ନୂଆଦିଲ୍ଲୀ: ହରିୟାଣା ପରେ ଫରିଦାବାଦରୁ ସାମ୍ନାକୁ ଆସିଲା ଏକ ସାଙ୍ଘାତିକ ହତ୍ୟାକାଣ୍ଡ । ୬ ମାସର ଗର୍ଭବତୀ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ । ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି କି, ପ୍ରଥମେ ଆକ୍ରମଣ ଏବଂ ପରେ ବାରମ୍ବାର ବାଲଟିରେ ବୁଡ଼ାଇ ବୁଡ଼ାଇ ହତ୍ୟା କରିଛନ୍ତି ସ୍ବାମୀ । ଅଭିଯୁକ୍ତ ସ୍ବାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ । ମୃତକ ଜଣକ ହେଲେ ୨୪ ବର୍ଷୀୟ ନେହା କୁମାରୀ ଏବଂ ତାଙ୍କ ଅଭିଯୁକ୍ତ ସ୍ବାମୀ ହେଲେ ଅମିତ ଗୁପ୍ତା ।

୩୦ ଏପ୍ରିଲ୍ ୨୦୨୫ ମସିହାରେ ଅମିତ ଏବଂ ନେହାଙ୍କ ବିବାହ ହୋଇଥିଲା । ସେମାନେ ମାସେ ହେବ ଆସି ହତ୍ୟାକାଣ୍ଡ ଘଟିଥିବା ଘରେ ରହିଥିଲେ । ଘରୋଇ କମ୍ପାନୀରେ ଅମିତ କାମ କରୁଥିବାବେଳେ ତାଙ୍କର ପ୍ରଥମ ସନ୍ତାନ ହେବାକୁ ଥିବାବେଳେ ବେଶ ଖୁସିରେ ରହୁଥିଲେ । କିନ୍ତୁ ଅମିତ ଅଫିସ ଯିବାକୁ ମନା କରୁଥିବାବେଳେ ପ୍ରତିଦିନ କାମକୁ ଯିବାକୁ ବାଧ୍ୟ କରୁଥିଲେ ନେହା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ ଯୁକ୍ତିତର୍କ ହେଉଥିଲା । ଆଜି ମଧ୍ୟ ସେଭଳି ହୋଇଥିବାବେଳେ ରାଗି ଯାଇଥିଲେ ଅମିତ ।

ଅମିତ ପ୍ରଥମେ ତାଙ୍କୁ ଆକ୍ରମଣ କଲେ ଏବଂ ପରେ ଘରେ ଥିବା ବାଲଟି ପାଣି​‌ରେ ବାରମ୍ବାର ମୁଣ୍ଡ ବୁଡ଼ାଇ ମାରି ଦେଇଥିଲେ । ହତ୍ୟା କରିବା ପରେ ଅମିତ ତାଙ୍କ ମାମୁଁଙ୍କୁ ଫୋନ କରି କହିଥିଲେ କି, ମୁଁ ମୋ ସ୍ତ୍ରୀକୁ ମାରି ଦେଇଛି । ଆଉ ସେ ଘରଛାଡ଼ି ଫେରାର ହୋଇଯାଇଛନ୍ତି । ପୁଲିସ ତାଙ୍କୁ ଖୋଜୁଛି । ଏବେ ତାଙ୍କ ମୋବାଇଲ୍ ବନ୍ଦ ରହିଛି । ସେପଟେ ନେହାଙ୍କ ଭାଇ କହିଛନ୍ତି କି, ସେମାନେ ସକାଳୁ ନେହାଙ୍କୁ ଫୋନ୍ କରିଥିବାବେଳେ ସେ ଉଠାଇ ନଥିଲେ । ଏହାପରେ ଘରେ ଆସି ପହଞ୍ଚିବାବେଳକୁ ଏଭଳି ଅଘଟଣ ଘଟିଥିବା ଦେଖିବାକୁ ପାଇଥିଲେ ।

ଏହାସହ ପଢ଼ନ୍ତୁ : Don 3 Movie Update: ରଣବୀରଙ୍କ ସମର୍ଥନରେ ସୁନୀଲ ସେଟ୍ଟୀ, ଡନ୍-୩ ବିବାଦ ଭିତରେ କହିଲେ ଏମିତି କଥା