ଅନୁଗୁଳ, ୧୫/୦୯: ସାର ପାଇଁ ପୁଣି ଦହଗଞ୍ଜ ଚାଷୀ । ଅନୁଗୁଳ ବାଗେଡ଼ିଆରେ ଆସିଛି ଏଭଳି ଅଭାବନୀୟ ଖବର । ବାଗେଡ଼ିଆ ସେବା ସମବାୟ ସମିତି ଆଗରେ ପ୍ରବଳ ଭିଡ଼ ଦେଖିବାକୁ ମିିଛି । । ପେପର ଉପରେ ନିଜର ଆଧାର କାର୍ଡ ରଖି ସାର ପାଇଁ ଲମ୍ବା ଲାଇନ ଲଗାଛନ୍ତି ଚାଷୀ।

ସୂଚନା ମୁତାବକ, ପାଖାପାଖି ୧୮୦୦ରୁ ଉର୍ଦ୍ଧ୍ୱ ଚାଷୀ ସାର ପାଇଁ ଭିଡ଼ ଲଗାଇଛନ୍ତି । ରାତି ୪ଟାରୁ ଏପରି ଲାଇନ ଲଗାଇଛନ୍ତି । ଦେଶରେ ଖାଦ୍ୟାଭାବକୁ ଦୂର କରିବା, ନିଜର ପିଲା ଛୁଆଙ୍କ ମୁହଁରେ ଦାନା ମୁଠାଏ ଦେବା ପାଇଁ ସାର ପାଇଁ ଚାଷୀ ସଂଘର୍ଷ କରୁଛି। ଯାହା ସୂଚନା ରହିଛି ଏହି ସେବା ସମବାୟ ସମିତିରେ ଏବେ ଗଛିତ ଅଛି ୬୦୦ ବସ୍ତା ସାର। କିନ୍ତୁ ଅପେକ୍ଷା କରିଛନ୍ତି ୧୮୦୦ ଚାଷୀ । ସେପଟେ ଗଞ୍ଜାମରେ ସାର ସଙ୍କଟ ଥମିବାର ନା ନେଉନି । ସାର ପାଇଁ ସଂଘର୍ଷ କରୁଛନ୍ତି ଚାଷୀ । ଭୋର ସକାଳୁ ସକାଳୁ ଚାଷୀ ସାର ବସ୍ତାଏ ପାଇଁ ଲମ୍ବା ଧାଡି କରି ରହୁଛନ୍ତି । ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଚାଷୀ ରାସ୍ତାରେ ଛିଡ଼ା ହୋଇଛନ୍ତି । ଦୁଇ ଦିନ ତଳେ ନିଜେ ଯୋଗାଣ ମନ୍ତ୍ରୀ ଆସିକାରେ ସାରକୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ତଥାପି ତୁଟୁନି ସାର ସମସ୍ୟା । ରାଜ୍ୟରେ ସାର ସମସ୍ୟା ନଥିବା ମୁଖ୍ୟମନ୍ତ୍ରୀ କହିଥିଲେ ବି ସାର ସମସ୍ୟାକୁ ନେଇ ଦେଖାଯାଉଥିବା ଚିତ୍ର ସାର ସଙ୍କଟ କଥା ବୟାନ କରୁଛି ।