ନୂଆଦିଲ୍ଲୀ: ଫରହାନ୍ ଅଖତରଙ୍କ ଅଭିଯୋଗ ପରେ ଡନ୍-୩ ଫିଲ୍ମ ଛାଡ଼ିବା ପାଇଁ FWICE ପକ୍ଷରୁ ରଣବୀର ସିଂହଙ୍କୁ ନୋଟିସ ହୋଇଥିଲା । ଯାହାକି ଏକ ପ୍ରକାର ରଣବୀରଙ୍କୁ ବ୍ୟାନ୍ କରାଯାଇଥିଲା । ଯାହାଦ୍ବାରା ରଣବୀରଙ୍କ ସହ କୌଣସି ଅଭିନେତା କାମ କରିନଥାନ୍ତେ । କିନ୍ତୁ ଏବେ ଫେଡେରେସନ ପକ୍ଷରୁ ଏହାକୁ ହଟାଯାଇଛି । ଏବେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଅଭିନେତା ସୁନୀଲ ସେଟ୍ଟୀ । ସେ ଫେଡେରେସନକୁ ଟାର୍ଗେଟ କରିଛନ୍ତି । ଏହାସହ ସେ ଫେଡେରେସନକୁ କହିଛନ୍ତି ବ୍ୟାନ୍ କରିବା ପାଇଁ ତୁମେ କିଏ ?

ଏକ ଜାତୀୟ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେବା ଅବସରରେ ସୁନିଲ ସେଟ୍ଟୀ କହିଛନ୍ତି କି, କୌଣସି ଅଭିନେତାଙ୍କୁ ବ୍ୟାନ୍ କେହି ମଧ୍ୟ କରିପାରିବେ ନାହିଁ । କଳାକୁ ବ୍ୟାନ୍ କରିବା କାହାର ମଧ୍ୟ ଅଧିକାର ନାହିଁ । ସୁପ୍ରିମକୋର୍ଟ ଏହାକୁ ମଧ୍ୟ ନିମିଷକରେ ଖାରଜ କରିଦେବେ । ଫରହାନ ଏବଂ ରଣବୀର ଉଭୟ ବେଶ ବୁଦ୍ଧିମାନ । ସେମାନେ ଯଦି ଏକାଠି ବସିବେ ତାହେଲେ ମୁଁ ଭାବୁଛି ସେମାନେ ଆଶ୍ଚର୍ଯ୍ୟଜନକ କାମ କରିବେ । ଏହାସହ ସୁନୀଲ ସେଟ୍ଟୀ କହିଛନ୍ତି କି, ଯିଏକି ଧୁରନ୍ଧର ଭଳି ସିନେମା କରି ଇଣ୍ଡଷ୍ଟ୍ରୀକୁ ୩୫,୦୦୦ କୋଟି ଆଣିଲେ ତାଙ୍କୁ ବ୍ୟାନ୍ କରିବା ପାଇଁ ତୁମେ କିଏ ବୋଲି ଫେଡେରେସନକୁ ପ୍ରଶ୍ନ କରିଛନ୍ତି ।

ଡନ୍-୩ ବିବାଦ କ’ଣ ?

କହି ରଖୁଛୁ କି, ଫରହାନ୍ ଅଖତରଙ୍କ କମ୍ପାନୀ ଏକ୍ସେଲ ଏଣ୍ଟରଟେନମେଣ୍ଟ ପକ୍ଷରୁ ଦାବି କରାଯାଇଛି ଡନ୍-୩ର ସୁଟିଂ ପୂର୍ବରୁ ରଣବୀର ସିଂହ ଛାଡ଼ି ଦେଇଛନ୍ତି । କିନ୍ତୁ ଫିଲ୍ମର ପ୍ରି-ପ୍ରଡକ୍ସନ ପାଇଁ ୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହାର ଭରଣା ରଣବୀର କରନ୍ତୁ ବୋଲି ଦାବି କରିଛି ଫରହାନଙ୍କ କମ୍ପାନୀ ।

ଏହାସହ ପଢ଼ନ୍ତୁ : Viral Video: ଜାଣିଶୁଣି ଝିଅଙ୍କ ସ୍କୁଟିକୁ ଦେଉଥିଲା ଧକ୍କା, ରୋଡ୍ ରୋମିଓକୁ ମଜା ଚଖାଇଲା ପୁଲିସ