• ମୋବାଇଲ ଭଳି ବି ଘର ହେବ ଫୋଲ୍ଡ
  • ୪ ଘଣ୍ଟାରେ ହୋଇଯିବ ଇନଷ୍ଟଲ
  • ୩୦-୪୦ ବର୍ଷ କରିପାରିବେ ବ୍ୟବହାର

ନୂଆଦିଲ୍ଲୀ,୨୭।୧: ଭାରତରେ ଘର ନିର୍ମାଣ କରିବା ଏବେ ବି ଏକ ଲମ୍ବା ପ୍ରକ୍ରିୟା। ଡିଜାଇନ୍, ମ୍ୟାଟେରିଆଲ, ଶ୍ରମ ଏବଂ ପାଗ ସବୁ ସମୟସୀମାକୁ ପ୍ରଭାବିତ କରେ। ଏହି ସମସ୍ୟାର ସମାଧାନ ପାଇଁ, ସାର୍କ ଟ୍ୟାଙ୍କ ଇଣ୍ଡିଆର ସିଜିନ ୫ରେ  ‘ଅପରିୟର ବିଲ୍ଡ’ ନାମକ ଏକ ଷ୍ଟାର୍ଟଅପ୍ ଆସିଥିଲା। ଯଦିଓ ଭାରତରେ ଏପରି ବହୁତ ଷ୍ଟାର୍ଟଅପ୍ ନାହିଁ, ୟୁରୋପ ଏବଂ ଆମେରିକାରେ ଅନେକ ଅଛନ୍ତି ଯେଉଁମାନେ କିଛି ଘଣ୍ଟାରେ ଘର ନିର୍ମାଣ କରିପାରିବେ।

କମ୍ପାନୀର ମଡେଲ ମଡ୍ୟୁଲାର କନଷ୍ଟ୍ରକସନ୍ ଉପରେ ଆଧାରିତ। ଏହାର ଅର୍ଥ ହେଉଛି ଘରର କାନ୍ଥ,ଚଟାଣ, ଛାତ, ଓ୍ବେୟାରିଂ ଏବଂ ପାଇପ ଲାଇନ୍ ପୂର୍ବରୁ ଫ୍ୟାକ୍ଟ୍ରିରେ ତିଆରି କରାଯାଏ। ଏହାପରେ ତାକୁ ସାଇଟରେ ନେଇ ଆସେମ୍ବଲ କରାଯାଏ। ଦାବି କରାଯାଉଛି ଯେ,ଏକ ଷ୍ଟାଣ୍ଡାର୍ଡ ୟୁନିଟ୍ କିଛି ଘଣ୍ଟାରେ ସାଇଟ୍‌ରେ ଇନଷ୍ଟଲ କରିହେବ। ଏହାର ଡିଜାଇନ୍ ଓ ବିଲ୍ଡି କ୍ବାଲିଟି ଖୁବ୍ ଆକର୍ଷଣୀୟ। ଘରର ଡିଜାଇନ୍ ଏବଂ ବିଲ୍ଡିଂ କ୍ବାଲିଟି ଖୁବ୍ ଭଲ ରହିଥାଏ। କମ୍ପାନୀ ଦାବି କରେ ଯେ ଏହାକୁ ୩୦-୪୦ ବର୍ଷ ପାଇଁ ବ୍ୟବହାର କରାଯାଇପାରିବ। ତେବେ ଟ୍ରାଡିସନାଲ ଉପାୟରେ ତିଆରି ଘର ଗୁଡିକ ସାଧାରଣତଃ ୭୦-୮୦ ବର୍ଷ ପର୍ଯ୍ୟନ୍ତ ରହିଥାଏ।

