ହରଭଙ୍ଗା, ୨୯/୧୨ : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ପରିବାର ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ସ୍ଥିତ କେଦାରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ରାଷ୍ଟ୍ର ସେବିକା ସଂଘ ତଥା ବିବିଧ କ୍ଷେତ୍ରର ମିଳିତ ଆନୁକୂଲ୍ୟରେ ପରିବାର ବନବିହାର କାର୍ଯ୍ୟକ୍ରମ ହୋଇଛି। ୨୨୨ ଜଣଙ୍କୁ ନେଇ ଏକ ଶାନ୍ତ ପରିବେଶ ଭିତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଙ୍ଘଚାଳକ ସୂର୍ଯ୍ୟକାନ୍ତ ଦଳବେହେରା, ସହ ଜିଲ୍ଲା ସଙ୍ଘଚାଳକ ସଞ୍ଜୟ ତନ୍ତୀ, ଖଣ୍ଡ ସଙ୍ଘଚାଳକ, ବୌଦ୍ଧ ନଗର ସଙ୍ଘଚାଳକ, ବିଭାଗ ସମ୍ପର୍କ ପ୍ରମୁଖ, ଜିଲ୍ଲା କାର୍ଯ୍ୟବାହକ, ପ୍ରାନ୍ତ ଗୋ ସେବା ପ୍ରମୁଖ ଆଦି ଉପସ୍ଥିତ ଥିଲେ। ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଜିଲ୍ଲା ଶିଶୁ ବାଟିକା ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଉପସ୍ଥିତ ଥିଲେ। ସମସ୍ତେ ସଙ୍ଗଠିତ ହୋଇ, ସମନ୍ଵୟ ରକ୍ଷା କରି, ଭାରତ ମାତାର କାର୍ଯ୍ୟ କରିବା ଆବଶ୍ୟକ ବୋଲି କଥା ରଖିଥିଲେ ।