ନୂଆଦିଲ୍ଲୀ : ଷ୍ଟାର ବ୍ୟାଟ୍ସମ୍ୟାନ ଫଖର ଜମାନଙ୍କ ଉପରେ ପାକିସ୍ତାନ କ୍ରିକେଟ୍ ବୋର୍ଡର କଡ଼ା କାର୍ଯ୍ୟାନୁଷ୍ଠାନ। ମଙ୍ଗଳବାର ଷ୍ଟାର ବ୍ୟାଟ୍ସମ୍ୟାନ ଫଖର ଜମାନଙ୍କୁ ପାକିସ୍ତାନ ସୁପର ଲିଗ୍‌ରେ, ଦୁଇଟି ମ୍ୟାଚ୍‌ରୁ ନିଲମ୍ୱିତ କରି ଦିଆଯାଇଛି। ଫଖରଙ୍କୁ ଲାହୋର କଲନ୍ଦର୍ସ ଓ କରାଚୀ କିଙ୍ଗ୍ସ ମଧ୍ୟରେ ଗତ ରବିବାର ଖେଳା ଯାଇଥିବା ମ୍ୟାଚ୍ ବେଳେ ଆଚରଣ ସଂହିତାର ଅନୁଚ୍ଛେଦ ୨.୧୪ (ଲେବଲ ୩ ଅପରାଧ)ର ଦୋଷୀ ଜଣାପଡ଼ିଛି। ମ୍ୟାଚ୍ ବେଳେ ଫଖର ଜମାନଙ୍କ ଉପରେ ବଲ୍ ଟ୍ୟାମ୍ପରିଂର ଅଭିଯୋଗ ଲାଗିଥିଲା। ନିଲମ୍ୱିତ ହେବା କାରଣରୁ ଫଖର ଜମାନ ଲାହୋର କଲନ୍ଦର୍ସର ଆଗାମୀ ଦୁଇଟି ମ୍ୟାଚ୍ ମୁତଲାନ ସୁଲତାନ୍ସ ଓ ଇସଲାମାବାଦ ୟୁନାଇଟେଡ୍ରୁ ବାହାର ହୋଇ ଯାଇଛନ୍ତି।

ଏହି ଅଭିଯୋଗ ଆର୍ଟିକଲ ୨.୧୪ର ଉଲ୍ଲଙ୍ଘନ ସହ ଜଡ଼ିତ  ,ଯାହା ୨୯ ମାର୍ଚ୍ଚରେ ଗଦ୍ଦାଫି ଷ୍ଟାଡିୟମରେ କରାଚୀ କିଙ୍ଗସ୍ ବିରୋଧରେ ଲାହୋର କଲନ୍ଦର୍ସର ମ୍ୟାଚ୍ ବେଳେ ବଲର ସ୍ଥିତି ବଦଳାଇବା ସହ ଜଡ଼ିତ। ଏହି ଘଟଣା ମ୍ୟାଚ୍ର ଶେଷ ସମୟରେ ହୋଇଛି,ଯେବେ ଅନ୍-ଫିଲ୍ଡ ଅମ୍ପାୟରମାନେ ଲାହୋର କଲନ୍ଦର୍ସରେ ପାଞ୍ଚ ରନ୍ର ପେନାଲ୍ଟି ଲଗାଇ ଥିଲେ ଏବଂ କରାଚୀ କିଙ୍ଗ୍ସର ଇନିଂସର ଶେଷ ଓଭର ପୂର୍ବରୁ ବଲ ବଦଳାଇବାର ନିର୍ଦ୍ଦେଶ ଦେଇଥିଲେ। ଫଖରଙ୍କ ଉପରେ ଅନ୍-ଫିଲ୍ଡ ଅମ୍ପାୟର ଶାହିଦ ସୈକତ ଓ ଫୈସଲ ଖାନ ଆଫ୍ରିଦୀଙ୍କ ସହ ଟିଭି ଅମ୍ପାୟର ଆସିଫ୍ ୟାକୁବ୍ ଓ ୪ର୍ଥ ଅମ୍ପାୟର ତାରିକ୍ ରଶିଦ ଅଭିଯୋଗ ଲଗାଇଥିଲେ। ସେ ଭୁଲକି ଅସ୍ୱୀକାର କରିଥିଲେ ଏବଂ ଅଭିଯୋଗର ବିରୋଧ କରିବାର ବିକଳ୍ପ ବାଛି ଥିଲେ , ଯେଉଁଥି ପାଇଁ ପୂରା ଡିସିପ୍ଲିନରୀ ଶୁଣାଣି ହୋଇଛି।

