ମୁମ୍ବାଇ ୨୭/୧୦: ମହିଳାମାନେ ପାର୍ଟି, ଉତ୍ସବରେ ସବୁବେଳେ କିଛି ନୂଆ ଡିଜାଇନ୍‌ର ପୋଷାକ ପିନ୍ଧିବାକୁ ଇଚ୍ଛା  କରନ୍ତି । ଯେମିତି ସେମାନେ  ସମସ୍ତଙ୍କଠାରୁ ଅଲଗା  ଦେଖାଯିବେ । ଯଦି  ଆପଣ ବି ଏମିତି ଇଚ୍ଛା ରଖନ୍ତି, ତା’ହେଲେ  ଶାଢ଼ି ଷ୍ଟାଇଲ୍‌ ଗାଉନ୍‌  ପିନ୍ଧିପାରିବେ।

ନୂଆ ଲୁକ୍‌ 

ଆପଣ ଶାଢ଼ି ପିନ୍ଧିବାକୁ ଚାହୁଁଥବେ । କିନ୍ତୁ  ଶାଢ଼ି ଭଲଭାବେ ପିନ୍ଧିବା ଜାଣିନଥିବେ ତା’ହେଲେ ଶାଢ଼ି ଷ୍ଟାଇଲ୍‌ ଗାଉନ୍‌  ପିନ୍ଧିପାରିବେ । ଏହା ଆରାମଦାୟକ  ହେବା ସହିତ ନୂଆ ଲୁକ୍‌ ଦେଇଥାଏ ।  ଶାଢ଼ି ପରି ଏଥିରେ ଡ୍ରେପ୍‌ କରିବାକୁ  ପଡିନଥାଏ । ତେଣୁ ସହଜରେ  ଏହାକୁ କ୍ୟାରି କରି ଉତ୍ସବ ଏବଂ  ସମାରୋହରେ ଅଂଶଗ୍ରହଣ  କରିପାରିବେ ।  

ପାର୍ଟି ପାଇଁ ୱାଇନ୍‌ କଲର୍‌ 

ପାର୍ଟିରେ ଆପଣ ଅନ୍ୟଙ୍କଠାରୁ  ଅଲଗା ଦେଖାଯିବାକୁ ଚାହୁଁଥିଲେ  ଶାଢ଼ି ଷ୍ଟାଇଲ୍‌ ଗାଉନ୍‌ ପିନ୍ଧିପାରିବେ ।  ଏହି ଡିଜାଇନ୍‌ରେ ବିଭିନ୍ନ  କଲର୍‌ ଅପସନ୍‌ ମଧ୍ୟ ଅଛି ।  କିନ୍ତୁ ଆପଣ ୱାଇନ୍‌ କଲର୍‌  ଶାଢ଼ି ଗାଉନ୍‌ ପିନ୍ଧନ୍ତୁ । ଏହି  କଲର୍‌ ପାର୍ଟିରେ ବହୁତ  ସୁନ୍ଦର ଲାଗିଥାଏ ଏବଂ  ପୂରା ପାର୍ଟିରେ ଆପଣ  ସମସ୍ତଙ୍କଠାରୁ ଅଲଗା  ଦେଖାଯିବେ । ଧ୍ୟାନ  ଦେବେ ଯେ ଏହାର ଫ୍ୟାବ୍ରିକ୍‌ ଯେମିତି  ନରମ ଏବଂ ହାଲୁକା ହୋଇଥିବ ।  ସହଜରେ କ୍ୟାରି କରିପାରିବେ ।  

ଅଫିସ୍‌ ପାର୍ଟିରେ 

ଅଫିସ୍‌ ପାର୍ଟିରେ ମଧ୍ୟ ଆପଣ ଶାଢ଼ି  ଷ୍ଟାଇଲ୍‌ ଗାଉନ୍‌ ପିନ୍ଧିପାରିବେ । ଅଫିସ୍‌  ଫଙ୍କସନ୍‌ ହେଉ କିମ୍ବା ଘରେ କୌଣସି  ସମାରୋହ, ସବୁ ଜାଗାରେ ଶାଢ଼ି ଷ୍ଟାଇଲ  ଗାଉନ୍‌ ଆରାମରେ ପିନ୍ଧିପାରିବେ । ୟୁନିକ୍‌  ଲୁକ୍‌ ଏବଂ ଷ୍ଟାଇଲ ପାଇପାରିବେ ।  ଆପଣ ମନପସନ୍ଦର କୌଣସି କଲର୍‌  ବାଛିପାରିବେ । ଯେହେତୁ ଆପଣ ଏହାକୁ  ଫଙ୍କସନ୍‌ରେ ଦିନସାରା ପିନ୍ଧିବେ ତେଣୁ  ଲାଇଟୱେଟ୍‌ ଫ୍ୟାବ୍ରିକ ବାଛନ୍ତୁ । 

ଜ୍ୟାକେଟ୍‌ ଷ୍ଟାଇଲ୍‌ 

ସିଫନ୍‌, ଜର୍ଜେଟ୍‌ ଫ୍ୟାବ୍ରିକରେ ଆସୁଥିବା  ଶାଢ଼ି ଷ୍ଟାଇଲ ଗାଉନ୍‌ ବହୁତ ସୁନ୍ଦର  ଲାଗିଥାଏ । ଜର୍ଜେଟ ଫ୍ୟାବ୍ରିକର ଶାଢ଼ି  ଗାଉନ୍‌ ଛୋଟ ବଡ଼ ଫଙ୍କସନ୍‌ କିମ୍ବା  ପାର୍ଟିକୁ ପିନ୍ଧି ଯାଇପାରିବେ । ଏହା ସହିତ  ଆଟାଚ୍‌ ଦୁପଟ୍ଟା ଶାଢ଼ି ଗାଉନ୍‌ ଲୁକ୍‌ ଅଧିକ  ଷ୍ଟାଇଲିଶ୍‌ କରିଥାଏ । ନିଜ ଇଚ୍ଛା ଓ ପସନ୍ଦ  ହିସାବରେ କଲର୍‌ ବାଛିପାରିବେ । 

ଟିଲ ବ୍ଲୁ କଲର 

ସାଧାରଣତ ପିଙ୍କ୍‌, ହ୍ୱାଇଟ୍‌, ରେଡ୍‌ ପରି  ପାରମ୍ପରିକ ରଙ୍ଗ ମଧ୍ୟରେ ଟିଲ୍‌ ବ୍ଲୁ କଲର୍‌  ଭିନ୍ନ ଲାଗିଥାଏ । ଆପଣ ଶାଢ଼ି ଷ୍ଟାଇଲ  ଗାଉନ୍‌ରେ କିଛି ଭିନ୍ନ କଲର୍‌ ଚାହୁଁଥିଲେ  ଟିଲ୍‌ ବ୍ଲୁ ବାଛିପାରିବେ । ଏହାକୁ ଆପଣ  ବିବାହ ସମାରୋହ ଏବଂ ଅଫିସ୍‌ ପାର୍ଟିରେ  ପିନ୍ଧିପାରିବେ