ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା

Published By : Harapriya Sethi | March 26, 2025 11:34 AM

ଭୁବନେଶ୍ୱର,୨୬/୦୩: ସୁବର୍ଣ୍ଣପୁର ଜିଲ୍ଲା ଉଠା ଜଳସେଚନ ବିଭାଗ କାର୍ଯ୍ୟଳୟ ବାରଣ୍ଡାରେ ଧାରଣାରେ ବସିଲେ ଚାଷୀ । ଜିଲ୍ଲାର ସଦର ବ୍ଲକ ମୟୁରଉଡାନ ଗ୍ରାମ ପଞ୍ଚାୟତର ଚାଷୀ ମାନେ ୨୦୨୧ ମସିହାରୁ କାଗଜ ପତ୍ର ସହିତ ସିକ୍ୟୁରିଟି ଟଙ୍କା ମଧ୍ୟ ବାନ୍ଧିଛନ୍ତି । କିନ୍ତୁ ତାଙ୍କ ଜମିରେ ଡିପ୍‌ ବୋରୱେଲ୍‌ ଖୋଳାଯାଉନାହିଁ । ଚାଷୀ ମାନେ ବାରମ୍ଭାର ଉଠା ଜଳସେଚନ କାର୍ଯ୍ୟାଳୟକୁ ଦଉଡି ଦଉଡି ନୟାନ୍ତ ହେଲେଣି । ପରେ ଜିଲ୍ଲାପାଳ ଓ ଉପ-ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ମଧ୍ୟ ଅଭିଯୋଗ କରିଥିଲେ । ହେଲେ ସେମାନଙ୍କ ଅଭିଯୋଗ କେହି ଶୁଣୁ ନଥିବା ଅଭିଯୋଗ କରି ଧରଣାରେ ବସିଛନ୍ତି ଚାଷୀ । 

ଆଜି ପର୍ଯ୍ୟନ୍ତ ତାଙ୍କ ଜମିରେ ଡିପ୍‌ ବୋରୱେଲ୍‌ ଖୋଳା ଯାଇପାରୁ ନାହିଁ । ତେଣୁ ବାଧ୍ୟ ହୋଇ ବୁଧବାର ସମସ୍ତ ଚାଷୀ ଆସି ଉଠା ଜଳସେଚନ ବିଭାଗ କାର୍ଯ୍ୟାଳୟ ସମ୍ବୁଖରେ ଧାରଣାରେ ବସିଛନ୍ତି । ଆଗାମୀ ଦିନରେ ଏହି ଡିପ୍‌ ବୋରୱେଲ୍‌ ଖୋଳା ନଗଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.