ପ୍ରମୂଖ ଖବର

ଅଟୋ ପାର୍ଟ୍ସ ନାଁରେ ଚାଲିଛି ନକଲି ଚା’ ବେପାର, ପୋଲିସର ଚଢ଼ଉ

Published By : Gurupada Nath | December 6, 2024 4:47 PM

ଜଳେଶ୍ବର, ୬/୧୨ :  ଅଟୋ ପାର୍ଟ୍ସ ନାଁରେ ଚାଲିଛି ନ କଲି ଚା ବେପାର । ଜଳେଶ୍ବର ଅଗ୍ରୱାଲା ଛକ ନିକଟରେ  ପୋଲିସର ଚଢଉ । ଟାଟା କମ୍ପାନୀ ବ୍ରାଣ୍ଡକୁ ନକଲ କରି ଚିକୁ ଅଟୋ ପାର୍ଟ୍ସ ମାଲିକ ୧୫ବର୍ଷ ଧରି ଚଳାଇଛନ୍ତି ନ କଲି ବେପାର । ସମ୍ରାଟ ଗୋଲ୍ଡ, ସିଗ୍ମା ପ୍ରିମିୟମ, ଗୋଲ୍ଡ ଗାର୍ଡେନ ଫ୍ରେସ ଟି ନାଁରେ ନ କଲି ଷ୍ଟିକରିଙ୍ଗ କରି ଜଳେଶ୍ବର ଅଗ୍ରୱାଲା ଛକ ନିକଟରେ ମାଲିକ ଚିକୁ ଭୂୟାଁ ଖୋଲିଛନ୍ତି କମ୍ପାନୀ  । 

ନକଲି ଚା କମ୍ପାନୀ ଉପରେ ଟାଟା ସନ୍ସ ପ୍ରାଇଭେଟ୍ ଲିମିଟେଡ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ । ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସ୍ଵତନ୍ତ୍ର ମାଜିଷ୍ଟ୍ରେଟଙ୍କ ସହ ଜଳେଶ୍ବର ପୋଲିସର ଚଢ଼ଉ । ବିପୁଳ ପରିମାଣର ପ୍ୟାକେଟ ଜବତ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.