ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ନକଲି ଡାକ୍ତରମାନେ ଖୋଲି ଥିଲେ ହସ୍ପିଟାଲ, ଉଦଘାଟନର ଦିନକ ପରେ ବନ୍ଦ

Published By : Prameya | November 19, 2024 5:46 PM

ସୁରଟ : ଭାରତରେ ନକଲି ଡାକ୍ତରଙ୍କ କୌଣସି ଅଭାବ ନାହିଁ। ହେଲେ ସେତିକି ବେଳେ ଆଶ୍ଚର୍ଯ୍ୟ ଲାଗିଲା ଯେତେବେଳେ ନକଲି ଡାକ୍ତରଙ୍କର ଏକ ଦଳ ଗୁଜରାଟର ସୁରଟରେ ହସ୍ପିଟାଲ ଖୋଲିଥିଲେ ଏବଂ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କ ସହ କଥାବାର୍ତ୍ତା ନହୋଇ ଉଦ୍‌ଘାଟନ ସମାରୋହକୁ ଅତିଥି ରୂପେ ଡାକି ଥିଲେ। ଏବେ କିନ୍ତୁ ହସ୍ପିଟାଲଟିକୁ ଉଦ୍ଘାଟନର ଗୋଟିଏ ଦିନ ପରେ ହିଁ ବନ୍ଦ କରି ଦିଆ ଯାଇଛି, କାରଣ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ଏହାକୁ ରୋକିଛନ୍ତି। ନୁହେଁତ କେତେ ଲୋକଙ୍କ ଜୀବନ ବିପଦରେ ପଡ଼ିଥାନ୍ତା। 

ପୋଲିସ କହିଛି କି,ଏହାର ୫ଜଣ ସହ-ସଂସ୍ଥାପକଙ୍କ ମଧ୍ୟରୁ ଦୁଇ ଜଣଙ୍କ ପାଖରେ ନକଲି ଡିଗ୍ରୀ ଅଛି। ଅନ୍ୟ ୩ଜଣ ସହ-ସଂସ୍ଥାପକଙ୍କ ଡିଗ୍ରୀକୁ ନେଇ ମଧ୍ୟ ପ୍ରଶ୍ନ ରହିଛି ଏବଂ ପୋଲିସ୍‌ ଏହାର ଯାଞ୍ଚ କରୁଛି। ଜନସେବା ମଲଟିସ୍ପେଶାଲିଟି ହସ୍ପିଟାଲ ସୁରଟର ପାଣ୍ଡେସରା ଅଞ୍ଚଳରେ ନିର୍ମିତ ହୋଇଛି ଏବଂ ଏହାର ଉଦଘାଟନ ରବିବାର ହୋଇଥିଲା। ବରିଷ୍ଠ ପୋଲିସ ଅଧିକାରୀ ବିଜୟ ସିଂହ ଗୁର୍ଜର କହିଛନ୍ତି , ଉଦଘାଟନ ସମାରୋହ ପାଇଁ ଜାରି କରାଯାଇ ଥିବା କାର୍ଡରେ ଆୟୁର୍ବେଦିକ ଚିକିତ୍ସାର ଡିଗ୍ରୀଧାରୀ ଡାକ୍ତର ଭାବେ ଦର୍ଶାଯାଇ ଥିବା ବିଆର ଶୁକ୍ଳାଙ୍କ ବିରୋଧରେ ଗୁଜରାଟ ମେଡିକାଲ ପ୍ରାକ୍ଟିସନର୍ସ ଆକ୍ଟର ଅନୁସାରେ ମାମଲା ରୁଜୁ ହୋଇଛି ଏବଂ ସେ ଜଣେ ନକଲି ଡାକ୍ତର। 

ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଅନ୍ୟ ସହ-ସଂସ୍ଥାପକ ଆରକେ ଦୁବେ , ଯିଏ ଇଲେକ୍ଟ୍ରୋ-ହୋମିଓପାଥିରେ ଡିଗ୍ରୀ ରଖିଥିବା ଦାବି କରନ୍ତି, ମେଡିକାଲ ପ୍ରାକ୍ଟିଶନର୍ସ ଆକ୍ଟ ଅନୁସାରେ ଏକ ମାମଲାର ସାମ୍ନା କରୁଛନ୍ତି। ଏହି ଦୁଇ ଜଣଙ୍କ ପାଖରେ ନକଲି ଡିଗ୍ରୀ ରହିଛି। ଆଉ ଜଣେ ସହ – ସଂସ୍ଥାପକ , ଜିପି ମିଶ୍ରା, ନିଷେଧ ଅଧିନିୟମ ଅନୁସାରେ ୩ଟି ମାମଲାର ସାମ୍ନା କରୁଛନ୍ତି। ତାଙ୍କର ଡିଗ୍ରୀର ସତ୍ୟାସତ୍ୟ ଜାଣିବା ବାକି ରହିଛି। ଆମେ ଅନ୍ୟ ଦୁଇ ନାଆଁର ଡିଗ୍ରୀର ମଧ୍ୟ ଯାଞ୍ଚ କରୁଛୁ।

ସୁରଟ ମ୍ୟୁନିସପାଲିଟି କମିଶନର ଶାଲିନୀ ଅଗ୍ରୱାଲ , ପୋଲିସ କମିଶନର ଅନୁପମ ସିଂହ ଗେହଲଟ ଓ ସଂଯୁକ୍ତ ପୋଲିସ କମିଶନର ରାଘବେନ୍ଦ୍ର ବତ୍ସଙ୍କ ସହ ବରିଷ୍ଠ ଅଧିକାରୀଙ୍କ ନାଁ ସେହି ଉଦ୍ଘାଟନର ନିମନ୍ତ୍ରଣ ପତ୍ରରେ ଥିଲା, କିନ୍ତୁ ଅଧିକାରୀମାନେ କହିଛନ୍ତି କି, ତାଙ୍କୁ ଏମିତି କୌଣସି ନିମନ୍ତ୍ରଣ ବିଷୟରେ ଜଣା ହିଁ ନଥିଲା। ସେମାନଙ୍କ ମଧ୍ୟରୁ କେହି ବି କାର୍ଯ୍ୟକ୍ରମକୁ ଆସି ନଥିଲେ। ହସ୍ପିଟାଲ ପରିସରକୁ ସିଲ୍‌ କରି ଦିଆ ଯାଇଛି। ପୋଲିସ ଅଧିକାରୀଙ୍କ କହିବାନୁସାରେ, ଅନ୍ୟ ସହ –ସଂସ୍ଥାପକଙ୍କର ଡିଗ୍ରୀର ଯାଞ୍ଚ କରାଯାଉଛି। ନିଷ୍କର୍ଷର ଆଧାରରେ ଆଗାମୀ କାର୍ଯ୍ୟାନୁଷ୍ଠାନ ନିଆଯିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.