ବଡ଼ବିଲ, ୧୧।୮ :  ରୁଗୁଡ଼ି ଥାନା ଟୋପାଡିହି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ଟ୍ରକ୍ ଧକ୍କାରେ ବାପା-ଝିଅର ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ହୋଇଛି। ମୃତକ ରୁଗୁଡ଼ି ଥାନା ଲୋଇଡ଼ାପଦା ଅଞ୍ଚଳର ଦିଲିପ ସିଙ୍କୁ ଓ ତାଙ୍କର ଦୁଇ ବର୍ଷର ଝିଅ ଜସ୍ମିନ ସିଙ୍କୁ ।  ମା’ ତୁଳସୀ ସିଙ୍କୁ ଗୁରୁତର  ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦିଲିପ ସିଙ୍କୁ , ସ୍ତ୍ରୀ ତୁଳସୀ ଓ ଝିଅ ଜସ୍ମିନଙ୍କୁ ଏକ  ସ୍କୁଟିରେ ଧରି ଗୁଆଲି ପଟୁ ଲୋଇଡ଼ାପଦା ଅଭିମୁଖେ ଆସୁଥିଲେ । ଏହି ସମୟରେ ପଛପଟୁ ଏକ ଟ୍ରକ୍ ଧକ୍କାଦେଇ କିଛି ବାଟ ସେମାନଙ୍କୁ ଘୋଷାରୀ ନେଇଥିଲା ।  ଘଟଣା ସ୍ଥଳରେ ବାପା  ଝିଅଙ୍କ ମୃତ୍ୟୁ ଘଟିଥିବାବେଳେ,   ମା' ତୁଳସୀ ସିଙ୍କୁ ଗୁରୁତର ଆହତ ହୋଇଥିଲେ । ଖବର ପାଇ ରୁଗୁଡ଼ି ପୋଲିସ ସେମାନଙ୍କୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଛି । ସେଠାରେ ତୁଳସୀଙ୍କ ଚିକିତ୍ସା ଚାଲିଛି । ତେବେ ଦୁର୍ଘଟଣା ଘଟାଇ ଟ୍ରକଟି ଘଟଣା ସ୍ଥଳରୁ ଖସି ପଳାଇଥିବା ଜଣାପଡିଛି । ରୁଗୁଡ଼ି ପୁଲିସ ଘଟଣାର ତଦନ୍ତ କରୁଛି।