ପ୍ରମୂଖ ଖବର
  • ଶେଖ୍ ହସିନା ଦେଇଥିଲେ ନରସଂହାର ଆଦେଶ ! ବାଂଲାଦେଶୀ ଟ୍ରିବ୍ୟୁନାଲରେ ଶୁଣାଣି, ହୋଇପାରେ ମୃତ୍ୟୁ ଦଣ୍ଡାଦେଶ
  • ||
  • ସମ୍ବଲପୁର: ସମ୍ବଲପୁର ‘କୃଷି ଭବନ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ, କୃଷି କ୍ଷେତ୍ରକୁ ନୂଆ ପରିଚୟ ଦେବ କୃଷି ଭବନ
  • ||
  • ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ପୁଣି ଭାଇରାଲ୍‌, ଚୁନରା ସେବକଙ୍କ ସମ୍ପୃକ୍ତି ନେଇ ସନ୍ଦେହ
  • ||
  • ଭୁବନେଶ୍ୱର: ରାଜ୍ୟରେ ପୁଣି ବ୍ୟାପିଲାଣି କରୋନା, ୧୧ରେ ପହଞ୍ଚିଲା ଆକ୍ରାନ୍ତ ସଂଖ୍ୟା
  • ||
  • ସୁନ୍ଦରଗଡ଼ : ଆଇଇଡି ବିସ୍ଫୋରଣରେ ଯୁବକ ଆହତ
  • ||
  • ଭୁବନେଶ୍ୱର : ରାଜଧାନୀରେ ସିରିଜ୍‌ ଦୁର୍ଘଟଣା: ପଛକୁ ପଛ ପିଟିହେଲା ୪ ଗାଡ଼ି, ଏକାଧିକ ଆହତ
  • ||
  • ପାକ୍ ଗୁପ୍ତଚର ମାମଲାରେ NIAର ବଡ଼ କାର୍ଯ୍ୟାନୁଷ୍ଠାନ, ୮ଟି ରାଜ୍ୟର ୧୫ଟି ସ୍ଥାନରେ ରେଡ୍
  • ||
  • ଅନୁଗୁଳ : ମସୁଣିହତା ଗାଁରେ ଯୁବକଙ୍କୁ ଗଳା କାଟି ହତ୍ୟା, ଅଭିଯୁକ୍ତ ଗିରଫ
  • ||
  • ସୁପର୍ ସନ୍‌ଡେ'ରେ ଦ୍ୱିତୀୟ କ୍ୱାଲିଫାୟର: ପ୍ରତିଶୋଧ ପାଇଁ ପ୍ରସ୍ତୁତ ମୁମ୍ବାଇ ଇଣ୍ଡିଆନ୍ସ, ଫାଇନାଲ୍‌ ଲକ୍ଷ୍ୟରେ ପଞ୍ଜାବ କିଙ୍ଗ୍‌ସ
  • ||
  • ନୟାଗଡ଼ : ଡାକ୍ତରଙ୍କ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ, ଡାକ୍ତରଖାନାରେ ଚାପା ଉତ୍ତେଜନା
  • ||
  • ଭୟଙ୍କର ଟ୍ରେନ ଦୁର୍ଘଟଣା; ପୋଲ ଭାଙ୍ଗି ଟ୍ରାକରୁ ଖସିଲା ଟ୍ରେନ, ୭ ମୃୃତ ୩୦ ଆହତ
  • ||
  • କଳାହାଣ୍ଡି : ବନମାଳୀପୁର ରାସ୍ତାରୁ ବାଇକ୍‌ ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରୁଷ-ୟୁକ୍ରେନ୍ ସୀମା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ୭ ମୃତ, ୩୦ ଆହତ,ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା
  • ||
  • ରାଜ୍ୟରେ ପ୍ରଥମ କୋଭିଡ୍‌ ମୃତ୍ୟୁ ଅଭିଯୋଗ, କୋଭିଡ୍‌ ସହ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ ମୃତକ ବୃଦ୍ଧ
  • ||
  • Miss World 2025: ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଲେ ଥାଇଲାଣ୍ଡର ଓପଲ ସୁଚାତା, ଭାଙ୍ଗିଲା ଭାରତର ନନ୍ଦିନୀ ଗୁପ୍ତାଙ୍କ ସ୍ୱପ୍ନ
  • ||
  • ଲୁଚକାଳି ଖେଳୁଛି ମୌସୁମୀ ! ରାଜ୍ୟରେ କମିଛି ବର୍ଷା, ୨ରୁ ୪ ଡିଗ୍ରୀ ବଢ଼ିପାରେ ତାତି
  • ||