ଫୋଲ୍ଡେବଲ ଘର

ଏହି ଘରକୁ ସମ୍ପୂର୍ଣ୍ଣ ଭାବରେ ‘ଫୋଲ୍ଡ’ କରାଯାଇପାରେ ଏବଂ ଆସେମ୍ବଲ ଏରିଆରେ ପ୍ୟାକ୍ କରାଯାଇପାରିବ। ଏହା ପରେ ଏହାକୁ ଟ୍ରକ୍ ମାଧ୍ୟମରେ ସାଇଟ୍‌କୁ ପଠାଇହେବ। କିଛି ଘଣ୍ଟା ମଧ୍ୟରେ ଏକ୍ସପର୍ଟମାନେ ଘରଟି ଇନଷ୍ଟଲ କରିପାରିବେ। କମ୍ପାନୀ କହିଛି ଯେ ଭବିଷ୍ୟତରେ ମଲ୍ଟିଷ୍ଟୋର ହାଉସର ଗଠନ ମଧ୍ୟ ହେବ। ଉଲ୍ଲେଖନୀୟ ଯେ, ଏଭଳି ପଦ୍ଧତି ବିଦେଶରେ ବ୍ୟବହାର କରାଯାଏ,କିନ୍ତୁ ଭାରତରେ ଏହା ସବୁ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ‘ଅପ୍ରିୟର ବିଲ୍ଡ’ ବର୍ତ୍ତମାନ ନିଜର ପ୍ରଡକ୍ଟର ବ୍ୟବହାର ସରକାରୀ ପ୍ରୋଜେକ୍ଟରେ କରୁଛି। କମ୍ପାନୀର ଦାବି ଅନୁସାରେ,ଅପ୍ରିୟର ବିଲ୍ଡ ଅଙ୍ଗନବାଡି ଓ ଛୋଟ ସାର୍ବଜନୀନ ଭବନ ପାଇଁ କମ୍ପାନୀର ମଡ୍ୟୁଲାର ୟୁନିଟ୍ ସପ୍ଲାଇ କରିଛି। ଏହାଦ୍ବାରା କମ୍ପାନୀର ପ୍ରାରମ୍ଭିକ ରେଭିନ୍ୟୁ ମିଳିଛି ଓ ଗ୍ରାଉଣ୍ଡ ଲେବଲରେ ଟେକ୍ନୋଲୋଜି ଟେଷ୍ଟ ହେଉଛି।

ମିଳିଲା ୨ କୋଟି ଟଙ୍କାର ଫଣ୍ଡିଂ

ଏହି କମ୍ପାନୀକୁ କୁନାଲ ବେହେଲଙ୍କ ପକ୍ଷରୁ ୨ କୋଟି ଟଙ୍କାର ଫଣ୍ଡିଂ ମିଳିଛି। ଏହା ବଦଳରେ କୁନାଲଙ୍କୁ କମ୍ପାନୀରେ ୨.୫%ର ଇକ୍ବ୍ୟୁଟି ମିଳିବ। ଏହି ଷ୍ଟାର୍ଟଅପ୍ରେ ଅନୁପମ ମିତ୍ତଲ ମଧ୍ୟ ଆଗ୍ରହ ଦେଖାଇଛନ୍ତି,କିନ୍ତୁ ଡିଲ୍ ନେଗୋସିଏସନ୍ ପରେ ଏହି ଷ୍ଟାର୍ଟଅପ୍ କୁନାଲଙ୍କ ଅଫର ଗ୍ରହଣ କରିଛି। ଡିଲ୍ପରେ କମ୍ପାନୀକୁ ଫଣ୍ଡିଂ ମଳିଛି,କିନ୍ତୁ ଏହା ସହ ସର୍ତ୍ତ ମଧ୍ୟ ରହିଛି ଯେ,ଆଗାମୀ ଦିନରେ ବଡ଼ ଅର୍ଡର ଓ ଭଲ ମାର୍ଜିନ ଦେଖାଇବାକୁ ହେବ।

ଆହୁରି ପଢନ୍ତୁ ;ମହାକାଳେଶ୍ୱର ମନ୍ଦିରରେ ଭିଆଇପି ଦର୍ଶନ ଉପରେ ରୋକ ମାମଲା: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ, ଦେଲେ କଡ୍ଡା ଟିପ୍ପଣୀ