ଭଦ୍ରକ, ୧୩/୨ : ଆଳୁ ଖୋଳୁ ଖୋଳୁ ମହାଦେବ । ବିକ୍ରି ପାଇଁ ସ୍କୁଟିରେ ନେଇ ଯାଉଥିଲେ ନକଲି ଜର୍ଦ୍ଦା । ଧରି ପକାଇଲା ପୁଲିସ । ଖବର ନେଉ ନେଉ ଜଣା ପଡ଼ିଲା ଘରେ ଚାଲିଥିଲା ନକଲି କମ୍ପାନୀ । ପରେ ଅଭିଯୁକ୍ତର ଘର ଉପରେ ଚଢ଼ାଉ କଲା ପୁଲିସ । ଘରୁ ମିଳିଲା ୫ ଲକ୍ଷରୁ ଅଧିକ ମୂଲ୍ୟର ନକଲି ଜର୍ଦ୍ଦା । ଏହାସହ ନକଲି ଜର୍ଦ୍ଦା ତିଆରି କାରଖାନା ମଧ୍ୟ ଠାବ ହୋଇଛି । ଭଦ୍ରକ ସହରାଞ୍ଚଳ ପୋଲିସ କୌଣସି ସୂତ୍ରରୁ ଖବର ପାଇ ନୂଆ ବସଷ୍ଟାଣ୍ଡ ନିକଟରେ ଚଢ଼ାଉ କରି ସ୍କୁଟିରେ ଯାଉଥିବା ନକଲି ଜର୍ଦ୍ଦା ଜବତ କରିବା ସହ ଜର୍ଦ୍ଦା ଚାଲାଣକାରୀକୁ କାବୁ କରିଥିଲା । ପରେ ଅଭିଯୁକ୍ତର କାଜିମହଲାସ୍ଥିତ ଘରେ ଚଢ଼ାଉ କରିଥିଲା । ଘରେ ଚାଲିଥିବା ନକଲି ଜର୍ଦ୍ଦା କାରଖାନା ଉପରେ ଚଢ଼ାଉ କରି ପୋଲିସ ବିଭିନ୍ନ ବ୍ରାଣ୍ଡର ଜର୍ଦ୍ଦା ଡବା ସହ ମେସିନ , ନକଲି ଜର୍ଦ୍ଦା ସହ କେମିକାଲ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ 5 ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ ସୁଚନା ଦେଇଚି । ଅନ୍ୟପଟେ ଅଭିଯୁକ୍ତ ରାଜାଉଲ ହକକୁ ପୋଲିସ ଗିରଫ କରିବା ସହ ସ୍କୁଟି ଜବତ କରିଛି।
ଏହାସହ ପଢ଼ନ୍ତୁ : ‘ସେବା ତୀର୍ଥ’ର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ସାଉଥ୍ କ୍ଲବରୁ PMO ହେଲା ସ୍ଥାନାନ୍ତର