ଶୁଣାଣି କରୁଥିବା ମ୍ୟାଚ୍ ରେଫରୀ ରୋଶନ ମହାନାମା ପ୍ରମାଣର ସମୀକ୍ଷା କରିବା ଓ ଫଖରଙ୍କ ଦଲିଲ ଶୁଣିବା ପରେ ନିଷ୍ପତ୍ତି ଶୁଣାଇ ଥିଲେ। ଲାହୋର କଲନ୍ଦରର ଅଧିନାୟକ ଶାହିନ ଶାହ ଆଫ୍ରିଦୀ , ଟିମ୍ ଡାଇରେକ୍ଟର ସମୀନା ରାଣା ଓ ମ୍ୟାନେଜର ଫାରୁକ ଅନୱର କାର୍ଯ୍ୟାନୁଷ୍ଠାନ ବେଳେ ଉପସ୍ଥିତ ଥିଲେ। ଲେବଲ ୩ର ନିୟମ ଉଲଂଘନରେ ସର୍ବନିମ୍ନ ଗୋଟିଏ ମ୍ୟାଚ୍ ,ସର୍ବାଧିକ ଦୁଇଟି ମ୍ୟାଚ୍ ପାଇଁ ପ୍ରତିବନ୍ଧକ ଲାଗୁ ହେବ, ଯାହା ଫଖରଙ୍କ ଦଣ୍ଡର ସର୍ବୋଚ୍ଚ ସୀମା । ସେ ଏବେ ୩ ଏପ୍ରିଲରେ ଲାହୋରରେ ମୁଲତାନ ସୁଲତାନ ବିପକ୍ଷରେ ରାହୋର କଲନ୍ଦର୍ସର ଆଗାମୀ ମ୍ୟାଚ୍ ଏବଂ ଏପ୍ରିଲ ୯ ରେ କରାଚୀରେ ଇସଲାମାବାଦ ୟୁନାଇଟେଡ୍ ବିପକ୍ଷରେ ଖେଳି ପାରିବେ ନାହିଁ ।

ପିଏସଏଲ ଆଚରଣ ସଂହିତା ଅନୁଯାୟୀ, ଖେଳାଳିମାନେ ମ୍ୟାଚ୍ ରେଫରିଙ୍କ ଲିଖିତ ନିଷ୍ପତ୍ତି ପାଇବାର ୪୮ ଘଣ୍ଟା ଭିତରେ ଟୁର୍ନାମେଣ୍ଟର ଟେକ୍ନିକାଲ୍ କମିଟି ନିକଟରେ ଏପରି ନିଷ୍ପତ୍ତି ବିରୁଦ୍ଧରେ ଆବେଦନ କରିବାର ଅଧିକାର ଅଛି।

ଏହା ସହ ମଧ୍ୟ ପଢନ୍ତୁ : ବୈଭବ ସୂର୍ଯ୍ୟବଂଶୀଙ୍କ ଇନିଂସରେ ପୀୟୂଷ-ରାଇଡୁ କଲେ ରିଆକ୍ଟ , କହିଲେ – ଭାରତୀୟ ଟି-୨୦ ଟିମ୍‌ରେ ସ୍ଥାନ ପାଇ ପାରନ୍ତି