ନୂଆଦିଲ୍ଲୀ,୦୮/୧୦: ଲଞ୍ଚ ହେଲା ‘ହେରା ମିଶନ’। ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ରେ ସଫଳ ଉତକ୍ଷେପଣ । ଅକ୍ଟୋବର ୭ ତାରିଖ ରୁ କେପ୍‌ କାନାଭରାଲ ସ୍ପେସ୍ ଷ୍ଟେସନରୁ ସକାଳ ସ୍ଥାନୀୟ ସମୟ ୧୦.୫୨ ମିନିଟରୁ ଫାଲକନ-୯ ରକେଟ୍ ଲଞ୍ଚ ହୋଇଛି । ଏହି ରକେଟ୍‌ ଦୁଇ ବର୍ଷ ପରେ ଅର୍ଥାତ୍ ୨୦୨୬ରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବ । 

ସୂଚନା ମୁତାବକ,ନାସାର ଡବଲ ଆଷ୍ଟରଏଡ୍‌ ରିଡାଇରେକ୍ସନ୍‌ ଟେଷ୍ଟ୍‌  ବା ଡାର୍ଟ ମିଶନ ପୃଥିବୀ ପ୍ରତି ବିପଦ ଗ୍ରହାଣୁର ଦିଗ ପରିବର୍ତ୍ତନର ଏକ ପଦ୍ଧତି ଆରମ୍ଭ କରି ଏକ  ନୂଆ ମାଇଲଖୁଣ୍ଟ ସ୍ଥାପନ କରିଥିଲା । କାଇନେଟିକ୍‌  ପ୍ରଭାବ ଜରିଆରେ ମହାକାଶରେ ଗ୍ରହାଣୁର ଗତିକୁ ବଦଳାଇବାରେ ଏହା ସଫଳ ହୋଇଥିଲା । ସେପ୍ଟେମ୍ବର  ୨୦୨୨ରେ ଏକ ସରଳ ଓ ଶସ୍ତା ମହାକାଶଯାନ ଡିଡିମୋସ୍‌ ଗ୍ରହାଣୁ ଓ ଏହାର  ପିରାମିଡ୍‌ ଆକାର ମୁନ୍‌ଲେଟ୍‌ ବା କ୍ଷୁଦ୍ର ଚନ୍ଦ୍ର  ଡିମୋର୍ଫୋସ୍‌ର ଦିଗକୁ ବଦଳାଇଥିଲା । ଏହାର ୨ ବର୍ଷ ପରେ ୟୁରୋପୀୟ ମହାକାଶ ଏଜେନ୍ସି ସେହି ଗ୍ରହାଣୁର ଅଧ୍ୟୟନ ଲାଗି  ‘ହେରା ମିଶନ’ ଲଞ୍ଚ୍‌ କରିଛି । 

ହେରା  ମହାକାଶଯାନର ଆକାର  ପ୍ରାୟ ଏକ ଛୋଟ କାର୍‌  ଭଳି। ଯାହାର ଓଜନ  ପ୍ରାୟ ୧,୦୮୧ କିଲୋ । ଡିମୋର୍ଫୋସ୍‌ ଉପରେ ନାସାର ଡାର୍ଟ ମିଶନର  ପ୍ରଭାବକୁ ଏହି ମିଶନ  ଅଧ୍ୟୟନ କରିବ ।  ଏଥିସହ ଦୁଇ ଗ୍ରହାଣୁ  ଉପରେ ଡାର୍ଟର କାର୍ଯ୍ୟାନୁଷ୍ଠାନର ପ୍ରଭାବକୁ  ଯାଞ୍ଚ୍‌ କରିବ। ଡିଡିମୋସ୍‌ ଓ ଡିମୋର୍ଫୋସ୍‌ ଭଳି  ଦ୍ୱେତ ଗ୍ରହାଣୁର ଅଧ୍ୟୟନ ପାଇଁ ଏହାକୁ ନିର୍ମାଣ କରାଯାଇଛି । ଅଦ୍ୟାବଧି ପରିଚିତ ସମସ୍ତ  ଗ୍ରହାଣୁର ୧୫ ପ୍ରତିଶତ ଦ୍ୱେତ । ତେଣୁ ଏହି  ଅନ୍ୱେଷଣରୁ ବୈଜ୍ଞାନିକ ଗ୍ରହାଣୁଙ୍କ ପ୍ରକୃତି ଓ  କାର୍ଯ୍ୟ ଉପରେ ଅଧିକ ଜ୍ଞାନ ହାସଲ କରିବେ ।