେଷ କରାଇବାକୁ ଚେଷ୍ଟା ମଧ୍ୟ କରି ପାରନ୍ତି।


ନିଜର ନିର୍ବାଚନ ପ୍ରଚାର ଅଭିଯାନ ବେଳେ ଡୋନାଲ୍ଡ ଟ୍ରମ୍ପ ୟୁରୋପ ସହ ଟ୍ରେଡ୍ ୱାର (ବାଣିଜ୍ୟ ଯୁଦ୍ଧ)ଠୁ ନେଇ ଉତ୍ତର ଆଟଲାଣ୍ଟିକ୍ ସନ୍ଧି ସଙ୍ଗଠନ (ନାଟୋ) ପ୍ରତିବଦ୍ଧତା ଗୁଡ଼ିକୁ ଫେରେଇ ନେବା ଓ ରୁଷ୍ ସହ ଯୁଦ୍ଧରେ ୟୁକ୍ରେନର ସମର୍ଥନରେ ମୌଳିକ ପରିବର୍ତ୍ତନ ଆଣିବା ଯାଏ କହିଥିଲେ। ଏହି କାରଣରୁ ୟୁରୋପୀୟ ଦେଶ ଗୁଡ଼ିକ ଚିନ୍ତାରେ, କାରଣ ଏସବୁ ମାମଲା ପାଇଁ ପୂରା ୟୁରୋପର ଦେଶ ଗୁଡ଼ିକ ଭୟଙ୍କର ପରିଣାମ ଭୋଗି ପାରନ୍ତି।

ଏଥିପାଇଁ, ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଓ ନାଟୋ ମହାସଚିବ ମାର୍କ ରୁଟଙ୍କ ସହ ପାଖାପାଖି ୫୦ ଜଣ ୟୁରୋପୀୟ ନେତା ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ସମ୍ୱନ୍ଧ ଗୁଡ଼ିକ ଉପରେ ପଡ଼ୁଥିବା ପ୍ରଭାବର ଆକଳନ କରିବାକୁ ବୁଡାପେଷ୍ଟରେ ଶୁକ୍ରବାର ମହାମନ୍ଥନ କରିବାକୁ ଯାଉଛନ୍ତି।

ଉଲ୍ଲେଖନୀୟ ଯେ , ପୂର୍ବରୁ ହିଁ ଜଟିଳ ଆର୍ଥିକ ସ୍ଥିତିକୁ ଆହୁରି ମୁସ୍କିଲ କରି , ୟୁରୋପର ଆର୍ଥିକ ମହାଶକ୍ତି ଜର୍ମାନୀ ଚାନ୍ସଲର ଓଲାଫ୍ ଶୋଲଜଙ୍କ ଦ୍ୱାରା ନିଜର ଅର୍ଥ ମନ୍ତ୍ରୀଙ୍କୁ ବହିଷ୍କାର କରିବା ପରେ ରାଜନୀତିକ ସଙ୍କଟରେ ଫସି ଯାଇଛନ୍ତି। ଏହି ଘଟଣାକ୍ରମ କିଛି ମାସରେ ନିର୍ବାଚନ ହେବା ଓ ୟୁରୋପରେ କଟ୍ଟର ଦକ୍ଷିଣପନ୍ଥୀ ଓ ପ୍ରମୁଖ ରାଜନୀତିକ ଦଳଙ୍କ ମଧ୍ୟରେ ଆଉ ଏକ ଗତିରୋଧର ଆଶଙ୍କାକୁ ବଢାଇ ଥାଏ।