ଏଣିକି ଚାଷୀଙ୍କୁ ମିଳିବ ଅନନ୍ୟ ପରିଚୟପତ୍ର, ପିଏମ କିଷାନ, ପ୍ରଧାନମନ୍ତ୍ରୀ ଫସଲ ବୀମା ସମେତ ୭ ଯୋଜନାର ନେବେ ଲାଭ

Published By : Prameya | May 31, 2025 1:38 PM

ଭୁବନେଶ୍ୱର,୩୧/୦୫: ଏଣିକି ଚାଷୀଙ୍କୁ ମିଳିବ ଅନନ୍ୟ ଚାଷୀ ପରିଚୟପତ୍ର ବା ୟୁନିକ୍‌ ଫାର୍ମର୍‌ ଆଇଡି । ଏହି  ପରିଚୟପତ୍ରରେ ଆଧାର ନମ୍ବର ଓ ମୋବାଇଲ୍‌ ନମ୍ବର ସହ  ରହିବ ଚାଷୀର ଜମିର ମାଲିକାନା ସମେତ ବିସ୍ତୃତ ବିବରଣୀ । ଏହି  ପରିଚୟପତ୍ର ଥିବା ଚାଷୀଙ୍କୁ ସହଜରେ ପିଏମ୍‌ କିଷାନ ସହାୟତା  ମିଳିପାରିବ । ହେଲେ ସେଥିପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ । 

ସେହିପରି ଆଗାମୀ ଦିନରେ ଚାଷୀ ମଣ୍ଡିରେ ଧାନ ବିକ୍ରି  କରି ସର୍ବନିମ୍ନ ସହାୟତା ରାଶି(ଏମଏସପି) ପାଇବାକୁ ଏହି  ପରିଚୟପତ୍ର ଦ୍ୱାରା ମିଳିବ ଯୋଗ୍ୟତା । ପରିଚୟପତ୍ର ନଥିଲେ  ମଣ୍ଡିରେ ଧାନ ବିକ୍ରି କରିବାକୁ ଚାଷୀ ଅସୁବିଧାରେ ପଡ଼ିବେ ।  କିଷାନ କ୍ରେଡିଟ୍‌ କାର୍ଡ ଋଣ ମିଳିବାକୁ ସହଜ ହେବ । ଏହା ସହିତ  ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମେତ ୭ ଯୋଜନାର  ଚାଷୀମାନେ ଲାଭ ନେଇପାରିବେ । ତେବେ କୃଷକ ପଞ୍ଜୀକରଣ  ଡିଜିଟାଲ ସିଷ୍ଟମକୁ ଉଭୟ ଓଡ଼ିଶା ଏବଂ ଭାରତ ସରକାରଙ୍କ ମିଳିତ  ଭାବେ ବିକାଶ କରିଛନ୍ତି । ଏହା ଦ୍ୱାରା ଚାଷୀ ନିଜ ଅଞ୍ଚଳର କୃଷି  ଆଧାରିତ ପରାମର୍ଶ, ଇନପୁଟ୍‌ ଏବଂ ସତର୍କ ବାର୍ତ୍ତା ପାଇପାରିବ ।  

ଫସଲ ସର୍ଭେ, ଅଭିଯୋଗ ସମାଧାନ ଏବଂ ଯୋଜନା ଯୋଗ୍ୟତା  ବ୍ୟବସ୍ଥାରେ ଭାଗ ନେଇପାରିବ । ଚାଷୀମାନେ ଚାଷୀ ପଞ୍ଜୀକରଣ  ପୋର୍ଟାଲ୍‌ କିମ୍ୱା ମୋବାଇଲ୍‌ ଆପ୍‌ରେ ପଞ୍ଜୀକରଣ କରିପାରିବେ ।  ନଚେତ୍‌ ଜନ ସେବା କେନ୍ଦ୍ର ଯାଇ ପଞ୍ଜୀକରଣ କରିପାରିବେ ।  ରାଜ୍ୟ କୃଷି ବିଭାଗ ପକ୍ଷରୁ ଏ ନେଇ ବିଭିନ୍ନ ଶିବିର ମଧ୍ୟ ଅନୁଷ୍ଠିତ ହେବ । ସେଠାରେ ସହାୟକମାନେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟାରେ  ସାହାଯ୍ୟ କରିବେ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.