ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

Karnataka: ଦାଣ୍ଡେଲିରେ ମିଳିଲା ପୁଳାପୁଳା ନକଲି ଟଙ୍କା: ନୋଟ୍‌ରେ ରହିଛି ‘ରିଭର୍ସ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ ଲେଖା

Published By : Bijay Swain | April 9, 2025 7:39 PM

Image courtesy: indiatoday

ନୂଆଦିଲ୍ଲୀ: କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାର ଦାଣ୍ଡେଲିରେ ପୋଲିସ ଏକ ଭଡ଼ା ଘରେ ଚଢ଼ାଉ କରି ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଉନ୍ମୋଚନ କରିଛି। ଏହି ଚଢ଼ାଉ ସମୟରେ ପୋଲିସକୁ ସନ୍ଦେହଜନକ ଅବସ୍ଥାରେ ପଡିଥିବା ୫୦୦ ଟଙ୍କିଆ ନୋଟ୍‌ର ଏକ ବଡ଼ ପରିମାଣ ମିଳିଛି। ଯାହା ଉପରେ ‘ସିନେମା ଶୁଟିଂ ପାଇଁ ଉଦ୍ଧିଷ୍ଟ’ ବୋଲି ଲେଖା ରହିଛି। ମଙ୍ଗଳବାର ସନ୍ଧ୍ୟାରେ ପୋଲିସ ଏକ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଏକ ଘରେ ଚଢାଉ କରିଥିଲା। ଦାଣ୍ଡେଲି ସହରର ଗାନ୍ଧୀନଗର ଅଞ୍ଚଳରେ ଥିବା ଏହି ଘରୁ ନକଲି ନୋଟ୍‌ ସହିତ ଏକ ଟଙ୍କା ଗଣିବା ମେସିନ୍‌ ମଧ୍ୟ ଜବତ କରାଯାଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ନୋଟ୍‌ଗୁଡ଼ିକ ଦେଖିବାକୁ ନକଲି ଲାଗୁଥିଲେ ମଧ୍ୟ ଉକ୍ତ ନୋଟ୍ ଗୁଡିକର ଆଇନଗତ ବୈଧତା ରହିଛି। କାରଣ ମୁଦ୍ରାର ମୁଖ୍ୟ ବୈଶିଷ୍ଟ୍ୟ ଯଥା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆରବିଆଇ) ର ସିଲ୍, ଗଭର୍ଣ୍ଣରଙ୍କ ଦସ୍ତଖତ ଓ ସିରିଏଲ୍‌ ନମ୍ବର ନଥିଲା। ଏହା ବଦଳରେ ନୋଟ୍‌ର ପଛପଟେ ‘ସିନେମା ଶୁଟିଂ ପାଇଁ ଉଦ୍ଧିଷ୍ଟ’ ଲେଖାଥିଲା। ଆଶ୍ଚର୍ଯ୍ୟର କଥା ହେଲା, ଏହି ନୋଟ୍‌ଗୁଡ଼ିକରେ ‘ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ ବଦଳରେ ‘ରିଭର୍ସ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ ଲେଖାଯାଇଥିଲା। ଉକ୍ତ ନୋଟ୍ ଗୁଡିକ ବଟର ପେପରରେ ଛପା ହୋଇଛି ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, “ଏହି ନୋଟ୍‌ରେ ସିରିଏଲ୍‌ ନମ୍ବର ନାହିଁ, ତେଣୁ ଏହାକୁ ନକଲି ମୁଦ୍ରା ଭାବେ ଶ୍ରେଣୀବଦ୍ଧ କରାଯାଇ ପାରିବ ନାହିଁ। ପଛପଟେ ‘ସିନେମା ଶୁଟିଂ ପାଇଁ ଉଦ୍ଧିଷ୍ଟ’ ବୋଲି ମଧ୍ୟ ଲେଖାଅଛି। ତଥାପି, ଏହାର ସତ୍ୟତାର ଯାଞ୍ଚ ଚାଲିଛି।” ଘରର ମାଲିକ ନୂରଜାନ୍‌ ଝୁନଜୁୱାଦକରଙ୍କଠାରୁ ଏହି ଘର ଭଡ଼ାରେ ନେଇଥିବା ଅରଶଦ ଖାନ୍‌ ନାମକ ଜଣେ ବ୍ୟକ୍ତି ଗତ ଏକ ମାସରୁ ନିଖୋଜ ଥିବା ଜଣାପଡ଼ିଛି। ପୋଲିସ ତାଙ୍କୁ ଖୋଜିବା ସହ ଏହି ନୋଟ୍‌ର ଉତ୍ପତ୍ତି ଓ ଏହା ପଛର ଉଦ୍ଦେଶ୍ୟ ବିଷୟରେ ତଦନ୍ତ ଜାରି ରଖିଛି ବୋଲି ସୂଚନା ଦେଇଛି।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ସିନେମା ପାଇଁ ବ୍ୟବହୃତ ହେବାକୁ ଥିବା ଏହି ନୋଟ୍‌ କେଉଁ ଉଦ୍ଦେଶ୍ୟରେ ଏଠାରେ ରଖାଯାଇଥିଲା ଓ ଏହା ପଛରେ କିଛି ଅପରାଧିକ କାର୍ଯ୍ୟକଳାପ ଅଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.