ରାଇରଙ୍ଗପୁର,୧୦/୧୦: ବେଆଇନ ଭାବେ ଚାଲିଥିଲା ମଦ ତିଆରି କାରଖାନା ଠାବ କଲା ରାଇରଙ୍ଗପୁର ଅବକାରୀ ବିଭାଗ । ଅତର୍କିତ ଚଢାଉ କରି ପ୍ରଚୁର ପରିମାଣର ବିଭିନ୍ନ ବ୍ରାଣ୍ଡର ନକଲି ମଦ ଜବତ କରିଛି । ଏଥିରେ ବ୍ୟବହାର ହେଉଥିବା କେମିକାଲ, ଖାଲି ବୋତଲ, ଠିପି, ଷ୍ଟିକର ସହ ତିନୋଟି ବାଇକ୍, ମଦ ଭର୍ତ୍ତି ଥିବା ପେଟି ପେଟି ମଦ ବୋତଲ ମଧ୍ୟ ଜବତ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ଝାରଖଣ୍ଡ ସୀମାନ୍ତ ତୀରିଂ ଥାନା ଅନ୍ତର୍ଗତ ଜଟା ଗାଁରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଆଉ କିଛି ଦିନ ପରେ କାଳି ପୂଜା ବା ଅଞ୍ଚଳରେ ଚାଷ ଭିତ୍ତିକ ବାନ୍ଦନା ପର୍ବ। ଏନେଇ ଘରେ ଘରେ ଲିପା ପୋଛା ସହ ପର୍ବ ପାଳନ କରିବା ପାଇଁ ପ୍ରସ୍ତୁତ ଚାଲିଛି । ଏହି ସମୟରେ ମଦ ମାଂସରେ ମତୁଆଲା ହୋଇଥାନ୍ତି। ତେଣୁ ଏହାର ସୁଯୋଗ ନେଇ ଜଟା ଗାଁରେ ଦୀର୍ଘ ଦିନରୁ ବେଆଇନ ଭାବେ ବିଦେଶୀ ମଦ ପ୍ରସ୍ତୁତ କରୁଥିବା ଏକ କାରଖାନାକୁ ରାଇରଙ୍ଗପୁର ଅବକାରୀ ବିଭାଗ ଠାବ କରିଛି। କୌଣସି ସୂତ୍ରରୁ ଖବର ପାଇ ଗୁରୁବାର ଅପରାହ୍ଣରେ ଛୋଟ ଛୋଟ ପିଲାମାନଙ୍କୁ ନେଇ କାରଖାନା ଚାଲୁଥିବା ବେଳେ ଚଢାଉ କରିଥିଲା । ଚଢାଉ କରି ପ୍ରଚୁର ପରିମାଣର ବିଭିନ୍ନ ବ୍ରାଣ୍ଡ୍ର ନକଲି ମଦ ଜବତ କରାଯାଇଛି । କେବଳ ସେତିକି ନୁହେଁ, ଏଥିରେ ବ୍ୟବହାର ହେଉଥିବା କେମିକାଲ, ଖାଲି ବୋତଲ, ଠିପି, ଷ୍ଟିକର, ତିନୋଟି ବାଇକ୍, ମଦ ଭର୍ତ୍ତି ଥିବା ପେଟି ପେଟି ମଦ ବୋତଲ ଜବତ ହୋଇଛି। ଉକ୍ତ କାରଖାନାରେ ଶ୍ରମିକ ଭାବେ କାମ କରୁଥିବା ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣ ଝାଡ଼ଖଣ୍ଡ କୁଆଳି ଥାନା ଅଞ୍ଚଳର ତିନି ଜଣ ନାବାଳକ ରହିଛନ୍ତି । ସେମାନଙ୍କ ନାଁରେ ଏକ ମାମଲା ରୁଜୁ ହୋଇଥିବାବେଳେ ଜବତ ମଦର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି। ଛଅ ଜଣଙ୍କ ଭାଗିଦାରିରେ ଚାଲୁ ଥିବା ଉକ୍ତ କାରଖାନାର ମାଷ୍ଟର ମାଇଣ୍ଡକୁ ବିଭାଗ ଧରି ବାକୁ ସକ୍ଷମ ହୋଇ ନଥିବା ବେଳେ ନାବାଳକ ମାନେ ତିନି ଶହ ଟଙ୍କା ମଜୁରିରେ କାମ କରୁଥିବା ସ୍କୁଲ୍ ଏବଂ କଲେଜ ଛାତ୍ର ବୋଲ ଜଣାପଡ଼ିଛି ଜଣାପଡ଼ିଛି ।