ପ୍ରମୂଖ ଖବର
  • ବ୍ରହ୍ମପୁର : ବାଇକ୍ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରକ୍, ଜଣେ ମୃତ
  • ||
  • ସମ୍ୱଲପୁର : ଜମିବାଡ଼ି ବିବାଦରୁ ରକ୍ତପାତ, ଛୁରାମାଡ଼ରେ ଜଣେ ଗୁରୁତର
  • ||
  • ଇଂଲଣ୍ଡ ଟୁର୍‌ ପାଇଁ ଭାରତୀୟ ଦଳ ଘୋଷଣା; ଶୁବମନ୍ କ୍ୟାପ୍ଟେନ୍‌, ପନ୍ତ ଉପ-ଅଧିନାୟକ, ସାମି ଆଉଟ୍
  • ||
  • ରାଜା ଚକ୍ର ଓ ଦୁଇ ସହଯୋଗୀ କେନ୍ଦୁଝର କୋର୍ଟରେ ହାଜର, ବୋଲ୍ ନେଇ ହେବ ଶୁଣାଣି
  • ||
  • ପୁରୀ: ବଢ଼ିବ ଜଗତଗୁରୁ ଶଙ୍କାରାଚାର୍ଯ୍ୟଙ୍କ ସୁରକ୍ଷା ବ୍ୟବସ୍ଥା, ପୁରୀ ଏସ୍‌ପି ବିନୀତ୍ ଅଗ୍ରୱାଲଙ୍କ ସୂଚନା
  • ||
  • ବାଲେଶ୍ୱର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • କଟକ : ତିଗିରିଆରେ ବଢି ଚାଲିଛି ଖଣି ମାଫିଆଙ୍କ ରାଜ୍‌, ଏକକାଳୀନ ୧୬ଟି ସ୍ଥାନରେ ଚଢାଉ
  • ||
  • ସମ୍ବଲପୁରରୁ ହାତୀ ଶାବକର ମୃତଦେହ ଉଦ୍ଧାର, କିଛି ଦିନ ତଳେ ମୃତ୍ୟୁ ହୋଇଥିବା ଅନୁମାନ
  • ||
  • ବଲିଉଡ଼ରୁ ଆସିଲା ଦୁଃଖଦ ଖବର; ଆଉ ନାହାନ୍ତି ସଲମାନ ଖାନ୍‌ଙ୍କ କୋ-ଷ୍ଟାର ମୁକୁଲ ଦେବ
  • ||
  • କଳାହାଣ୍ଡି : ଟ୍ରକ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆକଳନର ୮ ଦିନ ପୂର୍ବରୁ ବର୍ଷିଲା
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌, ଯୁବକ ମୃ
  • ||
  • 'ତୁମକୁ ସୁରକ୍ଷା ଉପରେ କହିବାର ଅଧିକାର ନାହିଁ ଭାଷଣ ବନ୍ଦ କର'; UNSCରେ ପାକ୍‌ ଉପରେ ବର୍ଷିଲା ଭାରତ
  • ||
  • ଛତିଶଗଡ଼ ବିଜାପୁର ପୁଲିସକୁ ବଡ଼ ସଫଳତା, ଏସ୍‌ପିଙ୍କ ନିକଟରେ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୨୪ ମାଓବାଦୀ
  • ||
  • ଆରବସାରଗରେ ଅବପାତରେ ପରିଣତ ହେଲା ଲଘୁଚାପ, ଆଗାମୀ କିଛି ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ସମ୍ଭାବନା
  • ||
  • ଯାଜପୁର: ଜାରକା-କୁଆଖିଆ ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣା, ଜଣେ ମୃତ, ୨ ଆହତ
  • ||
  • ନେଲଗୁଣ୍ଡା -ଇନ୍ଦ୍ରାବତୀ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ
  • ||
  • ଆପଲ୍‌କୁ ଟ୍ରମ୍ପଙ୍କ ନାଲିଆଖି; ଆଇଫୋନ୍ ସମେତ ବିଦେଶୀ ସ୍ମାର୍ଟଫୋନ୍ ଉପରେ ୨୫% ଟାରିଫ୍‌
  • ||
  • ୱାନ୍‌ ବିଗ୍‌ ବିଉଟିଫୁଲ ବିଲ୍‌ ପାସ୍‌: ଆମେରିକାରୁ ଭାରତ ଟଙ୍କା ପଠାଇଲେ ୩.୫% ଟିକସ,୨୦୨୬ ଜାନୁଆରୀରୁ ଲାଗୁ
  • ||
  • IPL 2025: ଆଜି କିଙ୍ଗ୍‌ସ- କ୍ୟାପିଟାଲ୍ସ ମଧ୍ୟରେ ଲଢ଼େଇ, ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ଚେଷ୍ଟା କରିବ ପଞ୍ଜାବ
  • ||
  • ବାଲିପାଟଣା : ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୩ ଗୁରୁତର
  • ||
  • ଖୋର୍ଦ୍ଧା : ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ୨ ପୋଲିସ ବାବୁ, ବାଙ୍କୋଇ ସ୍ଥିତ ବାସଭବନରେ ଚଢାଉ
  • ||
  • ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ, ଜୁନ୍‌ ୩୦ ଯାଏ ଚାଲିବ, ଜୁଲାଇ ୭ରେ ପ୍ରଥମ ମେଧା ତାଲିକ
  • ||
  • ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ, କାଲି ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ଦେବେ
  • ||
  • ଆସନ୍ତା ୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ପବନ ବହିବ, ବଜ୍ରପାତର ଆଶଙ୍କା
  • ||
  • ଅନୁଗୁଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୪ ଶିକାରୀ ଅଟକ
  • ||

