ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପହଲଗାମ୍‌ରେ ପର୍ଯ୍ୟଟକଙ୍କୁ ଭେଟିଲେ ଫାରୁକ ଅବ୍‌ଦୁଲ୍ଲା,ଆତଙ୍କୀଙ୍କୁ ମିଳିଛି ସ୍ଥାନୀୟ ଲୋକଙ୍କ ସମର୍ଥନ

Published By : Anindita Ratha | May 4, 2025 9:33 AM

ନୂଆଦିଲ୍ଲୀ,୦୪/୦୫:  ଜମ୍ମୁ-କାଶ୍ମୀରର ପହଲଗାମ୍‌ରେ ହୋଇଥିବା ଆତଙ୍କୀ ଆକ୍ରମଣ ମାମଲାରେ ବୟାନବାଜି ଜାରି ରହିଛି । ଇତିମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫରେନ୍ସ ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲା ଶନିବାର ପହଲଗାମ୍‌ ଗସ୍ତ କରି ପର୍ଯ୍ୟଟକଙ୍କୁ ଭେଟିଛନ୍ତି । ଏହାପରେ ସେ କହିଛନ୍ତି, ଯେଉଁ ଆତଙ୍କୀମାନେ ଏଭଳି ବର୍ବର କାଣ୍ଡ କରି ଭୟର ପ୍ରସାର କରିବାକୁ ଚାହୁଁଥିଲେ ସେମାନେ ହାରିଯାଇଛନ୍ତି । ଆମେ ଭୟ କରିବୁ ନାହୁଁ ବୋଲି ଆଜି ପ୍ରମାଣିତ ହୋଇଯାଇଛି । 

ସେହିପରି କାଶ୍ମୀର ସବୁବେଳେ ଭାରତର ଅଂଶ ଥିଲା ଓ ଆଗକୁ ମଧ୍ୟ ରହିବ । ଲୋକେ ଆତଙ୍କର ଅନ୍ତ ହେବାକୁ ଚାହୁଁଛନ୍ତି । ଆମେ ଦୀର୍ଘ ୩୫ ବର୍ଷ ହେଲା ଆତଙ୍କବାଦର ସାମ୍ନା କରିଆସୁଛୁ । ଏଭଳିକ୍ଷେତ୍ରରେ ଆମେ ଉନ୍ନତି, ଆଗକୁ ବଢି଼ବାକୁ ଚାହୁଁଛୁ । ଦିନେ ନା ଦିନେ ଆମେ ସୁପରପାୱାର ହେବୁ ବୋଲି ସେ ପ୍ରକାଶ କରିଛନ୍ତି । ଏହି ନରସଂହାରକୁ ନିନ୍ଦା କରିବା ସହିତ ଆକ୍ରମଣକାରୀଙ୍କୁ ସ୍ଥାନୀୟ ଲୋକଙ୍କ ସମର୍ଥନ ନେଇ ସେ ଅଭିଯୋଗ ଆଣିଛନ୍ତି । ଅବଦୁଲ୍ଲାଙ୍କ ଅନୁସାରେ, ପହଲଗାମ୍‌ ଆତଙ୍କୀ ଆକ୍ରମଣ ସ୍ଥାନୀୟ ଲୋକଙ୍କ ସମର୍ଥନ ବିନା ହୋଇପାରିନଥାନ୍ତା । କାରଣ ଆତଙ୍କବାଦୀ ସେଠାକୁ କେମିତି ଆସିଲେ ତାହା ଆଜି ମଧ୍ୟ ଏକ ପ୍ରଶ୍ନ । କୌଣସି ସ୍ଥାନୀୟ ବ୍ୟକ୍ତି ନିଶ୍ଚିତ ଭାବେ ସେମାନଙ୍କୁ ସମର୍ଥନ କରିଛନ୍ତି । 

ସେହିପରି ଆକ୍ରମଣରେ ପ୍ରାଣ ହରାଇଥିବା ଘୋଡ଼ା ବାଲା ଆଦିଲ ହୁସେନଙ୍କ ଘରକୁ ଯାଇ ଅବଦୁଲ୍ଲା ତାଙ୍କ ପରିବାରକୁ ସାକ୍ଷାତ ମଧ୍ୟ କରିଛନ୍ତି । ଏହି ସମୟରେ ସେ ଆଦିଲଙ୍କ କାର୍ଯ୍ୟକୁ ମାନବିକତା ଓ କାଶ୍ମୀରିୟତ୍‌ ବୋଲି ଦର୍ଶାଇଥିଲେ । ତେବେ ଅବଦୁଲ୍ଲାଙ୍କର ଏଭଳି ବୟାନକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି କଡ଼ା ସମାଲୋଚନା କରିଛନ୍ତି । ସେ ଏକ୍ସରେ ଲେଖିଛନ୍ତି, ଫାରୁକ୍‌ ଅବଦୁଲ୍ଲାଙ୍କର ଏଭଳି ବୟାନ ଦେଶର ଅନ୍ୟ ଅଞ୍ଚଳରେ ରହୁଥିବା କାଶ୍ମୀରି ଲୋକଙ୍କ ଲାଗି ବିପଦ ସାଜିପାରେ । ଏହାଦ୍ୱାରା କିଛି ଟିଭି ଚ୍ୟାନେଲକୁ କାଶ୍ମୀରି ଓ ମୁସଲିମମାନଙ୍କୁ ବଦନାମ କରିବାର ସୁଯୋଗ ମିଳିଯିବ । ସେ ଜଣେ ବରିଷ୍ଠ ନେତା ଓ କାଶ୍ମୀରି ହୋଇଥିବାରୁ ଏଭଳି ବୟାନ ଦେବାରୁ ବିରତ ରହିବା ଆବଶ୍ୟକ । ଯାହାକି ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବ । ଏହାପରେ ଫାରୁକ୍‌ ଅବଦୁଲ୍ଲା କହିଛନ୍ତି, ସେ ମେହବୁବାଙ୍କ ସବୁ କଥାର ଜବାବ ଦେବେନାହିଁ । ମେହବୁବା ଆତଙ୍କବାଦୀଙ୍କ ଘରକୁ ଯାଉଥିଲେ । ତେଣୁ ସେ ଏଥିନେଇ ଜବାବ ରଖିବା ଆବଶ୍ୟକ । 






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.