ଦିଗପହଣ୍ଡି,୦୮/୧୦ : ଗଞ୍ଜାମ ଜିଲ୍ଲା ଘୋଡାହାଡ଼ ନଦୀରେ ଅଘଟଣ । ବିଲକୁ ଯିବା ବେଳେ ନଦୀରେ ଭାସିଗଲେ ଯୁବକ । ନଦୀ ପାର ହେଲା ବେଳେ ଗୋଡ଼ ଖସି ଭାସିଗଲେ ନୂଆଗଡ଼ ଗାଁର ଅରକ୍ଷିତ ପ୍ରଧାନ ।

ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ନୂଆଗଡ଼ ଗାଁର ଚାଷୀ ଅରକ୍ଷିତ ପ୍ରଧାନ ବିଲକୁ ଯିବା ପାଇଁ ନଦୀ ପାର୍‌ ହେଉଥିଲେ । ଏହି ସମୟରେ ହଠାତ୍‌ ଘଟିଲା ଅଘଟଣ । ନଦୀ ପାର୍‌ ହେବା ବେଳେ ଗୋଡ଼ ଖସିଯିବାରୁ ସେ ଭାସି ଯାଇଥିଲେ । ଯାହାପରେ ତୁରନ୍ତ ଦିଗପହଣ୍ଡି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏବେ ଯାଏଁ ଚାଷୀଙ୍କର କୌଣସି ପତ୍ତା ମିଳିନାହିଁ ।