ମାଣ୍ଡିଆ ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ଚାଷୀ, ବଦଳୁଛି ଆର୍ଥିକ ସ୍ଥିତି

Published By : Prameya | May 23, 2025 4:57 PM

କୋକସରା,୨୩/୫ :  ପୂର୍ବ ସରକାର ସମୟରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ମିଲେଟ ମିଶନ ଯୋଜନା ଆରମ୍ଭ କରାଯାଇଥିଲା । ରାଜ୍ୟ ସରକାର ପଟ୍ଟ ପରିବର୍ତ୍ତନ ହେବା ପରେ ମିଲେଟ ମିଶନ ନାଁ ପରିବର୍ତ୍ତନ ହୋଇ ଶ୍ରୀ ଅନ୍ନ ଅଭିଯାନ ଯୋଜନାରେ ରୂପାନ୍ତରିତ ହୋଇଛି । ଏହି ଯୋଜନାରେ ରାଜ୍ୟର ପ୍ରତି ବ୍ଲକରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ କରିବା ପାଇଁ ଚାଷୀଙ୍କୁ ମାଣ୍ଡିଆ ଚାଷର ଉପାଦେୟତା ଓ ମାଣ୍ଡିଆରେ ରହିଥିବା ଗୁଣବତ୍ତା ସମ୍ପର୍କରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବ୍ଲକ କୃଷି ବିଭାଗ ଦ୍ୱାରା ଏହି ଯୋଜନାକୁ ବିଭିନ୍ନ ଏନଜିଓ ସଂସ୍ଥାକୁ ନିୟୋଜିତ କରାଯାଇଛି। 

କୋକସରା ବ୍ଲକରେ ଦ ହ୍ୟୁମାନ ଡେଭଲପମେଣ୍ଟ ସଂସ୍ଥାକୁ ମାଣ୍ଡିଆ ଚାଷ କରିବା ପାଇଁ ବ୍ଲକର ଚାଷୀଙ୍କୁ ସଚେତନ ଓ ଚାଷ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା, ବଜାର ବ୍ୟବସ୍ଥା ଦାୟିତ୍ୱ ଦିଆଯାଇଛି। ଚଳିତ ୨୫/୨୬ ରବି ଋତୁ ମାଣ୍ଡିଆ ଚାଷ ପାଇଁ ବ୍ଲକର ବଡ଼ ପୋଡ଼ାଗୁଡା, ଗୋତମୁଣ୍ଡା, ମହିମା, କାଉଡୋଳା ଓ ଆମପାଣି ପଞ୍ଚାୟତରେ ୧୫ହେକ୍ଟର ଚାଷ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ରହିଥିବାବେଳେ ୫ପଞ୍ଚାୟତର ୨୨ ଚାଷି ୮ହେକ୍ଟର ଜମିରେ ମାଣ୍ଡିଆ ଚାଷ କରିଥିବା ସଂସ୍ଥା ପକ୍ଷରୁ ଜଣାପଡ଼ିଛି। ଶୁକ୍ରବାର ଆମପାଣି ପଞ୍ଚାୟତ ଭାଳିଆଯୋର ଗ୍ରାମର ଚାଷି ବନସିଂ ଧଙ୍ଗଡା ମାଝୀଙ୍କ ମାଣ୍ଡିଆ ଚାଷ ଜମିରେ ସଂସ୍ଥା ପକ୍ଷରୁ କ୍ରପ କଟିଂ କରାଯାଇଛି । ଏହି ପରିପ୍ରେକ୍ଷୀରେ ସଂସ୍ଥାର ବିପିସି ସୁରେନ୍ଦ୍ର ଜୁଏଡ଼, ସିଆରପି ଗୋକୁଳ ଧ. ମାଝୀ, ସୁଶିଲ ଭାଟି, ହେମାଙ୍ଗିନି ହଂସ, ସିଇଓ ଆଭାସ ରଞ୍ଜନ ପାଟ୍ଟଯୋଶୀ ସମେତ ଚାଷୀମାନେ ଉପସ୍ଥିତ ଥିଲେ।

ହ୍ୟୁମାନ ଡେଭଲପମେଣ୍ଟ ସଂସ୍ଥା ମାଣ୍ଡିଆ ଚାଷ କରିବା ପାଇଁ ଚାଷୀଙ୍କୁ ସଚେତନ ଓ ଚାଷ ପାଇଁ ପ୍ରୋତ୍ସାହିତ କରୁଥିବାବେଳେ ଜୟ କୋକସରା ଅର୍ଗାନିକ ଫାର୍ମର ପ୍ରୋଡ୍ୟୁସର କମ୍ପାନୀ ବଜାର ବ୍ୟବସ୍ଥା ପାଇଁ ବ୍ଲକରେ ନିୟୋଜିତ ରହିଛନ୍ତି । ମାଣ୍ଡିଆ ଚାଷ କରି ରୋଜଗାରକ୍ଷମ ଓ ସ୍ୱାବଲମ୍ବୀ ହୋଇପାରିଥିବା ନେଇ ମାଣ୍ଡିଆ ଚାଷ କରିଥିବା ଚାଷିମାନେ ପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.